Biblia Todo Logo
Bib sou entènèt

- Piblisite -




ଯିରିମୀୟ 22:24 - ପବିତ୍ର ବାଇବଲ

24 ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ପୁତ୍ର ଯିହୋୟାକୀନ୍ ଆମ୍ଭ ଦକ୍ଷିଣ ହସ୍ତର ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀମ୍ର ପୁତ୍ର କନୀୟ ଆମ୍ଭ ଦକ୍ଷିଣ ହସ୍ତରେ ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା;

Gade chapit la Kopi

ଓଡିଆ ବାଇବେଲ

24 ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀମ୍‍ର ପୁତ୍ର କନୀୟ ଆମ୍ଭ ଦକ୍ଷିଣ ହସ୍ତରେ ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 “ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀମ୍‍ର ପୁତ୍ର କନୀୟ ଆମ୍ଭ ଦକ୍ଷିଣ ହସ୍ତରେ ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା;

Gade chapit la Kopi




ଯିରିମୀୟ 22:24
16 Referans Kwoze  

ଅନନ୍ତର ଯିହୋୟାକୀ‌‌‌ମ୍‌‌‌ର ପୁତ୍ର କନୀୟର ପଦରେ ଯୋଶିୟର ପୁତ୍ର ସିଦିକିୟ ରାଜା ହୋଇ ରାଜତ୍ୱ କଲା। ବାବିଲର ରାଜା ନବୂଖ‌ଦ୍‌ନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା।


ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ବାହୁଟି ତୁଲ୍ୟ ଆପଣା ବାହୁରେ ଧାରଣ କର। କାରଣ ପ୍ରେମ ମୃତ୍ୟୁ ପରି ଶକ୍ତିଶାଳୀ ଅଟେ। ହୃଦୟର ଦହନ କବର ପରି ଦୃଢ଼ ଅଟେ। ଏହାର ଶିଖା ଏକ ଜଳନ୍ତା ନିଆଁ ପରି ଏବଂ ଏହା ଏକ ବିରାଟ ନିଆଁରେ ପରିଣତ ହୋଇପାରେ।


ଯିହୋୟାକୀ‌ମଙ୍କ ପୁତ୍ର ଥିଲେ ଯିହୋୟାଖୀନ୍, ତାଙ୍କର ପୁତ୍ର ଥିଲେ ସିଦିକିୟ।


ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହୁଛନ୍ତି। “ଶ‌‌ଲ୍‌‌ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲ, ତୁମ୍ଭେ ଆମ୍ଭର ଭୃତ୍ୟ। ଆମ୍ଭେ ତୁମ୍ଭକୁ ବାଛିଅଛୁ, ସେହି ସମୟରେ ଆମ୍ଭେ ତୁମ୍ଭକୁ ଏକ ମୋହର ଥିବା ମୁଦି କରିବା। ଆମ୍ଭେ ଏସବୁ କରିଛୁ ବୋଲି ତୁମ୍ଭେ ଏହାର ପ୍ରମାଣ ହେବ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ ବାକ୍ୟ କହିଲେ।


କନିୟ ଏକ ତୁଚ୍ଛ ଭଗ୍ନପାତ୍ର ତୁଲ୍ୟ ଯାହା ବାହାରେ ନିକ୍ଷିପ୍ତ ହେବା ଯୋଗ୍ୟ। ସେ ଏକ ଅପ୍ରୀତିକର ପାତ୍ର। ସେ ଓ ତାହାର ବଂଶ କାହିଁକି ଦୂରିକୃତ ହୋଇ ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ?


ଆଉ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହିକଥା କହନ୍ତି, “ତୁମ୍ଭେ ଆମ୍ଭ ପ୍ରତି ଗିଲିୟଦ୍ ଓ ଲିବାନୋ‌ନ୍‌ର ଶୃଙ୍ଗସ୍ୱରୂପ ଅଟ। ତଥାପି ଆମ୍ଭେ ତୁମ୍ଭକୁ ପ୍ରାନ୍ତର ଓ ଜନଶୂନ୍ୟ ନଗରରେ ପରିଣତ କରିବା।


ତେଣୁ ଯିହୁଦାର ରାଜା ଯିହୋୟାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜାଙ୍କୁ ଭେଟିବାକୁ ଗଲେ। ମାତ୍ର ବାବିଲର ରାଜା ଯିହୋୟାଖୀ‌‌ନଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖ‌ଦ୍‌ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ୱ କାଳରେ ଘଟିଥିଲା।


ପୁଣି ନବୂଖ‌ଦ୍‌ନିତ୍ସର ଯିହୋୟାଖୀ‌ନଙ୍କୁ, ତାଙ୍କ ମାତାଙ୍କୁ, ତାଙ୍କ ପତ୍ନୀମାନଙ୍କୁ, ତାଙ୍କର ନପୁଂସକମାନଙ୍କୁ ଓ ତାଙ୍କର ପ୍ରଧାନ ଲୋକମାନଙ୍କୁ ବନ୍ଦୀ କରି ଯିରୁଶାଲମରୁ ବାବିଲକୁ ନେଇ ଗଲେ।


ଯିହୋୟାଖୀନ୍ ଯିହୁଦାର ରାଜା ହେବା ସମୟରେ ଅଠର ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ତିନି ମାସ ଓ ଦଶ ଦିନ ପର୍ଯ୍ୟନ୍ତ ରାଜା ହୋଇଥିଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ।


ଦେଖ, ଆମ୍ଭେ ତୁମ୍ଭର ନାମକୁ ଆମ୍ଭର ହସ୍ତ ଦ୍ୱୟର ପାପୁଲିରେ ଲେଖି ଅଛୁ। ତୁମ୍ଭର ଆକୃତି ସର୍ବଦା ଆମ୍ଭ ସମ୍ମୁଖରେ ଅଛି।


ପୁଣି ଯିହୋୟାକୀ‌‌‌ମ୍‌‌‌ର ପୁତ୍ର ଯିହୁଦାର ରାଜା ଯିହୋୟାଖୀ‌‌‌ନ୍‌‌‌କୁ ଓ ଯିହୁଦାର ବାବିଲକୁ ବନ୍ଦୀ ହୋଇ ଯାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫେରାଇ ଆଣିବା।’ ଏହା ସଦାପ୍ରଭୁ କହନ୍ତି, ‘କାରଣ ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ପକାଇବା।’”


ରାଜା ଯିହୋୟାଖୀନ୍, ରାଜମାତା, ନପୁଂସକଗଣ, ପ୍ରାଚୀନବର୍ଗ, ଶିଳ୍ପକାରୀଗଣ ଓ କର୍ମକାରଗଣ ଯିରୁଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ ଏହି ପତ୍ର ପଠାଗଲା।


ତୁମ୍ଭେ ରାଜାଙ୍କୁ ଓ ରାଣୀଙ୍କୁ କୁହ, “ତୁମ୍ଭେମାନେ ନିଜକୁ ନମ୍ର କର, କାରଣ ତୁମ୍ଭମାନଙ୍କର ରାଜମୁକୁଟ ମସ୍ତକରୁ ଭୂପତିତ ହୋଇଅଛି।”


ବାବିଲର ରାଜା ନବୂଖ‌ଦ୍‌ନିତ୍ସର, ଯିହୋୟାକୀ‌‌‌ମ୍‌‌‌ର ପୁତ୍ର, ଯିହୁଦାର ରାଜା ଯିହୋୟାଖୀ‌‌‌ନ୍‌‌‌କୁ ଓ ଯିହୁଦାର ଅଧିପତିମାନଙ୍କୁ ଶିଳ୍ପକର ଓ କର୍ମକାରମାନଙ୍କ ସହିତ ଯିରୁଶାଲମରୁ ବନ୍ଦୀକରି ବାବିଲକୁ ନେଇଗଲା ଉତ୍ତାରେ, ସଦାପ୍ରଭୁ ମୋତେ ଏକ ଦର୍ଶନ ଦେଖାଇଲେ। ଆଉ ମୁଁ ଦେଖିଲି, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ଦୁଇ ଡାଲା ଡିମ୍ବିରି ଫଳ ରଖା ଯାଇଅଛି।


Swiv nou:

Piblisite


Piblisite