ଯିରିମୀୟ 23:29 - ପବିତ୍ର ବାଇବଲ29 ସଦାପ୍ରଭୁ କହନ୍ତି, “ଆମ୍ଭର ବାକ୍ୟ ଅଗ୍ନି ତୁଲ୍ୟ। ପୁଣି ତାହା ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ।” Gade chapit laପବିତ୍ର ବାଇବଲ (Re-edited) - (BSI)29 ସଦାପ୍ରଭୁ କହନ୍ତି, ଆମ୍ଭର ବାକ୍ୟ କି ଅଗ୍ନି ସ୍ଵରୂପ ନୁହେଁ? ଓ ପାଷାଣ ଖଣ୍ତବିଖଣ୍ତକାରୀ ହାତୁଡ଼ି ତୁଲ୍ୟ ନୁହେଁ? Gade chapit laଓଡିଆ ବାଇବେଲ29 ସଦାପ୍ରଭୁ କହନ୍ତି, “ଆମ୍ଭର ବାକ୍ୟ କି ଅଗ୍ନି ସ୍ୱରୂପ ନୁହେଁ ? ଓ ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ ନୁହେଁ ?” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 ସଦାପ୍ରଭୁ କହନ୍ତି, ଆମ୍ଭର ବାକ୍ୟ କି ଅଗ୍ନି ସ୍ୱରୂପ ନୁହେଁ? ଓ ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ ନୁହେଁ? Gade chapit la |
ସମୟେ ସମୟେ ମୁଁ ନିଜେ ନିଜକୁ କହେ, “ମୁଁ ଆଉ ସଦାପ୍ରଭୁଙ୍କ ବିଷୟ କହିବି ନାହିଁ କି ତାଙ୍କ ପାଇଁ ପ୍ରଗ୍ଭର କରିବି ନାହିଁ।” ମାତ୍ର ଏହା କହିଲା ବେଳେ ମୋ’ ଅସ୍ଥି ମଜ୍ଜା ମଧ୍ୟରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ୟ ଜଳି ଉଠେ। ମୁଁ ହୃଦୟ ମଧ୍ୟରେ ତାକୁ ସମ୍ଭାଳି ରଖିପାରେ ନାହିଁ। ସେଗୁଡ଼ିକୁ ଭିତରେ ଧରି ରଖିବା ପାଇଁ ଚେଷ୍ଟା କଲି କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହେଲି।