Biblia Todo Logo
Bib sou entènèt

- Piblisite -




ଯିରିମୀୟ 23:15 - ପବିତ୍ର ବାଇବଲ

15 ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ବିଷୟରେ ଏହା କହନ୍ତି, “ଆମ୍ଭେ ସେମାନଙ୍କୁ ବିଷାକ୍ତ ଖାଦ୍ୟ ଭୋଜନ କରାଇବା ଓ ବିଷ ବୃକ୍ଷର ରସ ପାନ କରାଇବା। କାରଣ ଯିରୁଶାଲମର ଭବିଷ୍ୟ‌ଦ୍‌ବକ୍ତାମାନଙ୍କଠାରୁ ପାଷାଣ୍ଡତା ଦେଶ ସାରା ବ୍ୟାପିଯାଇଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟଦ୍-ବକ୍ତାମାନଙ୍କ ବିଷୟରେ ଏହି କଥା କହନ୍ତି; ଦେଖ, ଆମ୍ଭେ ସେମାନଙ୍କୁ ନାଗଦଅଣା ଭୋଜନ କରାଇବା ଓ ବିଷ-ବୃକ୍ଷର ରସ ପାନ କରାଇବା; କାରଣ ଯିରୂଶାଲମର ଭବିଷ୍ୟଦ୍-ବକ୍ତାଗଣଠାରୁ ଦେଶଯାକରେ ପାଷାଣ୍ତତା ବ୍ୟାପି ଅଛି।

Gade chapit la Kopi

ଓଡିଆ ବାଇବେଲ

15 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟଦ୍‍ବକ୍ତାମାନଙ୍କ ବିଷୟରେ ଏହି କଥା କହନ୍ତି; “ଦେଖ, ଆମ୍ଭେ ସେମାନଙ୍କୁ ତିକ୍ତ ଫଳ ଭୋଜନ କରାଇବା ଓ ବିଷ ବୃକ୍ଷର ରସ ପାନ କରାଇବା; କାରଣ ଯିରୂଶାଲମର ଭବିଷ୍ୟଦ୍‍ବକ୍ତାଗଣଠାରୁ ଦେଶଯାକରେ ଅଧାର୍ମିକତା ବ୍ୟାପି ଅଛି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟଦ୍‍ବକ୍ତାମାନଙ୍କ ବିଷୟରେ ଏହି କଥା କହନ୍ତି; “ଦେଖ, ଆମ୍ଭେ ସେମାନଙ୍କୁ ତିକ୍ତ ଫଳ ଭୋଜନ କରାଇବା ଓ ବିଷବୃକ୍ଷର ରସ ପାନ କରାଇବା; କାରଣ ଯିରୂଶାଲମର ଭବିଷ୍ୟଦ୍‍ବକ୍ତାଗଣଠାରୁ ଦେଶଯାକରେ ଅଧାର୍ମିକତା ବ୍ୟାପିଅଛି।”

Gade chapit la Kopi




ଯିରିମୀୟ 23:15
12 Referans Kwoze  

“ଆମ୍ଭେମାନେ କାହିଁକି ଶାନ୍ତଭାବେ ବସିଅଛୁ? ଆସ, ଏକତ୍ରିତ ହୋଇ ଆମ୍ଭେମାନେ ଏକ ପ୍ରାଚୀର ବେଷ୍ଟିତ ନଗରକୁ ଗ୍ଭଲିଯିବା। ଆସ ସେହି ସ୍ଥାନରେ ଆମ୍ଭେ ମୃତ୍ୟୁବରଣ କରିବା। ଯେହେତୁ ସଦାପ୍ରଭୁ ଆମ୍ଭର ପରମେଶ୍ୱର ଆମ୍ଭମାନଙ୍କୁ ନୀରବ କରିଛନ୍ତି। ଆସ ବିଷାକ୍ତ ପାଣି ପିଇବା, ଯେହେତୁ ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛୁ।


ତେଣୁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ତିକ୍ତ ଭୋଜନ କରାଇବା ଓ ବିଷବୃକ୍ଷର ରସ ସେମାନଙ୍କୁ ପାନ କରିବାକୁ ଦେବା।


ସଦାପ୍ରଭୁ ମୋତେ ତିକ୍ତତାରେ ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷରେ ମୋତେ ଭରି ଦେଇଅଛନ୍ତି।


ସଦାପ୍ରଭୁ ମୋର ଚତୁର୍ଦ୍ଦିଗରେ ତିକ୍ତତା ଓ କ୍ଳେଶ ଭରି ଦେଇଅଛନ୍ତି।


ସେମାନେ ମୋତେ ଖାଦ୍ୟ ବଦଳରେ ତୁଷ ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଳରସ ଦେଲେ।


ସେହି ତାରାର ନାମ ‘ନାଗଦଅଣା’ ଥିଲା। ଏହା ଦ୍ୱାରା ପୃଥିବୀର ଏକ ତୃତୀୟାଂଶ ଜଳଭାଗ ପିତା ହୋଇଗଲା। ଏହି ପିତା ଜଳ ପାନକରି ଅନେକ ଲୋକ ମୃତ୍ୟୁବରଣ କଲେ।


ସେମାନେ ଯୀଶୁଙ୍କୁ ପିତ୍ତ ମିଶା ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହାକୁ ଗ୍ଭଖିବା ପରେ ପିଇବା ପାଇଁ ମନାକଲେ।


ହେ ସଦାପ୍ରଭୁ, ମୋର ଦୁଃଖ, ଦୁର୍ଗତି ସ୍ମରଣ କର। ତାହା ନାଗଦଅଣା ଓ ବିଷ ସ୍ୱରୂପ।


ଏଥିପାଇଁ ତୁମ୍ଭେ ସାବଧାନ ହେବ। ସେହି ଦେଶୀୟ ଲୋକମାନଙ୍କ ଦେବତାଗଣର ପଶ୍ଚା‌ଦ୍‌ଗାମୀ ହୋଇ ସେବା କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ ଯାହାର ହୃଦୟ ବିମୁଖ ହୁଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, ପରିବାର କି ବଂଶ ଯେମନ୍ତ ତୁମ୍ଭମାନଙ୍କ ମଧ୍ୟରେ ନ ରହେ, ଯେମନ୍ତ ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧ୍ୟରେ ନ ରହେ।


ଏଣୁ ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ଆମ୍ଭ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି ଓ ଆମ୍ଭେ ସେମାନଙ୍କୁ ପ୍ରେରଣ ନ କଲେ ହେଁ ସେମାନେ କହନ୍ତି, ‘ଏ ଦେଶରେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହେବ ନାହିଁ,’ ସେହିମାନଙ୍କ ବିଷୟରେ ସଦାପ୍ରଭୁ କହନ୍ତି, ‘ସେହି ଭବିଷ୍ୟ‌ଦ୍‌ବକ୍ତାମାନେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷ ଦ୍ୱାରା ବିନଷ୍ଟ ହେବେ।


ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦେବା। ଏପରିକି ଲୋକମାନେ ସେମାନଙ୍କର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ୟ ଆମ୍ଭେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡ଼ିକୁ ପୃଥିବୀରୁ ବିଲୋପ କରିବା।


ସେମାନେ ନିଜ ଇଚ୍ଛାନୁସାରେ ଅବାଧ୍ୟ ହୋଇଛନ୍ତି ଓ ପୂର୍ବପୁରୁଷମାନଙ୍କ ଶିକ୍ଷାନୁସାରେ ବା‌‌ଲ୍‌‌ଦେବ ତାଙ୍କର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।”


Swiv nou:

Piblisite


Piblisite