Biblia Todo Logo
Bib sou entènèt

- Piblisite -




ଯିରିମୀୟ 25:33 - ପବିତ୍ର ବାଇବଲ

33 ପୁଣି ସେ ସମୟରେ ସଦାପ୍ରଭୁଙ୍କ ଦ୍ୱାରା ନିହତ ଲୋକମାନଙ୍କର ଶବ ପୃଥିବୀର ଆରମ୍ଭରୁ ଶେଷ ସୀମା ପର୍ଯ୍ୟନ୍ତ ଦେଖାଯିବ। ସେମାନଙ୍କ ପାଇଁ ବିଳାପ କରିବାକୁ କେହି ନ ଥିବେ ଓ କବର ଦେବା ପାଇଁ ମଧ୍ୟ କେହି ନ ଥିବେ। ସେମାନେ ଭୂଇଁର ଗୋବର ଖତ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

33 ପୁଣି, ସେସମୟରେ ସଦାପ୍ରଭୁଙ୍କର ହତ ଲୋକମାନେ, ପୃଥିବୀର ଆଦ୍ୟ; ସୀମା ପର୍ଯ୍ୟନ୍ତ ଦେଖାଯିବେ; ସେମାନଙ୍କ ନିମନ୍ତେ ବିଳାପ କରାଯିବ ନାହିଁ,ସେମାନେ ସଂଗୃହୀତ କିଅବା କବରପ୍ରାପ୍ତ ନୋହିବେ; ସେମାନେ ଭୂମି ଉପରେ ଖତ ପରି ପଡ଼ି ରହିବେ।

Gade chapit la Kopi

ଓଡିଆ ବାଇବେଲ

33 ପୁଣି, ସେସମୟରେ ସଦାପ୍ରଭୁଙ୍କର ହତ ଲୋକମାନେ, ପୃଥିବୀର ଆଦ୍ୟ ସୀମା ପର୍ଯ୍ୟନ୍ତ ଦେଖାଯିବେ; ସେମାନଙ୍କ ନିମନ୍ତେ ବିଳାପ କରାଯିବ ନାହିଁ, ସେମାନେ ସଂଗୃହୀତ କିଅବା କବରପ୍ରାପ୍ତ ହେବେ ନାହିଁ; ସେମାନେ ଭୂମି ଉପରେ ଖତ ପରି ପଡ଼ି ରହିବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 ପୁଣି, ସେସମୟରେ ସଦାପ୍ରଭୁଙ୍କର ହତ ଲୋକମାନେ, ପୃଥିବୀର ଆଦ୍ୟ ସୀମା ପର୍ଯ୍ୟନ୍ତ ଦେଖାଯିବେ; ସେମାନଙ୍କ ନିମନ୍ତେ ବିଳାପ କରାଯିବ ନାହିଁ, ସେମାନେ ସଂଗୃହୀତ କିଅବା କବରପ୍ରାପ୍ତ ହେବେ ନାହିଁ; ସେମାନେ ଭୂମି ଉପରେ ଖତ ପରି ପଡ଼ି ରହିବେ।

Gade chapit la Kopi




ଯିରିମୀୟ 25:33
19 Referans Kwoze  

କାରଣ ସଦାପ୍ରଭୁ ଅଗ୍ନି ଓ ‌‌ଖ‌ଡ଼୍‌ଗ ଦ୍ୱାରା ମର୍ତ୍ତ୍ୟର ସମସ୍ତ ବିବାଦ ନିଷ୍ପନ୍ନ କରିବେ। ସେତେବେଳେ ସଦାପ୍ରଭୁଙ୍କ ଦ୍ୱାରା ନିହତ ଲୋକ ଅନେକ ହେବେ।


ଆଉ ସୂର୍ଯ୍ୟ, ଚନ୍ଦ୍ର ଓ ଆକାଶ ପୃଥିବୀରୁ ଯେଉଁ ନକ୍ଷତ୍ରଗଣଙ୍କୁ ସେମାନେ ଭଲ ପାଇ ଅଛନ୍ତି, ଯେଉଁମାନଙ୍କର ସେବା କରିଅଛନ୍ତି, ଯେଉଁମାନଙ୍କର ପଶ୍ଚା‌‌ଦ୍‌‌ଗାମୀ ହୋଇ ଅଛନ୍ତି, ଯେଉଁମାନଙ୍କର ଅନ୍ୱେଷଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସେମାନଙ୍କ ଆଗରେ ତାହା ସବୁ ଛିନ୍ନଭିନ୍ନ କରି ପକାଇବେ। ଆଉ ସେ ଅସ୍ଥିସବୁ ଏକତ୍ରିତ ହୋଇ କବରରେ ପୋତା ହେବ ନାହିଁ। ସେସବୁ ଭୂମିରେ ପଡ଼ି ଖତ ତୁଲ୍ୟ ହେବ।


ଶତ୍ରୁମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ତୁମ୍ଭର ଲୋକମାନଙ୍କର ରକ୍ତକୁ ପାଣି ପରି ବୁହାଇଲେ। ସେମାନଙ୍କୁ କବର ଦେବା ପାଇଁ କାହାରିକୁ ରଖି ନ ଥିଲେ।


ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଛନ୍ତି। ସେ ତାଙ୍କର ହସ୍ତ ଉତ୍ତୋଳନ କରି ସେମାନଙ୍କୁ ଦଣ୍ଡ ଦେବେ। ଏପରିକି ପର୍ବତଗଣ ଭୟଭୀତ ହେବେ ଓ ମୃତଶରୀର ଗୁଡ଼ିକ ଅଳିଆ ପରି ରାସ୍ତାକଡ଼ରେ ପଡ଼ିରହିବ। ଏପରିକି ପରମେଶ୍ୱରଙ୍କ କ୍ରୋଧ ହ୍ରାସ ପାଇବ ନାହିଁ ଓ ତାଙ୍କ ହସ୍ତ ସେମାନଙ୍କୁ ଦଣ୍ଡ ଦେବେ।


ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ମଣିଷ ଜାତି, ସମସ୍ତ ଗୋଷ୍ଠୀ, ସମସ୍ତ ଭାଷା ଏବଂ ସମସ୍ତ ରାଷ୍ଟ୍ରର ଲୋକମାନେ ସେମାନଙ୍କର ଶବ ଦେଖିବେ। କିନ୍ତୁ ସେମାନେ ସେମାନଙ୍କର ସମାଧିସ୍ଥ ହେବାକୁ ଦେବେ ନାହିଁ।


ଏପରିକି ଇଥିଓପିଆର ଲୋକମାନଙ୍କୁ ମଧ୍ୟ ସଦାପ୍ରଭୁଙ୍କର ‌‌ଖ‌ଡ଼୍‌ଗ ବିନାଶ କରିବ।


ସେମାନଙ୍କୁ ଐନଦୋର ନିକଟରେ ପରାସ୍ତ କଲ ଏବଂ ସେମାନଙ୍କ ଶରୀର ସେହି ସ୍ଥାନରେ ସଢ଼ି ଗଲା।


ପୁଣି ଇଷେବଲଙ୍କ ଶରୀର ଯିଷ୍ରିୟେଲୀୟ ଭୂମି ଉପରେ ଖତ ପରି ହେବ। ତହିଁରେ କେହି ଏହି ଶରୀରକୁ ଜାଣି ପାରିବେ ନାହିଁ ଏବଂ କହି ପାରିବେ ନାହିଁ ଯେ, ଏହା ଇଷେବଲ।’”


ପୁଣି ହାତରେ ଧରାଯିବା ପାଇଁ ‌‌ଖ‌ଡ଼୍‌ଗ ଶାଣିତ ହୋଇଅଛି। ଘାତକର ହାତରେ ଦେବା ନିମନ୍ତେ ତାହା ଶାଣିତ ଓ ମାର୍ଜିତ ହୋଇଅଛି।


“‘ମାତ୍ର ମୁଁ ତୁମ୍ଭ ମାଢ଼ିରେ ଅଙ୍କୁଶ ଦେବି ଓ ତୁମ୍ଭ ସ୍ରୋତ ସମୂହର ମତ୍ସ୍ୟ ସକଳକୁ ତୁମ୍ଭ ଦେହର କାତିରେ ଲଗାଇବି। ଆଉ ସେହି ସ୍ରୋତ ସମୂହ ମଧ୍ୟରୁ ତୁମ୍ଭକୁ ଓ ତୁମ୍ଭ କାତିରେ ଲାଗିଥିବା ସମସ୍ତ ମତ୍ସ୍ୟଙ୍କୁ ବାହାର କରି ଉପରକୁ ଆଣିବା। ତୁମ୍ଭକୁ ଓ ସମସ୍ତ ମତ୍ସ୍ୟଙ୍କୁ ପ୍ରାନ୍ତରରେ ଛାଡ଼ି ଦେବି ଓ ତୁମ୍ଭେ ପଦାରେ ପଡ଼ିରହିବ। ତୁମ୍ଭକୁ କେହି ସଂଗ୍ରହ କରିବେ ନାହିଁ ଓ କବର ଦେବେ ନାହିଁ। ଆଉ ତୁମ୍ଭେ ଭୂଚର ପଶୁଗଣର ଓ ଖେଚରମାନଙ୍କର ଖାଦ୍ୟ ହେବ।


Swiv nou:

Piblisite


Piblisite