Biblia Todo Logo
Bib sou entènèt

- Piblisite -




ଯିରିମୀୟ 18:19 - ପବିତ୍ର ବାଇବଲ

19 ହେ ସଦାପ୍ରଭୁ, ମୋ’ ପ୍ରତି କର୍ଣ୍ଣପାତ କର ଏବଂ ମୋ’ ସହିତ ଯୁକ୍ତି କରୁଥିବା ଲୋକମାନଙ୍କର କଥା ଶୁଣ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ହେ ସଦାପ୍ରଭୁ, ମୋʼ ପ୍ରତି ମନୋଯୋଗ କର ଓ ମୋʼ ସଙ୍ଗେ ବିରୋଧକାରୀମାନଙ୍କର କଥାରେ ଅବଧାନ କର।

Gade chapit la Kopi

ଓଡିଆ ବାଇବେଲ

19 ହେ ସଦାପ୍ରଭୁ, ମୋ’ ପ୍ରତି ମନୋଯୋଗ କର ଓ ମୋ’ ସଙ୍ଗେ ବିରୋଧକାରୀମାନଙ୍କର କଥାରେ ଅବଧାନ କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ହେ ସଦାପ୍ରଭୁ, ମୋʼ ପ୍ରତି ମନୋଯୋଗ କର ଓ ମୋʼ ସଙ୍ଗେ ବିରୋଧକାରୀମାନଙ୍କର କଥାରେ ଅବଧାନ କର।

Gade chapit la Kopi




ଯିରିମୀୟ 18:19
14 Referans Kwoze  

ଏହି ଚିନ୍ତାକରି ସେମାନେ ଆମ୍ଭକୁ ଭୟଭୀତ କଲେ, ସେମାନଙ୍କ ହସ୍ତ ଦୁର୍ବଳ ହେବ ଓ “ପ୍ରାଚୀର କାର୍ଯ୍ୟ ଶେଷ ହେବ ନାହିଁ।” ତେଣୁ ମୁଁ ପ୍ରାର୍ଥନା କରି କହିଲି, “ହେ ମୋର ପରମେଶ୍ୱର, ମୋତେ ସବଳ କର।”


ହେ ମୋର ଶତ୍ରୁ ମୋର ପତନରେ ପରିହାସ କର ନାହିଁ। ମୁଁ ପୁନର୍ବାର ଉଠିବି। ମୁଁ ଅନ୍ଧକାରରେ ଥିଲେ ମଧ୍ୟ ସଦାପ୍ରଭୁ ମୋ’ ପାଇଁ ଆଲୋକ ହେବେ।


ତେଣୁ ହେ ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭେ ଧାର୍ମିକର ପରୀକ୍ଷକ। ତୁମ୍ଭେ ସମସ୍ତଙ୍କର ମର୍ମ ଓ ଅନ୍ତଃକରଣ ଦେଖୁଅଛ। ମୁଁ ସେମାନଙ୍କ ବିଷୟରେ ମୋର ଅଭିଯୋଗ ତୁମ୍ଭକୁ ଜଣାଇଅଛି। ତୁମ୍ଭେ ସେମାନଙ୍କ ପ୍ରତି ତୁମ୍ଭ ଦତ୍ତ ପ୍ରତିଫଳ ମୋତେ ଦେଖାଅ।


ସେହି ମନ୍ଦ ଲୋକମାନେ ମୋତେ ଅଭିଶାପ ଦିଅନ୍ତି। କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଶୀର୍ବାଦ କରିବ। ଯେତେବେଳେ ସେମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରିବେ, ସେମାନେ ଅପମାନିତ ହେବେ। ଏହା ପରେ ମୁଁ ତୁମ୍ଭର ଦାସ, ଖୁସୀ ହେବି।


ମୁଁ ସେମାନଙ୍କୁ ପ୍ରେମ କଲି। କିନ୍ତୁ ସେମାନେ ମୋତେ ଦୋଷୀ କଲେ। କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଗ୍ଭଲିଛି।


ହେ ସଦାପ୍ରଭୁ, ଆପଣା କର୍ଣ୍ଣ ଡେର ଓ ଶୁଣ, ହେ ସଦାପ୍ରଭୁ ଆପଣାର ଚକ୍ଷୁ ଫିଟାଅ ଓ ଦେଖ; ଜୀବନ୍ତ ପରମେଶ୍ୱରଙ୍କୁ ଅପମାନ କରିବା ପାଇଁ ସ‌ନ୍‌ହେରୀବ ଯାହା କହି ପଠାଇଅଛି, ତାହାର ସେହି କଥା ଶୁଣ।


ଯିରିମିୟଙ୍କ ଶତ୍ରୁଗଣ କହିଲେ, “ଆସ ଆମ୍ଭେମାନେ ଯିରିମିୟଙ୍କ ବିରୁଦ୍ଧରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ୟବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ୟ‌ଦ୍‌ବକ୍ତା ନିକଟରୁ ବାକ୍ୟ ଲୁପ୍ତ ହେବ ନାହିଁ। ତେଣୁ ଆସ ଆମ୍ଭେମାନେ ତାଙ୍କୁ ପ୍ରବଞ୍ଚନା ଦ୍ୱାରା ଧ୍ୱଂସ କରିବା। ଆମ୍ଭେମାନେ ତାଙ୍କର କୌଣସି କଥା ଶୁଣିବା ନାହିଁ।”


ଲୋକେ ମଙ୍ଗଳ ପରିଶୋଧରେ କ’ଣ ଅମଙ୍ଗଳ କରିବେ? ତୁମ୍ଭେ ସ୍ମରଣ କର, ମୁଁ କିପରି ସେମାନଙ୍କର ମଙ୍ଗଳ ନିମନ୍ତେ ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇଥିଲି ଓ ସେମାନଙ୍କୁ ଦଣ୍ଡ ନ ଦେବା ପାଇଁ କହିଥିଲି। ମାତ୍ର ସେମାନେ ମୋର ବିନାଶ ନିମନ୍ତେ ଗର୍ତ୍ତ ଖୋଳି ଅଛନ୍ତି।


ହେ ସଦାପ୍ରଭୁ, ମୋ’ ପ୍ରତି ହୋଇଥିବା ଅନ୍ୟାୟ ତୁମ୍ଭେ ଦେଖିଅଛ, ତୁମ୍ଭେ ତାହାର ବିଗ୍ଭର କର।


Swiv nou:

Piblisite


Piblisite