Biblia Todo Logo
Bib sou entènèt

- Piblisite -




ଯିରିମୀୟ 25:12 - ପବିତ୍ର ବାଇବଲ

12 ପୁଣି ସଦାପ୍ରଭୁ କହନ୍ତି, “ସତୁରିବର୍ଷ ଅନ୍ତେ ଆମ୍ଭେ ବାବିଲ ରାଜାକୁ, ସେହି ଗୋଷ୍ଠୀକି ଓ କ‌‌ଲ୍‌‌ଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହାକୁ ସଦାକାଳ ଧ୍ୱଂସସ୍ଥାନ କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପୁଣି, ସଦାପ୍ରଭୁ କହନ୍ତି, ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲେ ଆମ୍ଭେ ବାବିଲ ରାଜାକୁ ଓ ସେହି ଗୋଷ୍ଠୀକି ଓ କଲ୍ଦୀୟ-ମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହା ସଦା କାଳ ଧ୍ଵଂସସ୍ଥାନ କରିବା।

Gade chapit la Kopi

ଓଡିଆ ବାଇବେଲ

12 ପୁଣି, ସଦାପ୍ରଭୁ କହନ୍ତି, “ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲେ ଆମ୍ଭେ ବାବିଲ ରାଜାକୁ ଓ ସେହି ଗୋଷ୍ଠୀକି ଓ କଲ୍‍ଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହା ସଦାକାଳ ଧ୍ୱଂସର ସ୍ଥାନ କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପୁଣି, ସଦାପ୍ରଭୁ କହନ୍ତି, ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲେ ଆମ୍ଭେ ବାବିଲ ରାଜାକୁ ଓ ସେହି ଗୋଷ୍ଠୀକୁ ଓ କଲ୍‍ଦୀୟମାନଙ୍କ ଦେଶକୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ତାହା ସଦାକାଳ ଧ୍ୱଂସର ସ୍ଥାନ କରିବା।

Gade chapit la Kopi




ଯିରିମୀୟ 25:12
26 Referans Kwoze  

ଦାରିୟାବସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ମୁଁ ଦାନିୟେଲ, କେତେକ ଗ୍ରନ୍ଥ ପାଠକରି ଜାଣିଲି ଯେ, ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କଠାରୁ ବୁଝିଲେ ଯିରୁଶାଲମର ପୁନଃନିର୍ମାଣ ପ୍ରଳୟର ସତୁରି ବର୍ଷ ପରେ ଘଟିଲା।


“ବାବିଲନୀୟମାନେ ତାଙ୍କ ଦେଶପାଇଁ ଗର୍ବିତ ହୁଅନ୍ତି। କାରଣ ତାଙ୍କର ରାଜ୍ୟ ସବୁ ରାଜ୍ୟମାନଙ୍କ ମଧ୍ୟରେ ଅଧିକ ସୌନ୍ଦର୍ଯ୍ୟଶାଳୀ।


ତା'ପରେ ସଦାପ୍ରଭୁ କହନ୍ତି, “ମାତ୍ର ବାବିଲରେ ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ପରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା। ତୁମ୍ଭମାନଙ୍କୁ ପୁନର୍ବାର ଯିରୁଶାଲମକୁ ଫେରାଇ ଆଣି ଆମ୍ଭେ ଆପଣା ମଙ୍ଗଳ ବାକ୍ୟ ପୂରଣ କରିବା।”


ସଦାପ୍ରଭୁ ସର୍ବଶକ୍ତିମାନ ପୁଣି କହିଲେ, “ମୁଁ ମନୁଷ୍ୟର ବାସସ୍ଥଳୀ ବାବିଲକୁ ଝିଙ୍କ ପକ୍ଷୀର ବାସସ୍ଥଳୀ ଓ ଜଳାଶୟରେ ପରିଣତ କରିବି। ମୁଁ ସଂହାର ରୂପକ ଝାଡ଼ୁ ଧରି ତାକୁ ସମ୍ପୂର୍ଣ୍ଣ ସଫା କରି ଦେବି।”


ମୁଁ ଚିରକାଳ ଶୂନ୍ୟସ୍ଥାନ କରିବି ଓ ତୁମ୍ଭର ନଗରଗୁଡ଼ିକ ଜନଶୂନ୍ୟ ହେବ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।”


ଏବଂ ସେମାନେ ବହୁଦେଶର ଓ ମହାନ ରାଜାମାନଙ୍କର କ୍ରୀତଦାସ ହେବେ। ଆଉ ଆମ୍ଭେ ସେମାନଙ୍କ କାର୍ଯ୍ୟକଳାପନୁସାରେ ଓ ସେମାନଙ୍କ ହସ୍ତକୃତ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା।”


ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି, “ତୁମ୍ଭେମାନେ ଆମ୍ଭର ମେଷପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ଯତ୍ନ ନେଇ ନାହଁ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ଦୁଷ୍କର୍ମର ଫଳ ତୁମ୍ଭମାନଙ୍କୁ ଅବଶ୍ୟ ଦେବା।” ଏହା ସଦାପ୍ରଭୁ କହନ୍ତି।


“ବେଲ୍ ଓ ନବୋ ଆମ୍ଭ ସମ୍ମୁଖରେ ଅବନତ ହେବେ। “ସେମାନଙ୍କର ପ୍ରତିମାଗୁଡ଼ିକ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆ ହୋଇଛନ୍ତି। ସେଗୁଡ଼ିକ ବୋଝପରି ତୁମ୍ଭେମାନେ ବହି ଗ୍ଭଲିଲ, ତାହା କ୍ଳାନ୍ତ ପଶୁମାନଙ୍କ ପାଇଁ କେବଳ ଭାର ହୋଇଅଛି।


ଅଶୂରର ରାଜା ସର୍ଗୋନାଙ୍କ ପ୍ରେରିତ ତର୍ତ୍ତନ ଅସଦୋଦ ନଗର ବିପକ୍ଷରେ ଯୁଦ୍ଧ କଲେ।


ମାତ୍ର ନିମ୍ରୀମର ଜଳ ସମୂହ ଶୁଷ୍କ ହେବ। ସବୁଜ ବୃକ୍ଷଗୁଡ଼ିକ ରହିବନି।


ଯିହୋୟାକୀ‌ମ୍‌ର ରାଜତ୍ୱ କାଳରେ, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯିହୁଦା ଓ ଯିହୋୟାକୀ‌ମଙ୍କୁ ତିନି ବର୍ଷ ଧରି ଆକ୍ରମଣ କଲେ। ତା'ପରେ ସେ ତାଙ୍କୁ ଅମାନ୍ୟ କରି ତାଙ୍କର ବିଦ୍ରୋହୀ ହେଲେ।


କୋରସ୍ ପାରସ୍ୟର ରାଜା ହୋଇଥିବାର ପ୍ରଥମ ବର୍ଷରେ, ସଦାପ୍ରଭୁ କୋର‌ସଙ୍କ ଦ୍ୱାରା ଏକ ବିଶେଷ ଘୋଷଣା କରାଇଲେ। ସଦାପ୍ରଭୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ଦ୍ୱାରା ଯେଉଁ ଶପଥ କରିଥିଲେ, ତାହା ଯେପରି ପ୍ରକୃତରେ ଘଟିବ, ସେଥିନିମନ୍ତେ ସେ ଏହିପରି କଲେ। କୋରସ୍ ତାଙ୍କ ରାଜ୍ୟର ପ୍ରତ୍ୟେକ ସ୍ଥାନକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସେମାନେ ଏହି ବାର୍ତ୍ତା ବହନ କରୁଥିଲେ।


ହେ ବାବିଲୋନ, ତୁମ୍ଭେ ଧ୍ୱଂସ ହେବ! ମୁଁ ଯେକୌଣସି ଲୋକକୁ ଆଶୀର୍ବାଦ ଦେବି, ଯିଏ ତୁମ୍ଭକୁ ପ୍ରତିଦାନ ଦେବ, ଯାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।


ଦେଖ, ତୁମ୍ଭେମାନେ ଲୁଟିତ ନ ହୋଇ ମଧ୍ୟ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା ନ କଲେ ମଧ୍ୟ ତୁମ୍ଭେମାନେ ଅନ୍ୟମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଅଛ। ତେଣୁ ତୁମ୍ଭେମାନେ ସନ୍ତାପର ପାତ୍ର। କାରଣ ତୁମ୍ଭେମାନେ ଲୁଟିବା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭେମାନେ ବିଶ୍ୱାସଘାତକତା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିବେ।


ପୁଣି ସମୁଦାୟ ଗୋଷ୍ଠୀ ନବୂଖ‌ଦ୍‌ନିତ୍ସର, ତାହାର ପୁତ୍ର ଓ ପୌତ୍ରର ସେବା କରିବେ। ପୁଣି ଏକ ସମୟ ଆସିବ, ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ବାବିଲରେ ନିଜର ଦାସ୍ୟକର୍ମ କରିବେ।


‘ସେହିସବୁ ବାବିଲକୁ ଅଣାଯିବ ଏବଂ ଆମ୍ଭେ ସେଗୁଡ଼ିକର ପରିଦର୍ଶନ ନ କରିବା ଦିନ ପର୍ଯ୍ୟନ୍ତ ସେ ସବୁ ସେ ସ୍ଥାନରେ ଥିବ।’ ପୁଣି ସଦାପ୍ରଭୁ କହନ୍ତି, ‘ତାହାପରେ ଆମ୍ଭେ ସେସବୁ ଜିନିଷକୁ ଏହି ସ୍ଥାନକୁ ଫେରାଇ ଆଣିବା।’”


ଏ ନିମନ୍ତେ ସେ କି ଆପଣା ଜାଲ ଖାଲି କରୁଥିବ ଓ ସେ କ’ଣ ରାଜ୍ୟକୁ ଦୟା ନ ଦେଖାଇ ଧ୍ୱଂସ ସାଧନ କରି ଗ୍ଭଲିଥିବ?


Swiv nou:

Piblisite


Piblisite