Biblia Todo Logo
Bib sou entènèt

- Piblisite -




ଯିରିମୀୟ 23:18 - ପବିତ୍ର ବାଇବଲ

18 ମାତ୍ର କୌଣସି ଭବିଷ୍ୟ‌ଦ୍‌ବକ୍ତା ସ୍ୱର୍ଗୀୟ ସଭାରେ ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷ ଭାବରେ ଶୁଣିବାକୁ ତାଙ୍କ ସମ୍ମୁଖରେ ଠିଆ ହୋଇ ନାହିଁ। କେହି ତାଙ୍କର ବାକ୍ୟ ମନୋଯୋଗ ସହକାରେ ଶୁଣି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ମାତ୍ର ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷରେ ଶୁଣିବା ପାଇଁ କିଏ ତାହାଙ୍କ ଆଗରେ ଠିଆ ହୋଇ ଅଛି? କିଏ ଆମ୍ଭର ବାକ୍ୟ ମନ ଦେଇ ଶୁଣିଅଛି?

Gade chapit la Kopi

ଓଡିଆ ବାଇବେଲ

18 ମାତ୍ର ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷରେ ଶୁଣିବା ପାଇଁ କିଏ ତାହାଙ୍କ ଆଗରେ ଠିଆ ହୋଇ ଅଛି ? କିଏ ଆମ୍ଭର ବାକ୍ୟ ମନ ଦେଇ ଶୁଣିଅଛି ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ମାତ୍ର ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷରେ ଶୁଣିବା ପାଇଁ କିଏ ତାହାଙ୍କ ଆଗରେ ଠିଆ ହୋଇଅଛି? କିଏ ଆମ୍ଭର ବାକ୍ୟ ମନ ଦେଇ ଶୁଣିଅଛି?

Gade chapit la Kopi




ଯିରିମୀୟ 23:18
11 Referans Kwoze  

ସେମାନେ ଯଦି ଆମ୍ଭ ସ୍ୱର୍ଗୀୟ ସଭାରେ ଠିଆ ହେଇଆନ୍ତେ, ତେବେ ସେମାନେ ଆମ୍ଭର ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇ ଥା’ନ୍ତେ। ଆଉ ସେମାନେ ସେମାନଙ୍କୁ କୁପଥରୁ ଓ କୁକର୍ମରୁ ନିବୃତ୍ତ କରାଇଥାଆନ୍ତେ।”


ଶାସ୍ତ୍ର କୁହେ: “ପ୍ରଭୁଙ୍କ ମନ କିଏ ଜାଣି ଅଛି? କ’ଣ କରିବାକୁ ହେବ ବୋଲି ପ୍ରଭୁଙ୍କୁ କିଏ କହିବ?” କିନ୍ତୁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ମନ ପାଇଅଛୁ।


ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସେବକ ବୋଲି କହୁ ନାହିଁ। ଜଣେ ସେବକ, ତା'ର ମୁନିବ କ'ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହାସବୁ ଶୁଣିଛି ତାହା କହିଛି।


ସଦାପ୍ରଭୁ ମୋର ପ୍ରଭୁ, କୌଣସି ଯୋଜନା ତାଙ୍କର ସେବକର ଅଗୋଚରରେ କରନ୍ତି ନାହିଁ।


ସଦାପ୍ରଭୁ ସର୍ବଦା ଗୁପ୍ତ ବିଷୟ ସବୁ ତାଙ୍କର ଅନୁଯୋଗୀମାନଙ୍କୁ କୁହନ୍ତି। ସେ ତାଙ୍କର ବ୍ୟବସ୍ଥା ସବୁ ସେମାନଙ୍କୁ ନିୟମ ପ୍ରଦାନ କରନ୍ତି।


ଏହା ଶୁଣି ସିଦିକିୟ ମୀଖାୟ ନିକଟକୁ ଗଲା ଓ ତାଙ୍କ ଗାଲକୁ ଆଘାତ କଲା। ସିଦିକିୟ କହିଲା, “ମୀଖାୟ, ସଦାପ୍ରଭୁଙ୍କ ଆତ୍ମା ତୋତେ ଏହା କହିବା ନିମନ୍ତେ ମୋ'ଠାରୁ କେଉଁ ବାଟରେ ଗଲେ?”


ତହିଁରେ କନାନାର ପୁତ୍ର ସିଦିକିୟ ମୀଖାୟର ଗାଲରେ ଏକ ଗ୍ଭପୁଡ଼ା ମାରି କହିଲା, “ତୁମ୍ଭେ ଭାବୁଛ କି ସଦାପ୍ରଭୁଙ୍କ ଆତ୍ମା ମୋତେ ଛାଡ଼ି ଦେଇଛନ୍ତି ଓ ବର୍ତ୍ତମାନ ତୁମ୍ଭ ମାଧ୍ୟମରେ କହୁଛନ୍ତି, ତୁମ୍ଭକୁ କିପରି କହିଲେ?”


“ଆୟୁବ, ମୋ’ କଥାକୁ ଧ୍ୟାନ ଦିଅ, ମୋ’ କଥା ଶୁଣ। ନୀରବ ରୁହ ଏବଂ ମୋତେ କହିବାକୁ ଦିଅ।


“କେହି ପରମେଶ୍ୱରଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦେଇ ପାରିବ କି? ପରମେଶ୍ୱର ମଧ୍ୟ ଅତି ଉଚ୍ଚ ସ୍ଥାନରେ ବାସ କରୁଥିବା ଲୋକମାନଙ୍କ କଥା ବିଗ୍ଭର କରନ୍ତି।


Swiv nou:

Piblisite


Piblisite