Biblia Todo Logo
Bib sou entènèt

- Piblisite -




ଯିରିମୀୟ 23:26 - ପବିତ୍ର ବାଇବଲ

26 ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ହୃଦୟ ମିଥ୍ୟା ଭାବନାରେ ପରିପୂର୍ଣ୍ଣ ଓ ଯେଉଁମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି, ସେମାନେ କେତେକାଳ ଏହା ଗ୍ଭଲୁ ରଖିବେ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଯେଉଁ ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍-ବାକ୍ୟ ପ୍ରଚାର କରନ୍ତି, ଅର୍ଥାତ୍, ଯେଉଁମାନେ ନିଜ ଅନ୍ତଃକରଣର କାପଟ୍ୟର ଭବିଷ୍ୟଦ୍ବକ୍ତା ଅଟନ୍ତି, ସେମାନଙ୍କ ଅନ୍ତଃକରଣରେ ଏହା କେତେକାଳ ଥିବ?

Gade chapit la Kopi

ଓଡିଆ ବାଇବେଲ

26 ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ଅର୍ଥାତ୍‍, ଯେଉଁମାନେ ନିଜ ଅନ୍ତଃକରଣର କପଟତାର ଭବିଷ୍ୟଦ୍‍ବକ୍ତା ଅଟନ୍ତି, ସେମାନଙ୍କ ଅନ୍ତଃକରଣରେ ଏହା କେତେ କାଳ ଥିବ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ଅର୍ଥାତ୍‍, ଯେଉଁମାନେ ନିଜ ଅନ୍ତଃକରଣର କପଟତାର ଭବିଷ୍ୟଦ୍‍ବକ୍ତା ଅଟନ୍ତି, ସେମାନଙ୍କ ଅନ୍ତଃକରଣରେ ଏହା କେତେ କାଳ ଥିବ?

Gade chapit la Kopi




ଯିରିମୀୟ 23:26
13 Referans Kwoze  

ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ସେହି ଭବିଷ୍ୟ‌ଦ୍‌ବକ୍ତାମାନେ ଆମ୍ଭ ବିଷୟରେ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରନ୍ତି। ଆମ୍ଭେ ସେମାନଙ୍କୁ ପ୍ରଗ୍ଭର ପାଇଁ ପଠାଇ ନାହୁଁ। ଆଉ ଆମ୍ଭେ ସେମାନଙ୍କୁ କହିବାକୁ ଆଜ୍ଞା ଦେଇ ନାହୁଁ। ସେମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀ ଓ ମୂଲ୍ୟହୀନ ଦୈବିତ୍ୱ ପ୍ରଗ୍ଭର କରୁଛନ୍ତି। ସେମାନେ ସେମାନଙ୍କର ହୃଦୟର ପ୍ରବଞ୍ଚନାମୂଳକ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିଛନ୍ତି।


ସମୟ ଆସୁଛି, ଯେତେବେଳେ ଲୋକେ ସ‌ତ୍‌‌ଶିକ୍ଷା ଶୁଣିବେ ନାହିଁ। କିନ୍ତୁ ଲୋକେ ଅଧିକରୁ ଅଧିକ ନିଜ ମନ ପସନ୍ଦ ଶିକ୍ଷା ସେମାନଙ୍କଠାରୁ ସଂଗ୍ରହ କରିବେ, ଯେଉଁମାନେ ସେମାନଙ୍କୁ ସନ୍ତୁଷ୍ଟ କଲାଭଳି କଥା କହିବେ।


ତୁମ୍ଭେ ସବୁ ପ୍ରକାର ମନ୍ଦ କାର୍ଯ୍ୟ ଓ ମିଥ୍ୟାରେ ପରିପୂର୍ଣ୍ଣ ଅଟ। ତୁମ୍ଭେ ସର୍ବଦା ପ୍ରଭୁଙ୍କ ସତ୍ୟକୁ ମିଥ୍ୟାରେ ପରିଣତ କରିବାକୁ ଚେଷ୍ଟା କରିଥାଅ।


ହେ ଶମରିୟା, ସଦାପ୍ରଭୁ ତୁମ୍ଭ ଦ୍ୱାରା ପୂଜିତ ହେଉଥିବା ବାଛୁରି ମୂର୍ତ୍ତିକୁ ପ୍ରତ୍ୟାଖ୍ୟାନ କଲେ। ପରମେଶ୍ୱର କହନ୍ତି, ‘ଆମ୍ଭେ ଇସ୍ରାଏଲୀୟମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ।’ ସେମାନେ ସେମାନଙ୍କର ପାପ ପାଇଁ ଦଣ୍ତିତ ହେବେ। କେତେକ ଶ୍ରମିକ ସେହି ମୂର୍ତ୍ତି ନିର୍ମାଣ କରିଥିଲେ। ସେମାନେ କିନ୍ତୁ ଈଶ୍ୱର ନୁହନ୍ତି। ଶମରିୟାର ବାଛୁରି ମୂର୍ତ୍ତିଗୁଡ଼ିକ ଖଣ୍ତ ବିଖଣ୍ତ ହୋଇ ଭାଙ୍ଗିଯିବ।


“ଯାହାର ଅନ୍ତଃକରଣ ସବୁଠାରୁ କପଟମୟ ଓ ଯାହାର ଅନ୍ତଃକରଣ ପୀଡ଼ିତ, ତାହା କେହି ଜାଣି ପାରିବେ ନାହିଁ।


ଆମ୍ଭେ ପର୍ବତଗୁଡ଼ିକ ଉପରେ ତୁମ୍ଭର ଘୃଣ୍ୟକର୍ମ, ବ୍ୟଭିଗ୍ଭର, ହିଁ ହିଁ ହେବାର ଶବ୍ଦ ଓ ବେଶ୍ୟାବୃତ୍ତିର ଦୁଷ୍ଟତା ଦେଖିଅଛୁ। ଯିରୁଶାଲମ, ଦୁଃଖ ପାଉ। ତୁମ୍ଭେ ସୁପଥକୁ ଆସିବାକୁ ଚେଷ୍ଟା କରୁ ନାହଁ। କେତେକାଳ ଏହି ପାପକର୍ମ କରିଗ୍ଭଲିବ?”


ହେ ଯିରୁଶାଲମ ନିବାସୀଗଣ! ଉଦ୍ଧାର ପାଇବା ନିମନ୍ତେ ନିଜ ନିଜ ହୃଦୟରୁ ଅମଙ୍ଗଳକୁ ଧୋଇ ଦିଅ। ହୃଦୟକୁ ନିର୍ମଳ ଓ ପବିତ୍ର କର, ଆଉ ମନ୍ଦ କଳ୍ପନା ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ଦିଅ ନାହିଁ।


ସେମାନେ ଦର୍ଶକମାନଙ୍କୁ କୁହନ୍ତି, “ତୁମ୍ଭେମାନେ ଦର୍ଶନ କର ନାହିଁ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ କୁହନ୍ତି ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ବିଶ୍ୱାସ ବାକ୍ୟ ପ୍ରଗ୍ଭର କର ନାହିଁ। ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଗ୍ଭର କର।


ହେ ଲୋକମାନେ, ଆଉ କେତେ ଦିନ ଏପରି ଖରାପ କଥା ମୋ’ ବିରୁଦ୍ଧରେ ପ୍ରଗ୍ଭର କରିବ? ତୁମ୍ଭେମାନେ କେତେଦିନ ନାନା ପ୍ରକାର ନୂଆ ନୂଆ ମିଥ୍ୟା କଥା ମୋ’ ବିଷୟରେ କହିବ? କାହିଁକି ତୁମ୍ଭେମାନେ ସେହି ମନ୍ଦ କଥା କହିବାକୁ ଭଲ ପାଉଛ? ସେଲା


କୌଣସି ଭବିଷ୍ୟ‌‌ଦ୍‌‌‌‌ବାଣୀ, ମନୁଷ୍ୟର ନିଜର ଇଚ୍ଛାରୁ ଜାତ ହୋଇ ନାହିଁ। କିନ୍ତୁ ଲୋକମାନେ ପବିତ୍ରଆତ୍ମା ଦ୍ୱାରା ଗ୍ଭଳିତ ହୋଇ, ପରମେଶ୍ୱରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।


Swiv nou:

Piblisite


Piblisite