Biblia Todo Logo
Bib sou entènèt

- Piblisite -




ଯିରିମୀୟ 26:12 - ପବିତ୍ର ବାଇବଲ

12 ତା'ପରେ ଯିରିମିୟ ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କୁ ଏହି କଥା କହିଲେ, “ତୁମ୍ଭେମାନେ ଯେଉଁସବୁ କଥା ଶୁଣିଅଛ, ସେହିସବୁ ଭବିଷ୍ୟ‌ଦ୍‌ବାକ୍ୟ ଏହି ମନ୍ଦିର ଓ ଏହି ନଗର ବିରୁଦ୍ଧରେ ପ୍ରଗ୍ଭର କରିବା ପାଇଁ ସଦାପ୍ରଭୁ ମୋତେ ପ୍ରେରଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତହୁଁ ଯିରିମୀୟ ସକଳ ଅଧିପତି ଓ ସକଳ ଲୋକଙ୍କୁ ଏହି କଥା କହିଲେ, ତୁମ୍ଭେମାନେ ଯେସବୁ କଥା ଶୁଣିଅଛ, ସେହି ସମସ୍ତ ଭବିଷ୍ୟଦ୍ବାକ୍ୟ ଏହି ଗୃହ ଓ ଏହି ନଗର ବିରୁଦ୍ଧରେ ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ପ୍ରେରଣ କଲେ।

Gade chapit la Kopi

ଓଡିଆ ବାଇବେଲ

12 ତହୁଁ ଯିରିମୀୟ ସକଳ ଅଧିପତି ଓ ସକଳ ଲୋକଙ୍କୁ ଏହି କଥା କହିଲେ, “ତୁମ୍ଭେମାନେ ଯେସବୁ କଥା ଶୁଣିଅଛ, ସେହି ସମସ୍ତ ଭବିଷ୍ୟଦ୍‍ବାକ୍ୟ ଏହି ଗୃହ ଓ ଏହି ନଗର ବିରୁଦ୍ଧରେ ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ପ୍ରେରଣ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହୁଁ ଯିରିମୀୟ ସକଳ ଅଧିପତି ଓ ସକଳ ଲୋକଙ୍କୁ ଏହି କଥା କହିଲେ, “ତୁମ୍ଭେମାନେ ଯେସବୁ କଥା ଶୁଣିଅଛ, ସେହି ସମସ୍ତ ଭବିଷ୍ୟଦ୍‍ବାକ୍ୟ ଏହି ଗୃହ ଓ ଏହି ନଗର ବିରୁଦ୍ଧରେ ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ପ୍ରେରଣ କଲେ।

Gade chapit la Kopi




ଯିରିମୀୟ 26:12
9 Referans Kwoze  

ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, “ଆମ୍ଭେମାନେ ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ୱରଙ୍କ ଆଜ୍ଞା ନିଶ୍ଚୟ ମାନିବୁ।


କିନ୍ତୁ ଯୋହନ ଓ ପିତର ସେମାନଙ୍କୁ ଉତ୍ତର ଦେଲେ, “ପରମେଶ୍ୱରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ୍ କି ନାହିଁ, ତାହା ତୁମ୍ଭେମାନେ ବିଗ୍ଭର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନ କହି ରହିପାରିବୁ ନାହିଁ।”


ତୁମ୍ଭେମାନେ ଯଦି ମୋତେ ବଧ କରିବ, ତେବେ ଏହା ନିଶ୍ଚିତ ରୂପେ ଜାଣ ଯେ ତୁମ୍ଭମାନଙ୍କ ଉପରେ, ଏହି ନଗର ଉପରେ ଓ ତନ୍ନିବାସୀମାନଙ୍କ ଉପରେ ନିର୍ଦ୍ଦୋଷର ରକ୍ତପାତର ଅପରାଧ ଲାଗିବ। କାରଣ ଏହିସବୁ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ସତ୍ୟ।”


ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣରେ ଠିଆ ହୁଅ। ଯିହୁଦାର ନଗର ସମୂହରୁ ଯେଉଁମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆସୁଛନ୍ତି, ସେମାନଙ୍କୁ ଆମ୍ଭର ଆଜ୍ଞାନୁସାରେ ସମସ୍ତ କଥା କୁହ, ଗୋଟିଏ ହେଲେ କଥା ଆମ୍ଭର ଛାଡ଼ ନାହିଁ।


ଯେତେବେଳେ ସେମାନେ ପଗ୍ଭରିବେ, ‘ତୁମ୍ଭେ କାହିଁକି ଦୀର୍ଘନିଃଶ୍ୱାସ ଛାଡ଼ୁଛ?’ ସେତେବେଳେ ତୁମ୍ଭେ କହିବ, ‘ସମ୍ବାଦ ସକାଶେ, ତାହା ଆସୁଅଛି। ସେଥିରେ ସମସ୍ତଙ୍କ ଆତ୍ମା ଭୟରେ ତରଳି ଯିବ ଓ ସମସ୍ତଙ୍କ ହସ୍ତ ଭୟରେ ଦୁର୍ବଳ ହେବ। ପ୍ରତ୍ୟେକ ମନୁଷ୍ୟର ଆତ୍ମା ହତ ଉତ୍ସାହିତ ହେବ ଓ ସମସ୍ତଙ୍କ ଆଣ୍ଠୁ ଜଳପରି ହେବ।’ ଏବଂ ଦେଖ, ସେହି ସମୟ ଆସୁଅଛି ଓ ତାହା ସିଦ୍ଧ ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।


ଯଦି ସିଂହ ଗର୍ଜନ କରେ, ତେବେ ଲୋକମାନେ ଭୟଭୀତ ହେବେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରିବାକୁ, କିଏ ସେହି ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର ନ କରିବ।


Swiv nou:

Piblisite


Piblisite