Biblia Todo Logo
Bib sou entènèt

- Piblisite -




ଯିରିମୀୟ 18:7 - ପବିତ୍ର ବାଇବଲ

7 ସମୟ ଆସିବ ଯେତେବେଳେ ଆମ୍ଭେ ଗୋଟିଏ ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ, ଅଧଃପତନ ଓ ବିନାଶର କଥା କହିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ ଓ ଅଧଃପତନ ଓ ବିନାଶର କଥା କହିବାନ୍ତ

Gade chapit la Kopi

ଓଡିଆ ବାଇବେଲ

7 ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ ଓ ଅଧଃପତନ ଓ ବିନାଶର କଥା କହିବା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ ଓ ଅଧଃପତନ ଓ ବିନାଶର କଥା କହିବା;

Gade chapit la Kopi




ଯିରିମୀୟ 18:7
13 Referans Kwoze  

ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ୟଗୁଡ଼ିକର ଦାୟିତ୍ୱରେ ନିଯୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ୟ କରିବ।”


ତେଣୁ ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ବାରୂକକୁ ଏହି କଥା କୁହ, ‘ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଭାଙ୍ଗି ପକାଇବୁ ଓ ଯାହା ରୋପଣ କରିଅଛୁ ତାହା ଉତ୍ପାଟନ କରିବୁ। ଆଉ ସମୁଦାୟ ଯିହୁଦାରେ ଏହା କରିବୁ।


ଯୂନସ ନଗରର କେନ୍ଦ୍ରସ୍ଥଳୀକୁ ଯାଇ ତା'ର ପ୍ରଗ୍ଭର ଲୋକମାନଙ୍କ ମଧ୍ୟରେ ଆରମ୍ଭ କଲେ। ଯୂନସ କହିଲେ, “ଗ୍ଭଳିଶ୍ ଦିନ ପରେ ନୀନିବୀ ଧ୍ୱଂସ ହେବ।”


ସଦାପ୍ରଭୁ, ମୋର ପ୍ରଭୁ ପାପପୂର୍ଣ୍ଣ ରାଜ୍ୟ ଇସ୍ରାଏଲ ଉପରେ ଦୃଷ୍ଟି ରଖିଛନ୍ତି। ସଦାପ୍ରଭୁ କହିଲେ, “ଆମ୍ଭେ ପୃଥିବୀରୁ ଇସ୍ରାଏଲକୁ ମୂଳପୋଛ କରିଦେବା। କିନ୍ତୁ କେବେ ଯାକୁବ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା ନାହିଁ।


ମନୁଷ୍ୟମାନଙ୍କୁ ଜନ୍ମ ଦେଇଥିବାରୁ, ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁଙ୍କ ହୃଦୟକୁ ଯନ୍ତ୍ରଣା ଦେଲା।


ଅତୀତରେ ଆମ୍ଭେ ସେମାନଙ୍କୁ ଉତ୍ପାଟନ, ଭଗ୍ନ, ନିପାତ, ବିନାଶ ଓ କ୍ଳେଶ ଦେଇଥିଲୁ। ମାତ୍ର ବର୍ତ୍ତମାନ ସେମାନଙ୍କୁ ନିର୍ମାଣ ଓ ରୋପଣ କରିବା। ଆଉ ସେମାନଙ୍କର ଯତ୍ନ ନେଇ ସେମାନଙ୍କୁ ଶକ୍ତିଶାଳୀ କରିବା।” ଏହା ସଦାପ୍ରଭୁ କହନ୍ତି।


‘ଯଦି ତୁମ୍ଭେମାନେ ଯିହୁଦାରେ ବାସ କର, ତେବେ ଆମ୍ଭେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ଓ ବିନଷ୍ଟ କରିବା ନାହିଁ। ଆମ୍ଭେ ତୁମ୍ଭମାନଙ୍କର ବୀଜ ବୁଣିବା ଓ ତୁମ୍ଭକୁ ଧ୍ୱଂସ କରିବା ନାହିଁ। କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଦୁର୍ଭାଗ୍ୟ ଆଣିଥିବାରୁ ଦୁଃଖିତ।


“ଏବଂ ଯେତେବେଳେ ମୁଁ ଜଣେ ଦୁଷ୍ଟ ଲୋକକୁ କୁହେ, ତୁମ୍ଭେ ନିଶ୍ଚିତ ଭାବରେ ମରିବ, ଏବଂ ସେ ପାପରୁ ବିରତ ହୁଏ ଯାହା ଠିକ୍ ଓ ଯଥାର୍ଥ ତାହା କରେ,


ସେହି ରାଜା ଯିବାପରେ, ତାଙ୍କର ରାଜ୍ୟ ଗ୍ଭରିଭାଗରେ ବିଭକ୍ତ ହେବ। ତାଙ୍କର ପ୍ରଭୁତ୍ୱ ତାଙ୍କ ପୁତ୍ର ନାତିଙ୍କ ମଧ୍ୟରେ ଦିଆଯିବ ନାହିଁ। ଏହା ଅନ୍ୟମାନଙ୍କ ମଧ୍ୟରେ ବଣ୍ଟନ ହେବ। ସେହି ରାଜ୍ୟଗୁଡ଼ିକ ପ୍ରଥମ ରାଜ୍ୟପରି ଶକ୍ତିଶାଳୀ ହେବ ନାହିଁ।


ସେମାନେ ହୁଏତ ଆମ୍ଭର କଥାପ୍ରତି ଧ୍ୟାନ ଦେବେ ଓ ଆମ୍ଭର ଆଜ୍ଞା ପାଳନ କରିବେ। ହୋଇପାରେ ସେମାନେ କୁପଥରୁ ଫେରିବେ। ତାହାହେଲେ ଆମ୍ଭେ ସେମାନଙ୍କର ଦୁଷ୍ଟତା ଯୋଗୁଁ ସେମାନଙ୍କ ପ୍ରତି ଯେଉଁ ଦଣ୍ଡ ଦେବାକୁ ମନସ୍ଥ କରିଅଛୁ, ସେଥିରୁ ନିବୃତ୍ତ ହେବା।


ଲୋକମାନେ ଯାହା କଲେ ପରମେଶ୍ୱର ସବୁ ଦେଖିଲେ। ସେମାନେ ମନ୍ଦକାର୍ଯ୍ୟ ବନ୍ଦ କରିବା ପରମେଶ୍ୱର ଦେଖିଲେ। ତେଣୁ ସେ ତାଙ୍କର ମନ ବଦଳାଇଲେ ଏବଂ ଯାହା ଯୋଜନା କରିଥିଲେ ତାହା କଲେ ନାହିଁ। ସେ ଲୋକମାନଙ୍କୁ ଆଉ ଦଣ୍ତ ଦେଲେ ନାହିଁ।


Swiv nou:

Piblisite


Piblisite