Biblia Todo Logo
Bib sou entènèt

- Piblisite -




ଯିରିମୀୟ 25:20 - ପବିତ୍ର ବାଇବଲ

20 ପୁଣି ଆରବର ସମସ୍ତଙ୍କୁ ଓ ଉଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଏବଂ ଅସ୍କିଲୋନ, ଘଷା, ଇକ୍ରୋଣ ଓ ଅ‌‌ସ୍‌‌ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ପୁଣି, ମିଶ୍ରିତ ଲୋକ ସମସ୍ତଙ୍କୁ ଓ ଉଷ୍ଦେଶସ୍ଥ ସମସ୍ତ ରାଜାଙ୍କୁ ଓ ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଆଉ ଅସ୍କିଲୋନ, ଘଷା ଓ ଇକ୍ରୋଣ ଅସ୍ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି;

Gade chapit la Kopi

ଓଡିଆ ବାଇବେଲ

20 ପୁଣି, ମିଶ୍ରିତ ଲୋକ ସମସ୍ତଙ୍କୁ ଓ ଊଷ୍‍ ଦେଶସ୍ଥ ସମସ୍ତ ରାଜାଙ୍କୁ ଓ ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଆଉ ଅସ୍କିଲୋନ, ଘସା, ଇକ୍ରୋଣ ଓ ଅସ୍‍ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ପୁଣି, ମିଶ୍ରିତ ଲୋକ ସମସ୍ତଙ୍କୁ ଓ ଊଷ ଦେଶସ୍ଥ ସମସ୍ତ ରାଜାଙ୍କୁ ଓ ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଆଉ ଅସ୍କିଲୋନ, ଘସା, ଇକ୍ରୋଣ ଓ ଅସ୍ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି;

Gade chapit la Kopi




ଯିରିମୀୟ 25:20
19 Referans Kwoze  

ଊଷ୍ ଦେଶରେ ଆୟୁବ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲା। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଥିଲା। ଆୟୁବ ପରମେଶ୍ୱରଙ୍କ ଉପାସନା କରିବା ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ମନ୍ଦକାର୍ଯ୍ୟରୁ ବିରତ ରହୁଥିଲା।


“‘ଏବଂ ଇସ୍ରାଏଲ ଲୋକମାନଙ୍କ ସହିତ କୂଶ, ପୂଟ୍ ଓ ଲୂଦ୍, ସମସ୍ତ ଆରବୀୟ, ଲିବିୟା ଏବଂ ଇସ୍ରାଏଲର ଲୋକମାନେ ‌‌ଖ‌ଡ଼୍‌ଗରେ ବିନାଶ ହେବେ।


ହେ ଇଦୋମର କନ୍ୟା ଓ ଉଷ ଦେଶ ନିବାସିନୀ, ତୁମ୍ଭେମାନେ ଆନନ୍ଦ କର ଓ ପୁଲକିତା ହୁଅ। ସଦାପ୍ରଭୁଙ୍କର ସେହି କ୍ରୋଧରୂପକ ପାନପାତ୍ର ତୁମ୍ଭମାନଙ୍କ ନିକଟକୁ ଯିବ। ତୁମ୍ଭେମାନେ ତାହା ପାନ କରି ମତ୍ତ ହେବ ଓ ଉଲଗ୍ନା ହେବ।


ଆଉ ସେମାନଙ୍କର ଅଶ୍ୱଗଣକୁ, ରଥଗୁଡ଼ିକୁ ଓ ତହିଁରେ ବାସ କରୁଥିବା ମିଶ୍ରିତ ଲୋକମାନଙ୍କୁ ‌‌ଖ‌ଡ଼୍‌ଗ ବିନାଶ କରିବ ଓ ସେମାନେ ଭୟଭୀତା ସ୍ତ୍ରୀମାନଙ୍କ ପରି ହେବେ। ସେମାନଙ୍କର ଭଣ୍ଡାରସବୁ ‌‌ଖ‌ଡ଼୍‌ଗରେ ବିନଷ୍ଟ ହେବ ଓ ସେସବୁ ଲୁଣ୍ଠିତ ହେବ।


ଅଶୂରର ରାଜା ସର୍ଗୋନାଙ୍କ ପ୍ରେରିତ ତର୍ତ୍ତନ ଅସଦୋଦ ନଗର ବିପକ୍ଷରେ ଯୁଦ୍ଧ କଲେ।


ପୁଣି ଆରବର ସମସ୍ତ ରାଜାଙ୍କୁ ଓ ପ୍ରାନ୍ତରବାସୀ ମିଶ୍ରିତ ଗୋଷ୍ଠୀବର୍ଗର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।


ସେମାନେ ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ମେଷ, ଛେଳି ଓ ଗୋରୁଗାଈ ସହିତ ଅନେକ ପଶୁ ସେମାନଙ୍କ ସହିତ ଥିଲେ।


ଶେମଙ୍କର ସନ୍ତାନଗଣ ଥିଲେ: ଏଲମ୍, ଅଶୂର, ଅର୍ଫ‌କ୍‌ଷଦ, ଲୁଦ୍, ଅରାମ। ଅରାମଙ୍କର ପୁତ୍ରମାନେ ଥିଲେ: ଊସ୍, ହୂଲ, ଗେଥର ଓ ମେଶକ୍।


ଏହିପରି ଭାବରେ ପଲେଷ୍ଟୀୟମାନେ ସେମାନଙ୍କର ପାପ ପାଇଁ ପରମେଶ୍ୱରଙ୍କଠାରେ ସୁବର୍ଣ୍ଣର ଅର୍ବୁଦ ଉତ୍ସର୍ଗ କଲେ: ଅସଦୋଦ୍ ପାଇଁ ଗୋଟିଏ, ଘସା ପାଇଁ ଗୋଟିଏ, ଅସ୍କିଲୋନ ପାଇଁ ଗୋଟିଏ, ଗାଥ୍ ପାଇଁ ଗୋଟିଏ ଏବଂ ଇକ୍ରୋଣ ପାଇଁ ଗୋଟିଏ।


ତାହାର ଜ୍ୟେଷ୍ଠପୁତ୍ର ଊଷ, ତାହାର ଭାଇ ବୂଷ ଓ ଅରାମର ପିତା କମୂୟେଲ।


ଏହି ଅରାମର ସନ୍ତାନ ଊଷ୍, ହୂଲ, ଗେଥର ଓ ମଶ୍।


ଯିହୁଦାର ଲୋକମାନେ ଘସା ସହର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ସହର ଅଧିକାର କଲେ। ସେମାନେ ଅସ୍କିଲୋନ୍ ସହରଗୁଡ଼ିକ ଓ ଇକ୍ରୋଣ ଓ ତା'ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଅଧିକାର କଲେ।


ପୁଣି ଯିହୁଦାର ରାଜା ସିଦିକିୟଙ୍କୁ ଦେଖା କରିବାକୁ ଯିରୁଶାଲମକୁ ଆସିଥିବା ଦୂତମାନଙ୍କ ହସ୍ତରେ ଅନ୍ୟ ଯୁଆଳିଗୁଡ଼ିକୁ ଇଦୋମ, ମୋୟାବ, ଅମ୍ମୋନ, ସୋର ଓ ସୀଦୋନର ରାଜାମାନଙ୍କ ନିକଟକୁ ପଠାଅ।


Swiv nou:

Piblisite


Piblisite