Biblia Todo Logo
Bib sou entènèt

- Piblisite -




ଯିରିମୀୟ 23:31 - ପବିତ୍ର ବାଇବଲ

31 ପୁଣି ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ, ନିଜେ ମିଥ୍ୟା କହି ଛଳନା ପୂର୍ବକ କହନ୍ତି ମୁଁ କହିଛି ବୋଲି, ମୁଁ ସେମାନଙ୍କର ବିପକ୍ଷ ଅଟେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

31 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆପଣା ଆପଣା ଜିହ୍ଵା ବ୍ୟବହାର କରି, “ସେ କହନ୍ତି” ବୋଲି କହନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ।

Gade chapit la Kopi

ଓଡିଆ ବାଇବେଲ

31 ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଆପଣା ଆପଣା ଜିହ୍ୱା ବ୍ୟବହାର କରି, ‘ସେ କହନ୍ତି’ ବୋଲି କହନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଆପଣା ଆପଣା ଜିହ୍ୱା ବ୍ୟବହାର କରି, ‘ସେ କହନ୍ତି’ ବୋଲି କହନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ।

Gade chapit la Kopi




ଯିରିମୀୟ 23:31
12 Referans Kwoze  

ସେମାନେ ଆମ୍ଭର ଅବଜ୍ଞାକାରୀଙ୍କୁ ଆମ୍ଭର ବାକ୍ୟ ନ କହି ଭିନ୍ନ କଥା କୁହନ୍ତି। ସେମାନେ ସେମାନଙ୍କୁ କୁହନ୍ତି, ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ।’ ପୁଣି ଯେଉଁମାନେ ଅବାଧ୍ୟ ହୋଇ ନିଜର ହୃଦୟରେ ଆଚରଣ ଅନୁସାରେ କାର୍ଯ୍ୟ କରନ୍ତି, ସେମାନଙ୍କୁ କୁହାଯାଏ, ‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ହେବ ନାହିଁ।’


ସେମାନେ ଦର୍ଶକମାନଙ୍କୁ କୁହନ୍ତି, “ତୁମ୍ଭେମାନେ ଦର୍ଶନ କର ନାହିଁ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ କୁହନ୍ତି ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ବିଶ୍ୱାସ ବାକ୍ୟ ପ୍ରଗ୍ଭର କର ନାହିଁ। ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଗ୍ଭର କର।


ତେଣୁ ଇସ୍ରାଏଲର ରାଜା ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଏକତ୍ର କଲେ, ସେମାନେ 400 ଜଣ ଥିଲେ। ଆହାବ ସେମାନଙ୍କୁ କହିଲେ, “ଆମ୍ଭେମାନେ ରାମୋତ୍-ଗିଲିୟଦ୍ ସହରକୁ ଯୁଦ୍ଧ କରିବାକୁ ଯିବା, ନା ନାହିଁ?” ଭବିଷ୍ୟ‌ଦ୍‌ବକ୍ତାମାନେ କହିଲେ, “ଯାଅ, କାରଣ ପରମେଶ୍ୱର ରାମୋତ୍-ଗିଲିୟ‌ଦ୍‌କୁ ରାଜାଙ୍କୁ ଦେବେ।”


ଯଦି କିଏ ଜଣେ ମିଥ୍ୟା ପ୍ରଗ୍ଭର କରେ ତେବେ ଲୋକମାନେ ତାକୁ ଗ୍ରହଣ କରିବେ। ଯଦି ସେ ଆସି କହେ, “ଭବିଷ୍ୟତରେ ପ୍ରଚୁର ଦ୍ରାକ୍ଷାରସ ଓ କଡ଼ା ସୁରା ମିଳିବ” ତେବେ ଏହି ଲୋକମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀକୁ ଗ୍ରହଣ କରିବେ।


ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନେ ଆପଣା ଆପଣା ପ୍ରତିବାସୀଠାରୁ ଆମ୍ଭର ବାକ୍ୟ ହରଣ କରନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।”


ଆଉ ମଧ୍ୟ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନେ ମିଥ୍ୟା ସ୍ୱପ୍ନର ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି ଓ ସେହି ମିଥ୍ୟା କଥା ଓ ଅସାର ଶିକ୍ଷା ଦ୍ୱାରା ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରନ୍ତି। ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ। ତେଣୁ ସେମାନେ ଏହି ଲୋକମାନଙ୍କର କିଛି ମାତ୍ର ଉପକାର କରି ପାରିବେ ନାହିଁ।”


“କିନ୍ତୁ ଯେତେବେଳେ ଜଣେ ଭବିଷ୍ୟ‌ଦ୍‌ବକ୍ତା ମୋ’ ନାମରେ କୌଣସି ଅନୁଚିତ୍ କଥା କହେ, ଯାହା ମୁଁ ତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦେଇ ନାହିଁ। ସେହି ଭବିଷ୍ୟ‌ଦ୍‌ବକ୍ତାର ମୃତ୍ୟୁଦଣ୍ତ ପାଇବା ଉଚିତ୍। ଏବଂ ଯଦି କେତେକ ଭବିଷ୍ୟ‌ଦ୍‌ବକ୍ତା ଅନ୍ୟ ଦେବଗଣଙ୍କ ନାମରେ କହନ୍ତି, ତେବେ ସେହି ଭବିଷ୍ୟ‌ଦ୍‌ବକ୍ତାଗଣ ନିଶ୍ଚୟ ମୃତ୍ୟୁଦଣ୍ତ ପାଇବେ।


କନାନାର ପୁତ୍ର ସିଦିକିୟ ଜଣେ ଭବିଷ୍ୟ‌ଦ୍‌ବକ୍ତା ଲୌହମୟ ଶିଙ୍ଗମାନ ନିର୍ମାଣ କରି ଆହାବଙ୍କୁ କହିଲା, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଏହି ଲୌହମୟ ଶିଙ୍ଗ ଯୁଦ୍ଧରେ ବ୍ୟବହାର କରିବ ଏବଂ ତୁମ୍ଭେ ଅରାମର ସମସ୍ତ ସୈନ୍ୟମାନଙ୍କୁ ସଂହାର କରିବ ଏବଂ ଜୟଲାଭ କରିବ।’”


ତହିଁରେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ହନାନିୟ ଭବିଷ୍ୟ‌ଦ୍‌ବକ୍ତାକୁ କହିଲେ, “ହେ ହନାନିୟ, ଏବେ ଶୁଣ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ୱାସ କରାଇ ଅଛ।


ଆଉ ହନାନିୟ ଭବିଷ୍ୟ‌ଦ୍‌ବକ୍ତା ସେହି ବର୍ଷ ସପ୍ତମ ମାସରେ ମଲା।


Swiv nou:

Piblisite


Piblisite