Biblia Todo Logo
Bib sou entènèt

- Piblisite -




ଯିରିମୀୟ 25:15 - ପବିତ୍ର ବାଇବଲ

15 ଇସ୍ରାଏଲର ପରମେଶ୍ୱର, ସଦାପ୍ରଭୁ ଏହା ମୋତେ କହିଲେ, “ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କ୍ରୋଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସେମାନଙ୍କୁ ତାହା ପାନ କରାଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ମୋତେ ଏହି କଥା କହନ୍ତି, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ତ କ୍ରୋଧରୂପ ଦ୍ରାକ୍ଷାରସର ପାତ୍ର ନେଇ, ଆମ୍ଭେ ତୁମ୍ଭକୁ ଯେଉଁ ସକଳ ଗୋଷ୍ଠୀ ନିକଟକୁ ପଠାଉ, ସେମାନଙ୍କୁ ତାହା ପାନ କରାଅ।

Gade chapit la Kopi

ଓଡିଆ ବାଇବେଲ

15 କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋତେ ଏହି କଥା କହନ୍ତି, “ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାରସର ପାତ୍ର ନେଇ, ଆମ୍ଭେ ତୁମ୍ଭକୁ ଯେଉଁ ସକଳ ଗୋଷ୍ଠୀ ନିକଟକୁ ପଠାଉ, ସେମାନଙ୍କୁ ତାହା ପାନ କରାଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋତେ ଏହି କଥା କହନ୍ତି, “ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାରସର ପାତ୍ର ନେଇ, ଆମ୍ଭେ ତୁମ୍ଭକୁ ଯେଉଁ ସକଳ ଗୋଷ୍ଠୀ ନିକଟକୁ ପଠାଉ, ସେମାନଙ୍କୁ ତାହା ପାନ କରାଅ।

Gade chapit la Kopi




ଯିରିମୀୟ 25:15
27 Referans Kwoze  

ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି, ଯାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ। ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳିବେ ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀୟ ନିଗାଡ଼ି ପିଇବେ।


ହେ ଯିରୁଶାଲମ, ଉଠ, ଜାଗ, ଛିଡ଼ାହୁଅ! କାରଣ ସଦାପ୍ରଭୁ ତୁମ୍ଭ ଉପରେ କୋପ କରିଛନ୍ତି। ତେଣୁ ସେ ତୁମ୍ଭକୁ ଦଣ୍ଡ ଦେଇଛନ୍ତି। ସେ ଦଣ୍ଡ ଏକ ମଦପାତ୍ର ସଦୃଶ ଓ ତୁମ୍ଭେ ତାହା ପାନ କରିଛ। ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ କୋପରୂପ ପାନପାତ୍ର ନେଇ ତାହାକୁ ଶେଷ କରିଅଛ।


ସେହି ଲୋକ ପରମେଶ୍ୱରଙ୍କ କ୍ରୋଧର ସୁରା ପାନ କରିବ। ଏହି ସୁରା ପରମେଶ୍ୱରଙ୍କ କ୍ରୋଧର ପାତ୍ରରେ ଅମିଶ୍ରିତ ଭାବେ ଢଳା ହୋଇଛି। ସେ ପବିତ୍ର ଦୂତଗଣ ଓ ମେଷଶାବକଙ୍କ ସମ୍ମୁଖରେ ଜ୍ୱଳନ୍ତ ଗନ୍ଧକରେ ଯନ୍ତ୍ରଣା ପାଇବ।


ସେହି ପାପୀ ନିଜେ ନିଜର ବିନାଶ ଦେଖୁ। ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ କ୍ରୋଧର ଶିକାର ହେଉ।


ତୁମ୍ଭ ପ୍ରଭୁ ସଦାପ୍ରଭୁ ଯେ କି ନିଜ ଲୋକମାନଙ୍କର ସପକ୍ଷରେ ସେହି ପରମେଶ୍ୱର ଏହି କଥା କୁହନ୍ତି, “ଦେଖ, ଆମ୍ଭେ ‘କୋପରୂପକ ପାନପାତ୍ର’ ତୁମ୍ଭ ହସ୍ତରୁ କାଢ଼ି ନେଇ ଅଛୁ। ତୁମ୍ଭେ ଆଉ ପାନ କରିବ ନାହିଁ ଅର୍ଥାତ୍ ଆମ୍ଭେ ଆଉ ତୁମ୍ଭକୁ ଦଣ୍ଡ ଦେବୁ ନାହିଁ।


ତା'ପରେ ସ୍ୱର୍ଗଦୂତ ପୃଥିବୀ ଉପରେ ନିଜର ଦାଆ ବୁଲାଇଲେ ଓ ପୃଥିବୀରୁ ଦ୍ରାକ୍ଷାଗୁଡ଼ିକୁ ଏକାଠି କଲେ। ସେ ପରମେଶ୍ୱରଙ୍କର କ୍ରୋଧ ରୂପ ଦ୍ରାକ୍ଷାପେଷା କୁଣ୍ଡରେ ସେଗୁଡ଼ିକୁ ପକାଇ ଦେଲେ।


ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ୱରୂପ ହୋଇଅଛି। ତାହା ସମଗ୍ର ପୃଥିବୀକୁ ମତୁଆଳ କରିଅଛି। ଗୋଷ୍ଠୀମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି। ତେଣୁ ସେମାନେ ଉନ୍ମତ୍ତ ହୋଇଅଛନ୍ତି।


ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି। ସେହି ଦୁଷ୍ଟ ଲୋକମାନେ ଶେଷରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ୱଳନ୍ତ ଝାଞ୍ଜି ପବନ ଅନୁଭବ କରିବେ।


ତୁମ୍ଭେ ଆପଣା ଲୋକମାନଙ୍କୁ ବହୁତ ସମସ୍ୟା ଦେଇଛ। ଆମ୍ଭେ ମଦ୍ୟପ ପରି ଟଳମଳ ହେଉଛୁ ଓ ପଡ଼ୁଛୁ।


ଯେଉଁମାନେ ତୁମ୍ଭକୁ କ୍ଳେଶ ଦେଇଛନ୍ତି, ସେହିମାନଙ୍କ ବିପକ୍ଷରେ ଆମ୍ଭେ ଯିବା। ସେମାନେ ତୁମ୍ଭକୁ କହିଛନ୍ତି, ‘ତୁମ୍ଭେ ନଇଁପଡ଼, ଆମ୍ଭେ ତୁମ୍ଭ ଉପରେ ଗମନ କରିବୁ।’ ପୁଣି ତୁମ୍ଭେମାନେ ଭୂମି ଓ ସଡ଼କପରି ପିଠି ପାତି ଦେଇଛ ଏବଂ ସେମାନେ ତୁମ୍ଭମାନଙ୍କ ଉପରେ ଗମନା ଗମନ କରିଛନ୍ତି।”


“ମାତୃଗର୍ଭରେ ତୁମ୍ଭର ସୃଷ୍ଟି ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ। ଏପରିକି ତୁମ୍ଭେ ଜନ୍ମ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଅଲଗା କଲୁ ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ୟ‌ଦ୍‌ବକ୍ତା ରୂପେ ନିଯୁକ୍ତ କଲୁ।”


ପୁଣି ସେ ମିଶର ଦେଶକୁ ଆକ୍ରମଣ କରି ମୃତ୍ୟୁଯୋଗ୍ୟ ଲୋକଙ୍କୁ ମୃତ୍ୟୁରେ, ବନ୍ଦୀ ହେବା ଯୋଗ୍ୟ ଲୋକଙ୍କୁ ବନ୍ଦୀତ୍ୱରେ ଓ ‌‌ଖ‌ଡ଼୍‌ଗଯୋଗ୍ୟ ଲୋକଙ୍କୁ ‌‌ଖ‌ଡ଼୍‌ଗରେ ସମର୍ପଣ କରିବ।


ବିଭିନ୍ନ ଗୋଷ୍ଠୀଗଣ ବିଷୟରେ ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।


“ମୋୟାବକୁ ତୁମ୍ଭେମାନେ ମତ୍ତ କରାଅ, କାରଣ ସେ ନିଜକୁ ସଦାପ୍ରଭୁଙ୍କଠାରୁ ବଡ଼ ମନେ କରିଅଛି। ତେଣୁ ସେ ନିଜ ବାନ୍ତିରେ ଗଡ଼ିବ ଓ ସବୁ ଲୋକଙ୍କ ଦ୍ୱାରା ହାସ୍ୟାସ୍ପଦ ହେବ।


ମାତ୍ର ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନଙ୍କର ସେହି ପାତ୍ରରେ ପାନ କରିବାର ନାହିଁ, ସେମାନେ ତହିଁରେ ପାନ କରିବେ। କିନ୍ତୁ ଇଦୋମ, ତୁମ୍ଭେ ପାନ କରିବାର ଯୋଗ୍ୟ ଓ ତୁମ୍ଭେ ନିଶ୍ଚିତ ପାନ କରିବ। ତୁମ୍ଭେ ସର୍ବତୋଭାବେ ଦଣ୍ଡିତ ହେବ। ତୁମ୍ଭେ ଦଣ୍ଡରୁ କେବେ ରକ୍ଷା ପାଇବ ନାହିଁ।”


ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ନିଜ ଭଗିନୀର ପାତ୍ରରେ ପାନ କରିବ। ସେହି ପାତ୍ର ବଡ଼ ଗଭୀର ଓ ସେହି ପାତ୍ର ବହୁତ ଧାରଣ କରେ। ତୁମ୍ଭେ ଲୋକମାନଙ୍କର ହାସ୍ୟ ଓ ଉପହାସର ପାତ୍ର ହେବ।


ତୁମ୍ଭେ ମତ୍ତ ହୋଇ ଶୋକରେ ଆତୁର ହେବ। ତୁମ୍ଭର ଭଗିନୀ ଶମରିୟାର ପରିପୂର୍ଣ୍ଣ ହେଲାପରି ତୁମ୍ଭର ପାତ୍ର ଧ୍ୱଂସ ଓ ବିନାଶରେ ପରିପୂର୍ଣ୍ଣ ହେବ।


ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମୁଁ ମିଶରକୁ ଅନ୍ୟାନ୍ୟ ଜନଶୂନ୍ୟ ଦେଶମାନଙ୍କ ମଧ୍ୟରେ ଏକ ଜନଶୂନ୍ୟ ରାଷ୍ଟ୍ର କରି ଦେବି ଏବଂ ଏହାର ନଗରଗୁଡ଼ିକରେ ଅନ୍ୟାନ୍ୟ ଭଗ୍ନ ନଗର ପରି ଭଗ୍ନାବଶେଷ ରହିଯିବ। ମୁଁ ମିଶରୀୟମାନଙ୍କୁ ନାନା ଦେଶୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିବି ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବି।”


ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଈର୍ଷାରେ ଜଳିଯାଇ ମୁଁ ଅନ୍ୟ ଜାତିମାନଙ୍କ ବିରୁଦ୍ଧରେ ଓ ଇଦୋମ ବିରୁଦ୍ଧରେ କହିଛି, କାରଣ ସେମାନଙ୍କ ହୃଦୟରେ ମନ୍ଦ ଖୁସୀ ନେଇ ମୋର ଦେଶକୁ ଅଧିକାର କଲେ। ସେମାନେ ଏହାକୁ ଲୁଣ୍ଠନ କରିବା ପାଇଁ ଅଧିକାର କଲେ।”


କାହିଁକି ତାହା ଘଟିବ? କାରଣ ତୁମ୍ଭେ ଆମ୍ଭ ପବିତ୍ର ପର୍ବତ ଉପରେ ରକ୍ତ ପାନ କରିଥିଲ। ତେଣୁ ସମସ୍ତ ଦେଶ ତୁମ୍ଭର ରକ୍ତ ପାନ କରିବ। ତୁମ୍ଭର ସମାପ୍ତି ଘଟିବ ଯେପରି ତୁମ୍ଭର କୌଣସି ସତ୍ତା ରହିବ ନାହିଁ।


“କିନ୍ତୁ ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାତ୍ର ତୁମ୍ଭ ଆଡ଼କୁ ଆସିବ। ତୁମ୍ଭେ ସମ୍ମାନ ବଦଳରେ ଅପମାନରେ ପରିପୂର୍ଣ୍ଣ ହେବ। “ତୁମ୍ଭକୁ ଦ୍ରାକ୍ଷାରସ ପିଆଇ ଦିଆଯିବ ଏବଂ ଉଲଗ୍ନ କରାଯିବ। ତୁମ୍ଭର ସମ୍ମାନ ବଦଳରେ ଅପମାନ ଆସିବ।


ମୁଁ ଏହିସବୁ ବିଷୟରେ ସଦାକାଳ ପ୍ରଗ୍ଭର କରିବି। ମୁଁ ଇସ୍ରାଏଲ ପରମେଶ୍ୱରଙ୍କର ପ୍ରଶଂସା କରିବି।


ଏହା ମୋର ଯୋଜନା ସମଗ୍ର ପୃଥିବୀ ପାଇଁ ଅଛି। ମୁଁ ସମସ୍ତ ଜାତିଗଣମାନଙ୍କୁ ଦଣ୍ଡ ଦେବା ପାଇଁ ମୋର ଶକ୍ତି ପ୍ରୟୋଗ କରିବି।”


କାରଣ ସଦାପ୍ରଭୁ ଦେଶୀୟ ସମସ୍ତଙ୍କ ବିପକ୍ଷରେ ଓ ସମସ୍ତ ସୈନ୍ୟସାମନ୍ତଙ୍କ ପ୍ରତିକୂଳରେ ତାଙ୍କର ପ୍ରଚଣ୍ଡ କ୍ରୋଧ ପ୍ରକାଶ କରିଛନ୍ତି। ସଦାପ୍ରଭୁ ସେମାନଙ୍କୁ ବିନାଶ କରିବେ ଓ ସେ ମଧ୍ୟ ସେ ସମସ୍ତଙ୍କର ବିନାଶର କାରଣ ହେବେ।


“ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ୱ କାଳରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା କରିଅଛୁ, ସେ ସମସ୍ତ ସେହି ପୁସ୍ତକରେ ଲେଖ।


ହେ ବାରୂକ, ତୁମ୍ଭେ ନିଜ ପାଇଁ ମହାନ ବିଷୟ ଖୋଜୁଅଛ। କିନ୍ତୁ ତାହା ଚେଷ୍ଟା କର ନାହିଁ।’ କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପରେ ଅମଙ୍ଗଳ ଘଟାଇବା। ମାତ୍ର ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ ଆମ୍ଭେ ସେସବୁ ସ୍ଥାନରେ ତୁମ୍ଭର ପ୍ରାଣ ରକ୍ଷା କରିବା।”’


Swiv nou:

Piblisite


Piblisite