Biblia Todo Logo
Bib sou entènèt

- Piblisite -




ଯିରିମୀୟ 24:8 - ପବିତ୍ର ବାଇବଲ

8 “ମାତ୍ର ଯିହୁଦାର ରାଜା ସିଦିକିୟ ସେହି ଅତି ମନ୍ଦ ଡିମ୍ବିରି ଫଳ ସଦୃଶ।” ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଶ୍ଚୟ ସିଦିକିୟକୁ, ତାହାର ଅଧିପତିଗଣକୁ ଓ ଯିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିଶର ଦେଶରେ ବାସ କରନ୍ତି, ସେମାନଙ୍କୁ ଆମ୍ଭେ ତ୍ୟାଗ କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆଉ, ଯେପରି ସେହି ମନ୍ଦ ଡିମିରି ଫଳ ଏଡ଼େ ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ସେପରି ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚୟ ଯିହୁଦାର ରାଜା ସିଦିକୀୟକୁ, ତାହାର ଅଧିପତିଗଣକୁ ଓ ଯିରୂଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିସର ଦେଶରେ ବାସ କରନ୍ତି, ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା।

Gade chapit la Kopi

ଓଡିଆ ବାଇବେଲ

8 ଆଉ, ଯେପରି ସେହି ମନ୍ଦ ଡିମ୍ବିରି ଫଳ ଏଡ଼େ ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ସେପରି ସଦାପ୍ରଭୁ କହନ୍ତି, ‘ଆମ୍ଭେ ନିଶ୍ଚୟ ଯିହୁଦାର ରାଜା ସିଦିକୀୟକୁ, ତାହାର ଅଧିପତିଗଣକୁ ଓ ଯିରୂଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିସର ଦେଶରେ ବାସ କରନ୍ତି, ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ, ଯେପରି ସେହି ମନ୍ଦ ଡିମ୍ବିରି ଫଳ ଏଡ଼େ ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ସେପରି ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚୟ ଯିହୁଦାର ରାଜା ସିଦିକୀୟକୁ, ତାହାର ଅଧିପତିଗଣକୁ ଓ ଯିରୂଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିସର ଦେଶରେ ବାସ କରନ୍ତି, ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା।

Gade chapit la Kopi




ଯିରିମୀୟ 24:8
18 Referans Kwoze  

ଏବଂ ତା'ପରେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଲୋକମାନଙ୍କୁ କ’ଣ କହିବା ପାଇଁ ଗ୍ଭହିଁଥିଲେ, ଯିରିମିୟ ତାହା କହିବା ଶେଷ କରୁ ନ କରୁଣୁ।


ତାହାପରେ ସିଦିକିୟ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହରେ ଗୋପନରେ ତାଙ୍କୁ ପଗ୍ଭରିଲେ, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି?” ଯିରିମିୟ ଉତ୍ତର କଲେ, “ହଁ, ସଦାପ୍ରଭୁଙ୍କଠାରୁ ବାର୍ତ୍ତା ଆସିଅଛି। ଆଉ ତୁମ୍ଭେ ବାବିଲ ରାଜା ହସ୍ତରେ ସମର୍ପିତ ହେବ।”


ଗୋଟିଏ ଡାଲାରେ ଆଦ୍ୟ ପକ୍ୱ ଡିମ୍ବିରି ଫଳପରି ଅତି ଉତ୍ତମ ଫଳ ଥିଲା। ଅନ୍ୟ ଏକ ଡାଲାରେ ଏପରି ଅତି ମନ୍ଦ ଡିମ୍ବିରି ଫଳ ଥିଲା, ଯାହାକି ଭୋଜନ ଉପଯୋଗୀ ନ ଥିଲା।


ହେ ଯିରୁଶାଲମ ନିବାସୀ, ତୁମ୍ଭେମାନେ କ‌‌ଲ୍‌‌ଦୀୟର ସମୁଦାୟ ସୈନ୍ୟଙ୍କୁ ପରାସ୍ତ କଲେ ହେଁ, ଅବଶିଷ୍ଟ ଆହତ ସୈନ୍ୟମାନେ ନିଜ ନିଜ ତମ୍ବୁରୁ ବାହାରି ଏହି ନଗରକୁ ଅଗ୍ନିରେ ଦ‌ଗ୍‌ଧ କରିବେ।’”


ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ଯେଉଁମାନେ ଯିହୁଦାର ବନ୍ଦୀରୂପେ ନିଆଗଲେ, ଏହିସବୁ ଉତ୍ତମ ଡିମ୍ବିରି ତୁଲ୍ୟ। ମୁଁ ସେମାନଙ୍କୁ ଉତ୍ତମ ବୋଲି ବିବେଚନା କରିବି। ଯେଉଁମାନଙ୍କୁ ମୁଁ ଏହି ସ୍ଥାନରୁ କ‌‌ଲ୍‌‌ଦୀୟମାନଙ୍କ ଭୂମିକୁ ତଡ଼ି ଦେଇଛି।


ପୁଣି ସଦାପ୍ରଭୁ କହନ୍ତି “‘ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ। ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନିରେ ଦ‌ଗ୍‌ଧ କରିବ।’”


ଯେଉଁ ଯିହୁଦୀୟମାନେ ମିଶର ଦେଶସ୍ଥ ମି‌ଗ୍‌ଦୋଲରେ, ତଫ‌‌‌ନ୍‌‌‌ହେଷରେ, ନୋଫରେ ଓ ପଥ୍ରୋଷ ପ୍ରଦେଶରେ ବାସ କଲେ ସେମାନଙ୍କ ଉଦ୍ଦେଶ୍ୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।


ଯୋଶିୟଙ୍କ ପୁତ୍ରମାନଙ୍କର ତାଲିକା ଏହି: ପ୍ରଥମ ପୁତ୍ର ଯୋହାନନ୍, ଦ୍ୱିତୀୟ ପୁତ୍ର, ଯିହୋୟାକୀମ୍, ତୃତୀୟ ପୁତ୍ର ସିଦିକିୟ, ଚତୁର୍ଥ ପୁତ୍ର ଶଲ୍ଲୁମ୍।


ତେଣୁ ମୁଁ ଫରାତ୍ ନଦୀ ନିକଟକୁ ଯାଇ ସେହି ପଥର ତଳ ଖୋଳି ଲୁଗ୍ଭଇ ରଖିଥିବା ପଟୁକା କାଢ଼ିଲି। ଆଉ ଦେଖ! ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା, ତାହା ପିନ୍ଧିବା ଯୋଗ୍ୟ ନ ଥିଲା।


Swiv nou:

Piblisite


Piblisite