Biblia Todo Logo
Bib sou entènèt

- Piblisite -




ଯିରିମୀୟ 23:13 - ପବିତ୍ର ବାଇବଲ

13 “ଶମରିୟାର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ବିରକ୍ତିକର ବସ୍ତୁ ମୁଁ ଦେଖିଅଛି। ସେମାନେ ‌ବା‌ଲ୍‌ଦେବ ନାମରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି ଇସ୍ରାଏଲ ଲୋକମାନଙ୍କୁ କୁପଥରେ ଚଲାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଆହୁରି, ଆମ୍ଭେ ଶମରୀୟାର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଅଜ୍ଞାନତା ଦେଖିଅଛୁ; ସେମାନେ ବାଲ୍ଦେବ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି ଆମ୍ଭର ଇସ୍ରାଏଲ ଲୋକମାନଙ୍କୁ ଭ୍ରାନ୍ତ କରାଇଲେ।

Gade chapit la Kopi

ଓଡିଆ ବାଇବେଲ

13 ଆହୁରି, ଆମ୍ଭେ ଶମରୀୟାର ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଅଜ୍ଞାନତା ଦେଖିଅଛୁ; ସେମାନେ ବାଲ୍‍ଦେବ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ଆମ୍ଭର ଇସ୍ରାଏଲ ଲୋକମାନଙ୍କୁ ଭ୍ରାନ୍ତ କରାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଆହୁରି, ଆମ୍ଭେ ଶମରୀୟାର ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଅଜ୍ଞାନତା ଦେଖିଅଛୁ; ସେମାନେ ବାଲ୍‍ଦେବ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ଆମ୍ଭର ଇସ୍ରାଏଲ ଲୋକମାନଙ୍କୁ ଭ୍ରାନ୍ତ କରାଇଲେ।

Gade chapit la Kopi




ଯିରିମୀୟ 23:13
12 Referans Kwoze  

“ଯାଜକମାନେ କହିଲେ ନାହିଁ ଯେ, ‘ସଦାପ୍ରଭୁ କାହାନ୍ତି,’ ଆଉ ଯେଉଁମାନେ ବ୍ୟବସ୍ଥା ହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ, ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ, ଆଉ ଭବିଷ୍ୟ‌ଦ୍‌ବକ୍ତାମାନେ ବା‌‌ଲ୍‌‌ଦେବ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ ଓ ନିଷ୍ଫଳ ବସ୍ତୁମାନଙ୍କର ପଶ୍ଚା‌‌ଦ୍‌‌ଗମନ କଲେ।”


ପଥପ୍ରଦର୍ଶକଗଣ ଲୋକମାନଙ୍କୁ ଭୁଲ୍ ବାଟରେ ପରିଗ୍ଭଳିତ କରନ୍ତି। ଆଉ ସେମାନଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିଗଣ ବିନଷ୍ଟ ହେବେ।


ମନଃଶି ଯିହୁଦାର ଲୋକ ଓ ଯିରୁଶାଲମରେ ବାସ କରୁଥିବା ଲୋକମାନଙ୍କୁ ମନ୍ଦକାର୍ଯ୍ୟ କରିବା ନିମନ୍ତେ ଉତ୍ସାହିତ କଲେ। ଇସ୍ରାଏଲୀୟମାନଙ୍କ ପୂର୍ବରୁ ଦେଶର ଯେଉଁ ଜାତିଗଣ ଥିଲେ, ସେମାନଙ୍କଠାରୁ ଏହି ଲୋକମାନେ ଆହୁରି ଅଧିକ ମନ୍ଦ ହେଲେ, ଆଉ ସଦାପ୍ରଭୁ ସେହି ଅନ୍ୟ ଜାତୀୟମାନଙ୍କୁ ବିନଷ୍ଟ କରିଥିଲେ।


ତା'ପରେ ଏଲିୟ ସେମାନଙ୍କୁ କହିଲେ, “ବା‌ଲ୍‌‌‌ର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧର, କାହାରିକୁ ଛାଡ଼ ନାହିଁ।” ତେଣୁ ଲୋକମାନେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିୟ ସେମାନଙ୍କୁ କୀଶୋନ ନଦୀ ନିକଟକୁ ନେଇ ସେଠାରେ ହତ୍ୟା କଲେ।


ଆଉ ମଧ୍ୟ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନେ ମିଥ୍ୟା ସ୍ୱପ୍ନର ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି ଓ ସେହି ମିଥ୍ୟା କଥା ଓ ଅସାର ଶିକ୍ଷା ଦ୍ୱାରା ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରନ୍ତି। ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ। ତେଣୁ ସେମାନେ ଏହି ଲୋକମାନଙ୍କର କିଛି ମାତ୍ର ଉପକାର କରି ପାରିବେ ନାହିଁ।”


“ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ୱ କାଳରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା କରିଅଛୁ, ସେ ସମସ୍ତ ସେହି ପୁସ୍ତକରେ ଲେଖ।


“ଯୌନ ଭୋଗ ପାପ, ଅତ୍ୟଧିକ ଦ୍ରାକ୍ଷାରସ ପାନ ଗୋଟିଏ ବ୍ୟକ୍ତିର ସ୍ୱାଧୀନ ଚିନ୍ତା କରିବାର ଧ୍ୱଂସ କରେ।


ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସେମାନେ ଭାବନ୍ତି ସେହି କାଠଖଣ୍ତଗୁଡ଼ିକ ସେମାନଙ୍କୁ ଉତ୍ତର ଦେବ। କାରଣ, ସେମାନେ ଗଣିକାମାନଙ୍କପରି ମିଥ୍ୟାପ୍ରତିମାର ପଛରେ ଅନୁଧାବନ କରିଛନ୍ତି। ସେମାନେ ପରମେଶ୍ୱରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହୋଇଯାଇଥିଲେ।


କାରଣ ଯାକୁବ ଓ ଇସ୍ରାଏଲ ବଂଶର ପାପ ଯୋଗୁଁ ଏହା ଘଟିଅଛି। ଶମରିୟା ଯାକୁବର ପାପର କାରଣ ଥିଲା। ଯିହୁଦାର ଉଚ୍ଚସ୍ଥଳୀ ଯିରୁଶାଲମ ଥିଲା।


Swiv nou:

Piblisite


Piblisite