Biblia Todo Logo
Bib sou entènèt

- Piblisite -




ଯିରିମୀୟ 2:9 - ପବିତ୍ର ବାଇବଲ

9 ତେଣୁ ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ନାତି-ନାତୁଣୀମାନଙ୍କର ବିରୁଦ୍ଧରେ ଆମ୍ଭେ ଏକ ମକଦ୍ଦମା କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ସହିତ ଆହୁରି ପ୍ରତିବାଦ କରିବା ଓ ତୁମ୍ଭମାନଙ୍କ ସନ୍ତାନଗଣର ସନ୍ତାନ ସହିତ ଆମ୍ଭେ ପ୍ରତିବାଦ କରିବା।

Gade chapit la Kopi

ଓଡିଆ ବାଇବେଲ

9 ଏହେତୁ ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ସହିତ ଆହୁରି ପ୍ରତିବାଦ କରିବା ଓ ତୁମ୍ଭମାନଙ୍କ ସନ୍ତାନଗଣର ସନ୍ତାନ ସହିତ ଆମ୍ଭେ ପ୍ରତିବାଦ କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ସହିତ ଆହୁରି ପ୍ରତିବାଦ କରିବା ଓ ତୁମ୍ଭମାନଙ୍କ ସନ୍ତାନଗଣର ସନ୍ତାନ ସହିତ ଆମ୍ଭେ ପ୍ରତିବାଦ କରିବା।

Gade chapit la Kopi




ଯିରିମୀୟ 2:9
12 Referans Kwoze  

ତୁମ୍ଭେ କହିବାକୁ ଲାଗୁଛ, ‘ଆମ୍ଭେ ନିରୀହ ଏବଂ ଆମ୍ଭେ ନିଶ୍ଚିତ ଯେ, ପରମେଶ୍ୱର ତାଙ୍କର କ୍ରୋଧକୁ ଆମ୍ଭଠାରୁ ଦୂରେଇ ନେବେ।’ ଏହା ତୁମ୍ଭକୁ କହିବାକୁ ଦିଅ, ଆମ୍ଭେ ତୁମ୍ଭର ବିଗ୍ଭର କରିବା କାରଣ ତୁମ୍ଭେ କହୁଛ, ‘ଆମ୍ଭେ ନିର୍ଦ୍ଦୋଷୀ।’


ସଦାପ୍ରଭୁଙ୍କର ଏକ ଅଭିଯୋଗ ଲୋକମାନଙ୍କ ବିରୁଦ୍ଧରେ ଅଛି। ତେଣୁ ହେ ପର୍ବତଗଣ ଓ ପୃଥିବୀର ସମସ୍ତ ମୂଳଦୁଆ, ସଦାପ୍ରଭୁଙ୍କର ଅଭିଯୋଗ ଶୁଣ, ଇସ୍ରାଏଲ ଭୁଲ୍ ବୋଲି ପ୍ରମାଣିତ ହେବ।”


କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସେବା କରିବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। ମୋର ଲୋକମାନେ ଅନ୍ୟ ଦେବତାଗଣର ସେବା କରିବେ ଏହା ମୁଁ ଘୃଣା କରେ। ଯେଉଁମାନେ ମୋତେ ଘୃଣା କରନ୍ତି ସେମାନେ ମୋର ଶତ୍ରୁରେ ଗଣାଯା’ନ୍ତି ଏବଂ ମୁଁ ସେମାନଙ୍କୁ ସେମାନଙ୍କର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଶାସ୍ତି ବିଧାନ କରିବି।


“ମାଙ୍କ ସହିତ ଯୁକ୍ତି କର। କାରଣ ସେ ଆମ୍ଭର ସ୍ତ୍ରୀ ନୁହେଁ କି ଆମ୍ଭେ ତା'ର ସ୍ୱାମୀ ନୁହଁ। ବେଶ୍ୟା ପରି ନ ହେବାକୁ ତାଙ୍କୁ କୁହ। ତାଙ୍କୁ କୁହ ଯେଉଁ ପ୍ରେମିକମାନଙ୍କୁ ହୃଦୟରେ ସ୍ଥାନ ଦେଇଛନ୍ତି ସେମାନଙ୍କୁ ଦୂରେଇ ଦିଅନ୍ତୁ।


“ତୁମ୍ଭେମାନେ କାହିଁକି ଆମ୍ଭ ସଙ୍ଗେ ବିବାଦ କରୁଅଛ? ତୁମ୍ଭେ ସମସ୍ତେ ଆମ୍ଭ ବିରୁଦ୍ଧରେ ପାପ କରିଅଛ।” ଏହା ସଦାପ୍ରଭୁ କହନ୍ତି।


ମୋ’ ବିରୁଦ୍ଧରେ ତୁମ୍ଭର ମକଦ୍ଦମା କର। ଆସ ଏକାଠି ତୁମ୍ଭକୁ ଯଥାର୍ଥ ପ୍ରଣାମ କରିବା ପାଇଁ ଯାହା ଜାଣ କୁହ।


ସଦାପ୍ରଭୁ ଲୋକମାନଙ୍କର ବିଗ୍ଭର ପାଇଁ ଠିଆ ହେଉଛନ୍ତି। ସେ ଜାଗି ଉଠିବେ ଓ ତାଙ୍କର ଲୋକମାନଙ୍କ ବିଗ୍ଭର କରିବେ।


ତେବେ ମୁଁ ସେହି ଲୋକ ବିରୁଦ୍ଧରେ ଓ ତା'ର ବଂଶ ବିରୁଦ୍ଧରେ ଯିବି, ସେମାନଙ୍କର ମୋଲକ୍ ଦେବତା ସହିତ ଜଡ଼ିତ ହେବା କାରଣରୁ, ତା'ର ଦେଶବାସୀଠାରୁ ତାକୁ ଓ ତା'ର ଅନୁସରଣକାରୀମାନଙ୍କୁ ଦୂରେଇ ରଖିବି।


ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ, ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।


ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ୟର ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। “ଏହି ଦେଶର ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କ ପ୍ରତି ସତ୍ ଓ ବିଶ୍ୱସ୍ତ ନୁହନ୍ତି।


ଯାକୁବ ମାତୃଗର୍ଭରେ ଥିଲା ଏବଂ ତା'ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ଯୁବକ ଥିଲା ଏବଂ ସେତେବେଳେ ସେ ପରମେଶ୍ୱରଙ୍କ ସହିତ ଲଢ଼ୁଥିଲା।


Swiv nou:

Piblisite


Piblisite