ଯିରିମୀୟ 2:19 - ପବିତ୍ର ବାଇବଲ19 ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦେବ। ଓ ତୁମ୍ଭର ବିପଥଗାମୀତ୍ୱ ତୁମ୍ଭକୁ ଶିକ୍ଷା ଦେବ। ତୁମ୍ଭେ ଉତ୍ତମ ରୂପେ ବିବେଚନା କର। ତାହାହେଲେ ତୁମ୍ଭେ ବୁଝିବ ଯେ, ପରମେଶ୍ୱରଙ୍କୁ ପରିତ୍ୟାଗ କରି ତୁମ୍ଭେ କି ଅପରାଧ କରିଅଛ। ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷୟ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ।” ମୋର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)19 ତୁମ୍ଭ ନିଜର ଦୁଷ୍ଟତା ତୁମ୍ଭକୁ ଶାସ୍ତି ଦେବ ଓ ତୁମ୍ଭର ବିପଥଗାମୀତ୍ଵ ତୁମ୍ଭକୁ ଅନୁଯୋଗ କରିବ; ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କୁ ପରିତ୍ୟାଗ କରିବାର ଓ ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାର ଯେ ମନ୍ଦ ଓ ତିକ୍ତ ବିଷୟ, ଏହା ଜ୍ଞାତ ହୋଇ ବୁଝ। Gade chapit laଓଡିଆ ବାଇବେଲ19 ତୁମ୍ଭ ନିଜର ଦୁଷ୍ଟତା ତୁମ୍ଭକୁ ଶାସ୍ତି ଦେବ ଓ ତୁମ୍ଭର ବିପଥଗମନ ତୁମ୍ଭକୁ ଅନୁଯୋଗ କରିବ; ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପରିତ୍ୟାଗ କରିବାର ଓ ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାର ଯେ ମନ୍ଦ ଓ ତିକ୍ତ ବିଷୟ, ଏହା ଜ୍ଞାତ ହୋଇ ବୁଝ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ତୁମ୍ଭ ନିଜର ଦୁଷ୍ଟତା ତୁମ୍ଭକୁ ଶାସ୍ତି ଦେବ ଓ ତୁମ୍ଭର ବିପଥଗମନ ତୁମ୍ଭକୁ ଅନୁଯୋଗ କରିବ; ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପରିତ୍ୟାଗ କରିବାର ଓ ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାର ଯେ ମନ୍ଦ ଓ ତିକ୍ତ ବିଷୟ, ଏହା ଜ୍ଞାତ ହୋଇ ବୁଝ। Gade chapit la |
ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସରେ ପରିଣତ କରାଇବା ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପରେ ପରିଣତ ହେବ। ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା। ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ୟୁରେ ଯେପରି ଆକୁଳ କ୍ରନ୍ଦନ କରାଯାଏ ସେହିପରି କରୁଣ ବିଳାପ କରାଇବା। ଏହା ଅତି ଦୁଃଖର ଅନ୍ତିମ ପରିଣତି ହେବ।”
ନିଶ୍ଚିତଭାବରେ ତୁମ୍ଭେମାନେ ଆମ୍ଭକୁ ଭୟ କରିବାର କାରଣ ଅଛି,” ସଦାପ୍ରଭୁ କହନ୍ତି। “ହଁ, ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଭୟରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ରରେ ଢେଉ ଉଠେ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘୋର ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।
ସଦାପ୍ରଭୁ ଏହିକଥା କୁହନ୍ତି, “ହେ ଇସ୍ରାଏଲର ପୁତ୍ରଗଣ, ତୁମ୍ଭେମାନେ ଭାବୁଛ ଆମ୍ଭେ ତୁମ୍ଭର ମାତା ଯିରୁଶାଲମକୁ ତ୍ୟାଗ କରିଅଛୁ। ପ୍ରମାଣ ସ୍ୱରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ? ଏଠାରେ ଦେଖ, ତୁମ୍ଭେମାନେ ନିଜର ଅପରାଧ ପାଇଁ ବିକ୍ରୀ ହୋଇଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ୟକ୍ତା ହୋଇଥିଲେ।
ଏହା ପରେ ଭବିଷ୍ୟଦ୍ବକ୍ତା ଶମୟିୟ, ରିହବିୟାମ୍ ନିକଟକୁ ଓ ଯିହୁଦାର ନେତାମାନଙ୍କ ନିକଟକୁ ଆସିଲେ। ଯିହୁଦାର ସେହି ନେତାମାନେ ଯିରୁଶାଲମରେ ରୁଣ୍ଡ ହୋଇଥିଲେ। କାରଣ ସେମାନେ ଶୀଶକଙ୍କୁ ଅତ୍ୟନ୍ତ ଭୟ କରୁଥିଲେ। ଶମୟିୟ ସେମାନଙ୍କୁ କହିଲେ, “ସଦାପ୍ରଭୁ କହନ୍ତି: ‘ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଅଛ। ତେଣୁ ବର୍ତ୍ତମାନ ଆମ୍ଭର ସାହାଯ୍ୟ ବିନା ଶୀଶକ୍ର ସମ୍ମୁଖୀନ ହେବା ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛୁ।’”
ଭବିଷ୍ୟଦ୍ବକ୍ତା ଯେତେବେଳେ ଏହି କଥା କହିଲେ, ଅମତ୍ସିୟ ସେହି ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ତୁମ୍ଭେ ରାଜାଙ୍କର ଜଣେ ପରାମର୍ଶଦାତା ନୁହଁ। ନୀରବ ରୁହ! ଯଦି ତୁମ୍ଭେ ନୀରବ ନ ରୁହ, ତେବେ ତୁମ୍ଭକୁ ହତ୍ୟା କରାଯିବ!” ଭବିଷ୍ୟଦ୍ବକ୍ତା ନୀରବ ହୋଇଗଲେ, କିନ୍ତୁ ତା'ପରେ କହିଲେ, “ପରମେଶ୍ୱର ପ୍ରକୃତରେ ତୁମ୍ଭକୁ ବିନଷ୍ଟ କରିବା ନିମନ୍ତେ ସ୍ଥିର କରିଛନ୍ତି। କାରଣ ତୁମ୍ଭେ ସେହି ମନ୍ଦକାର୍ଯ୍ୟସବୁ କଲ ଓ ମୋର ଉପଦେଶ ଶୁଣିଲ ନାହିଁ।”