Biblia Todo Logo
Bib sou entènèt

- Piblisite -




ଯିରିମୀୟ 2:24 - ପବିତ୍ର ବାଇବଲ

24 ଆଉ ତୁମ୍ଭେ ପ୍ରାନ୍ତରରେ ବାସ କରୁଥିବା ବନ୍ୟ ଗର୍ଦ୍ଦଭୀ ପରି ଅଟ। ସେ ନିଜର ଋତୁ ସମୟରେ ବାୟୁ ଆଘ୍ରାଣ କରେ। କିଏ ତା'ର କାମ ଲି‌ପ୍‌ସାରୁ ଅବରୋଧ କରି ପାରିବେ? ତାହାର ଅନ୍ୱେଷଣକାରୀମାନଙ୍କର ଆପଣାମାନଙ୍କ କ୍ଳାନ୍ତ କରିବାର ଦରକାର ନାହିଁ। ସେମାନେ ତାଙ୍କର ନିୟମିତ ମାସରେ ତାକୁ ସହଜରେ ପାଇପାରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ତୁମ୍ଭେ ପ୍ରାନ୍ତର ପରିଚିତା ବନ୍ୟ ଗର୍ଦ୍ଦଭୀ ଅଟ; ସେ ଆପଣା ଅଭିଳାଷକ୍ରମେ ବାୟୁ ଆଘ୍ରାଣ କରେ, ତାହାର ଋତୁ ସମୟରେ କିଏ ତାହାକୁ ଫେରାଇ ପାରଇ? ତାହାର ଅନ୍ଵେଷଣକାରୀମାନଙ୍କର ଆପଣାମାନଙ୍କୁ କ୍ଳା; କରିବାର ପ୍ରୟୋଜନ ନାହିଁ; ସେମାନେ ତାହାର ନିୟମିତ ମାସରେ ତାହାକୁ ପାଇବେ।

Gade chapit la Kopi

ଓଡିଆ ବାଇବେଲ

24 ତୁମ୍ଭେ ପ୍ରାନ୍ତର ପରିଚିତା ବନ୍ୟ ଗର୍ଦ୍ଦଭୀ ଅଟ; ସେ ଆପଣା ଅଭିଳାଷକ୍ରମେ ବାୟୁ ଆଘ୍ରାଣ କରେ, ତାହାର ଋତୁ ସମୟରେ କିଏ ତାହାକୁ ଫେରାଇ ପାରଇ ? ତାହାର ଅନ୍ବେଷଣକାରୀମାନଙ୍କର ଆପଣାମାନଙ୍କୁ କ୍ଳାନ୍ତ କରିବାର ପ୍ରୟୋଜନ ନାହିଁ; ସେମାନେ ତାହାର ନିୟମିତ ମାସରେ ତାହାକୁ ପାଇବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ତୁମ୍ଭେ ପ୍ରାନ୍ତର ପରିଚିତା ବନ୍ୟ ଗର୍ଦ୍ଦଭୀ ଅଟ; ସେ ଆପଣା ଅଭିଳାଷକ୍ରମେ ବାୟୁ ଆଘ୍ରାଣ କରେ, ତାହାର ଋତୁ ସମୟରେ କିଏ ତାହାକୁ ଫେରାଇ ପାରଇ? ତାହାର ଅନ୍ବେଷଣକାରୀମାନଙ୍କର ଆପଣାମାନଙ୍କୁ କ୍ଳାନ୍ତ କରିବାର ପ୍ରୟୋଜନ ନାହିଁ; ସେମାନେ ତାହାର ନିୟମିତ ମାସରେ ତାହାକୁ ପାଇବେ।

Gade chapit la Kopi




ଯିରିମୀୟ 2:24
8 Referans Kwoze  

ପୁଣି ବନ ଗର୍ଦ୍ଦଭମାନେ ବୃକ୍ଷଶୂନ୍ୟ ଗିରି ଉପରେ ଠିଆ ହୋଇ ଶୃଗାଳମାନଙ୍କ ପରି ବାୟୁ ସକାଶେ ଧକାନ୍ତି। ତୃଣ ନ ଥିବାରୁ ସେମାନଙ୍କ ଚକ୍ଷୁ କ୍ଷୀଣ ହୁଏ।”


ଆମ୍ଭେ ଆମ୍ଭର ଗୃହକୁ ଫେରିବା ଯେତେବେଳେ ଲୋକମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସେମାନେ ଦୁଃଖରେ ଆମ୍ଭଙ୍କୁ ପାଇବାକୁ କଠୋର ଚେଷ୍ଟା କରିବେ।”


ସେମାନେ ଏକ କାଠ ମୁଣ୍ଡାକୁ କହନ୍ତି, ‘ତୁମ୍ଭେ ଆମ୍ଭର ପିତା’ ଓ ଖଣ୍ଡେ ପଥରକୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ।’ ସେମାନେ ସେଥିପାଇଁ ଲଜ୍ଜିତ ହେବେ। ପୁଣି ସେମାନେ ଆମ୍ଭ ଆଡ଼କୁ ମୁଖ ନ କରି, ଆମ୍ଭ ଆଡ଼କୁ ପଛପଟ କରିଅଛନ୍ତି। ମାତ୍ର ବିପଦ ସମୟରେ ଯିହୁଦାର ଲୋକମାନେ କହିବେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର।’


ଗୋଟାଏ ବଣୁଆ ଗଧ ମଣିଷକୁ ଜନ୍ମ ଦେଇପାରେ ନାହିଁ। ଜଣେ ବୋକା କେବେ ଜ୍ଞାନୀ ହୋଇ ପାରିବ ନାହିଁ।


ଗୋଟିଏ ବନ୍ୟ ଗଧ ନିଜ ସାଥୀ ଖୋଜିବାକୁ ଗଲାପରି, ଇଫ୍ରୟିମ ଅଶୂରକୁ ଯାଇଛନ୍ତି। ସେମାନେ ନିଜ ପାଇଁ ‘ପ୍ରେମିକମାନଙ୍କୁ’ ଭଡ଼ାରେ ଆଣିଛନ୍ତି।


ତୁମ୍ଭେ ଏ କଥା ଜାଣିଛ କି କେତେ ମାସ ପାହାଡ଼ୀ ଛେଳି ଓ ହରିଣ ଶାବକର ଗର୍ଭମାସ ଧାରଣର କ୍ଷମତା? ତୁମ୍ଭେ ଜାଣ କି କେତେବେଳେ ସେମାନଙ୍କ ଜନ୍ମ ହେବାର ଉପଯୁକ୍ତ ସମୟ?


ଲୋକେ ବେଶ୍ୟାମାନଙ୍କୁ ଭଡ଼ା ଦିଅନ୍ତି। ମାତ୍ର ତୁମ୍ଭେ ନିଜର ପ୍ରେମିକମାନଙ୍କୁ ଭଡ଼ା ଦେଇ ବ୍ୟଭିଗ୍ଭର କରୁଅଛ। ଆଉ ତୁମ୍ଭର ବେଶ୍ୟାବୃତ୍ତି କ୍ରମେ ସେମାନେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ସେଥିପାଇଁ ସେମାନଙ୍କୁ ଲାଞ୍ଚ ଦେଇଅଛ।


Swiv nou:

Piblisite


Piblisite