Biblia Todo Logo
Bib sou entènèt

- Piblisite -




ଯିରିମୀୟ 21:3 - ପବିତ୍ର ବାଇବଲ

3 ତା'ପରେ ଯିରିମିୟ, ସିଫନିୟ ଓ ପ‌‌‌ଶ୍‌‌‌ହୂରଙ୍କୁ କହିଲେ, “ତୁମ୍ଭେମାନେ ସିଦିକିୟଙ୍କୁ ଏହିକଥା କହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତହିଁରେ ଯିରିମୀୟ ସେମାନଙ୍କୁ କହିଲେ, ତୁମ୍ଭେମାନେ ସିଦିକୀୟକୁ ଏହି କଥା କହିବ;

Gade chapit la Kopi

ଓଡିଆ ବାଇବେଲ

3 ତହିଁରେ ଯିରିମୀୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସିଦିକୀୟକୁ ଏହି କଥା କହିବ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତହିଁରେ ଯିରିମୀୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସିଦିକୀୟକୁ ଏହି କଥା କହିବ;

Gade chapit la Kopi




ଯିରିମୀୟ 21:3
5 Referans Kwoze  

ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କର୍ମ କଲେ ନାହିଁ। ଭବିଷ୍ୟ‌ଦ୍‌ବକ୍ତା ଯିରିମିୟ ସଦାପ୍ରଭୁଙ୍କଠାରୁ ଆଗତ ବାର୍ତ୍ତାସବୁ କହିଲେ। କିନ୍ତୁ ସିଦିକିୟ ନିଜକୁ ନମ୍ର କଲେ ନାହିଁ ଓ ଯିରିମିୟ ଯେଉଁସବୁ କଥା କହିଲେ, ତାହା ମାନିଲେ ନାହିଁ।


ପ‌‌‌ଶ୍‌‌‌ହୂର ଓ ସିଫନିୟ ଯିରିମିୟଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କର, କାରଣ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛି। ସଦାପ୍ରଭୁ ଆମ୍ଭମାନଙ୍କ ସପକ୍ଷରେ ସମସ୍ତ ଆଶ୍ଚର୍ଯ୍ୟ କ୍ରିୟା କରି ପାରନ୍ତି, ଯେପରି ସେ ଅତୀତରେ କରିଥିଲେ। ଆଉ ମଧ୍ୟ ସଦାପ୍ରଭୁ ତାଙ୍କୁ ଆକ୍ରମଣରୁ ବିରତ କରାଇବେ ଓ ସେ ପ୍ରସ୍ଥାନ କରିବ।”


‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ହସ୍ତସ୍ଥିତ ଯେଉଁସବୁ ଯୁଦ୍ଧାସ୍ତ୍ର ଦ୍ୱାରା ବାବିଲର ରାଜା ଓ ତୁମ୍ଭ ଅବରୋଧକାରୀ କ‌‌ଲ୍‌‌ଦୀୟମାନଙ୍କ ସହିତ ପ୍ରାଚୀର ବାହାରେ ଯୁଦ୍ଧ କରୁଅଛ, ସେ ସବୁ ଅସ୍ତ୍ରକୁ ଆମ୍ଭେ ନିଷ୍ଫଳ କରାଇବା। “‘ଖୁବ୍ ଶୀଘ୍ର ପ୍ରାଚୀର ବାହାରେ ଥିବା ଶତ୍ରୁଗଣଙ୍କୁ ଯିରୁଶାଲମ ମଧ୍ୟରେ ପ୍ରବେଶ କରାଇବା।


ଯିହୁଦାର ରାଜା ସିଦିକିୟ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହିଥିଲେ ଯେ, “ସଦାପ୍ରଭୁ କହନ୍ତି, ‘ଆମ୍ଭେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ଯିରୁଶାଲମକୁ ଅର୍ପଣ କରିବା।


ହୁ‌ଲ୍‌ଦା ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: ସେହି ଲୋକଙ୍କୁ କୁହ, ଯିଏ ତୁମ୍ଭକୁ ମୋ’ ପାଖକୁ ପଠାଇ ଥିଲେ।


Swiv nou:

Piblisite


Piblisite