Biblia Todo Logo
Bib sou entènèt

- Piblisite -




ଯିରିମୀୟ 22:14 - ପବିତ୍ର ବାଇବଲ

14 “ଯିହୋୟାକୀମ୍ କହନ୍ତି, ‘ମୁଁ ନିଜ ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ୍ କୋଠରୀମାନ ନିର୍ମାଣ କରିବି।’ ତେଣୁ ସେ ବୃହତ୍ ଝରକା ଥିବା ଏକ ଗୃହ ନିର୍ମାଣ କଲେ ଓ ଏରସ କାଠରେ ଗୃହର ଭିତର ଛାତ କଲେ ଓ ସିନ୍ଦୁର ରଙ୍ଗରେ କାଠ ରଙ୍ଗ କଲେ। ମାତ୍ର ସେ ସନ୍ତାପର ପାତ୍ର ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଯେ କହେ, ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ କୋଠରୀମାନ ନିର୍ମାଣ କରିବା ଓ ଯେ ଆପଣା ପାଇଁ ଝରକା କାଟେ, ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ ଓ ସିନ୍ଦୂର ବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର !

Gade chapit la Kopi

ଓଡିଆ ବାଇବେଲ

14 ଯେ କହେ, ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ କୋଠରିମାନ ନିର୍ମାଣ କରିବା ଓ ଯେ ଆପଣା ପାଇଁ ଝରକା କାଟେ, ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ ଓ ରକ୍ତବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର !

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଯେ କହେ, ‘ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ କୋଠରିମାନ ନିର୍ମାଣ କରିବା’ ଓ ଯେ ଆପଣା ପାଇଁ ଝରକା କାଟେ, ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ ଓ ରକ୍ତବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର!

Gade chapit la Kopi




ଯିରିମୀୟ 22:14
13 Referans Kwoze  

ରାଜା ଦାଉଦ ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କୁ କହିଲେ, “ଦେଖ ମୁଁ ଏବେ ଏରସ ନିର୍ମିତ କାଠ ଘରେ ବାସ କରୁଅଛି କିନ୍ତୁ ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ସେହି ତମ୍ବୁ ତଳେ ରହି ଅଛି। ଆମ୍ଭେମାନେ ପବିତ୍ର ସିନ୍ଦୁକ ପାଇଁ ଏକ ସୁନ୍ଦର ପ୍ରାସାଦ ତିଆରି କରିବା କଥା।”


“ତୁମ୍ଭେମାନେ ଭାବୁଛ ଯେ ସୁନ୍ଦର ଘରେ ବାସ କରିବାକୁ ଠିକ୍ ସମୟ ଆସିଯାଇଛି। ସୁନ୍ଦର କାନ୍ଥରେ କାଠ ଫଳକ ଲାଗିଥିବା ଘରେ ବାସ କରୁଛ। କିନ୍ତୁ ସଦାପ୍ରଭୁଙ୍କର ଗୃହ ତଥାପି ଭଗ୍ନ ଅବସ୍ଥାରେ ଅଛି।


ଇଦୋମର ଲୋକମାନେ କହିବେ, “ଆମ୍ଭେମାନେ ନିପାତିତ ହୋଇଥିଲୁ ମାତ୍ର ଆମ୍ଭେମାନେ ଆମ୍ଭର ବିଧ୍ୱସ୍ତ ନଗରୀକୁ ପୁନଃନିର୍ମାଣ କରିବୁ।” ମାତ୍ର ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଯଦି ସେମାନେ ସେହି ନଗରୀଗୁଡ଼ିକୁ ପୁଣି ନିର୍ମାଣ କରିବେ, ଆମ୍ଭେ ପୁଣି ତାକୁ ଧ୍ୱଂସ କରିବା।” ସେଥିପାଇଁ ଲୋକେ କୁହନ୍ତି, ଇଦୋମ ଏକ ଦୁଷ୍ଟ ଦେଶ, ଯାହାର ଲୋକମାନଙ୍କୁ ସଦାପ୍ରଭୁ ଚିରକାଳ ପାଇଁ ଅଭିଶାପ ଦେଇଛନ୍ତି।


ତାହାପରେ ଇଫ୍ରୟିମର ପ୍ରତ୍ୟେକ ଲୋକ ଓ ଏପରିକି ଶମରିୟାର ପ୍ରାଚୀନଗଣ ଜାଣିବେ ଯେ ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେଲେ। ସେହି ଲୋକମାନେ ପୁଣି ଅହଙ୍କାରୀ ହୋଇ ଦର୍ପରେ କୁହନ୍ତି।


ଏରସ କାଠ ଆମ୍ଭମାନଙ୍କ ଗୃହର କଡ଼ି ଓ ଦେବଦାରୁ କାଠ ଆମ୍ଭମାନଙ୍କର ବର୍ଗା।


ବାହାରେ ତୁମ୍ଭ କାର୍ଯ୍ୟର ଆୟୋଜନ କର। ଆପଣା ନିମନ୍ତେ ସେହି କ୍ଷେତ୍ର ପ୍ରସ୍ତୁତ କର। ଏହା ପରେ ଆପଣା ଗୃହ ନିର୍ମାଣ କର।


ଯେ ବିବାଦ ଭଲପାଏ, ସେ ଅପରାଧ ହିଁ ଭଲପାଏ। ପୁଣି ଯେକେହି ଆପଣା ଦ୍ୱାର ଉଚ୍ଚ କରେ, ସେ ବିନାଶ ଖୋଜେ।


ବଡ଼ କୋଠରୀର କାନ୍ଥରେ ଶଲୋମନ ଦେବଦାରୁ କାଠର ଆସ୍ତରଣ ଦେଇ ତା’ ଉପରେ ଶୁଦ୍ଧ ସୁବର୍ଣ୍ଣ ଆଚ୍ଛାଦନ କଲେ। ଏବଂ ସେଥିରେ ଖଜୁରୀ ଗଛ ଓ ଜଞ୍ଜିରର ଛବି ଦେଲେ।


“ଏବଂ ଅହଲୀବା ନିଜର ବ୍ୟଭିଗ୍ଭରିତା ବଢ଼ାଇଲା। ସେ କାନ୍ଥରେ ବିଚିତ୍ର କ‌‌ଲ୍‌‌‌‌ଦୀୟ ପୁରୁଷମାନଙ୍କର ଲାଲରଙ୍ଗ ପୋଷାକ ପରିହିତ ମୂର୍ତ୍ତି ଦେଖିଲା।


ମୋର ପ୍ରଭୁ ସଦାପ୍ରଭୁ ନିଜର ପବିତ୍ର ନାମକୁ ବ୍ୟବହାର କଲେ ଓ ଶପଥ ନେଲେ। ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ଏହା ପ୍ରତିଜ୍ଞା କଲେ, “ଆମ୍ଭେ ଯାକୁବର ଗର୍ବକୁ ଘୃଣା କରୁ। ତା'ର ସୁଦୃଢ଼ ଅଟ୍ଟାଳିକାକୁ ମଧ୍ୟ ଘୃଣା କରୁ। ତେଣୁ ଆମ୍ଭେ ସେହି ନଗରକୁ ଓ ତା'ର ସମସ୍ତ ଜିନିଷକୁ ଶତ୍ରୁ ହସ୍ତରେ ଅର୍ପଣ କରିବା।”


Swiv nou:

Piblisite


Piblisite