Biblia Todo Logo
Bib sou entènèt

- Piblisite -




ଯିରିମୀୟ 18:17 - ପବିତ୍ର ବାଇବଲ

17 ଆମ୍ଭେ ପୂର୍ବୀୟ ପବନରେ ଚ୍ଛିନ୍ନ ହେଲା ପରେ ଶତ୍ରୁ ସମ୍ମୁଖରେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ଆମ୍ଭେ ସେମାନଙ୍କ ବିପଦ ଦିନରେ ସେମାନଙ୍କୁ ସାହାଯ୍ୟ ନ କରି ସେମାନଙ୍କ ପ୍ରତି ବିମୁଖ ହେବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆମ୍ଭେ ଶତ୍ରୁ ସମ୍ମୁଖରେ ପୂର୍ବୀୟ ବାୟୁ ଦ୍ଵାରା ଛିନ୍ନ ହେଲା ପରି ସେମାନଙ୍କୁ ଛିନ୍ନଭିନ୍ନ କରିବା; ଆମ୍ଭେ ସେମାନଙ୍କ ବିପଦ ଦିନରେ ସେମାନଙ୍କ ପ୍ରତି ଅଭିମୁଖ ନ ହୋଇ ବିମୁଖ ହେବା।

Gade chapit la Kopi

ଓଡିଆ ବାଇବେଲ

17 ଆମ୍ଭେ ଶତ୍ରୁ ସମ୍ମୁଖରେ ପୂର୍ବୀୟ ବାୟୁ ଦ୍ୱାରା ଛିନ୍ନ ହେଲା ପରି ସେମାନଙ୍କୁ ଛିନ୍ନଭିନ୍ନ କରିବା; ଆମ୍ଭେ ସେମାନଙ୍କ ବିପଦ ଦିନରେ ସେମାନଙ୍କ ପ୍ରତି ଅଭିମୁଖ ନ ହୋଇ ବିମୁଖ ହେବା।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆମ୍ଭେ ଶତ୍ରୁ ସମ୍ମୁଖରେ ପୂର୍ବୀୟ ବାୟୁ ଦ୍ୱାରା ଛିନ୍ନ ହେଲା ପରି ସେମାନଙ୍କୁ ଛିନ୍ନଭିନ୍ନ କରିବା; ଆମ୍ଭେ ସେମାନଙ୍କ ବିପଦ ଦିନରେ ସେମାନଙ୍କ ପ୍ରତି ଅଭିମୁଖ ନ ହୋଇ ବିମୁଖ ହେବା।”

Gade chapit la Kopi




ଯିରିମୀୟ 18:17
16 Referans Kwoze  

“ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରାନ୍ତରସ୍ଥ ବାୟୁରେ ଧୂଷ ଉଡ଼ିଲାପରି ତୁମ୍ଭମାନଙ୍କ ଘରୁ ତଡ଼ିଦେଇ ଏଣେ ତେଣେ ଛିନ୍ନଭିନ୍ନ କରିଦେବୁ।”


ସେମାନେ ଏକ କାଠ ମୁଣ୍ଡାକୁ କହନ୍ତି, ‘ତୁମ୍ଭେ ଆମ୍ଭର ପିତା’ ଓ ଖଣ୍ଡେ ପଥରକୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ।’ ସେମାନେ ସେଥିପାଇଁ ଲଜ୍ଜିତ ହେବେ। ପୁଣି ସେମାନେ ଆମ୍ଭ ଆଡ଼କୁ ମୁଖ ନ କରି, ଆମ୍ଭ ଆଡ଼କୁ ପଛପଟ କରିଅଛନ୍ତି। ମାତ୍ର ବିପଦ ସମୟରେ ଯିହୁଦାର ଲୋକମାନେ କହିବେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର।’


ଇସ୍ରାଏଲ ତା'ର ଭାଇମାନଙ୍କ ସହିତ ବଢ଼େ। କିନ୍ତୁ ଏକ ଶକ୍ତିଶାଳୀ ପୂର୍ବୀୟ ପବନ ଆସିବ, ଏହା ସଦାପ୍ରଭୁ ପ୍ରେରିତ ବାୟୁ ମରୁଭୂମିରୁ ପ୍ରବାହିତ ହେବ। ତା'ପରେ ଇସ୍ରାଏଲର କୂଅ ଶୁଖିଯିବ। ଜଳପୂର୍ଣ୍ଣ ଝରଣାଗୁଡ଼ିକ ଶୁଖିଯିବ। ସେହି ପବନ ସମସ୍ତ ମୂଲ୍ୟବାନ ବସ୍ତୁ ଇସ୍ରାଏଲର ଭଣ୍ତାରରୁ ଉଡ଼ାଇ ନେଇଯିବ।


ହେ ପରମେଶ୍ୱର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି ସେମାନଙ୍କ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।


ପୂର୍ବ ଦିଗର ପବନ ତାକୁ ଉଡ଼ାଇ ନେବ। ସେ ଚିରଦିନ ପାଇଁ ବିଦାୟ ନେବ, ଝଡ଼ ତାକୁ ତା'ର ଘରୁ ଉଡ଼ାଇ ନେବ।


ଆହୁରି ମିଶରର ବେତନଗ୍ରାହୀ ସୈନ୍ୟମାନେ ଗୋଶାଳାର ଗୋବତ୍ସ ତୁଲ୍ୟ। ସେମାନେ ପଳାୟନ କରିବେ। ସେମାନେ ଆକ୍ରମଣର ସମ୍ମୁଖୀନ ହୋଇ ପାରିବେ ନାହିଁ। କାରଣ ସେମାନଙ୍କର ବିପଦର ଦିନ ଆସୁଅଛି ଓ ସେମାନେ ଖୁବ୍ ଶୀଘ୍ର ସେମାନଙ୍କର ପ୍ରତିଫଳ ପାଇବେ।


“ସେମାନେ ଆମ୍ଭ ପ୍ରତି ବିମୁଖ ହୋଇ ଆମ୍ଭ ପ୍ରତି ବିମୁଖ ହୋଇଅଛନ୍ତି। ଆମ୍ଭେ ସେମାନଙ୍କୁ ବାରମ୍ବାର ଶିକ୍ଷା ଦେଲେ ହେଁ ସେମାନେ ତାହା ଶୁଣି ନାହାନ୍ତି।


ମୁଁ ପ୍ରତିଶୋଧ ନେବି। ମୁଁ ସେମାନଙ୍କର ପ୍ରାପ୍ୟ ଦେବି। ସେମାନଙ୍କର ପାଦ ଖସିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବି। ସେମାନଙ୍କର ଅସୁବିଧାର ସମୟ ନିକଟ ହୋଇ ଆସୁଛି।’


ସେହି ସମୟରେ, ସେମାନଙ୍କ ଉପରେ ଆମ୍ଭର କ୍ରୋଧ ହେବ। ତେଣୁ ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ଓ ଆମ୍ଭେ ସେମାନଙ୍କଠାରୁ ଆପଣା ମୁହଁ ବନ୍ଦ କରିବା। ତହିଁରେ ସେମାନଙ୍କ ପାଇଁ ଭୟଙ୍କର ଅବସ୍ଥାମାନ ହେବ, ଏବଂ ସେମାନେ ବହୁ ସମସ୍ୟାରେ ପଡ଼ିବେ। ତା'ପରେ ସେମାନେ କହିବେ, ‘ଏହିସବୁ ଅମଙ୍ଗଳ ଆମ୍ଭ ଉପରେ ଘଟିଛି କାରଣ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ନାହାନ୍ତି।’


ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଅନ୍ୟସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବେ। ଆଉ ସେଠାରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତି ପୂଜା କରିବ।


“ସଦାପ୍ରଭୁ ତୁମ୍ଭମାନଙ୍କୁ ତୁମ୍ଭ ଶତ୍ରୁମାନଙ୍କ ହାତରେ ତୁମ୍ଭକୁ ପରାସ୍ତ କରାଇବେ। ତୁମ୍ଭେ ଯୁଦ୍ଧ କରିବା ପାଇଁ ଗୋଟିଏ ବାଟରେ ପଶିବ ମାତ୍ର ସାତୋଟି ବାଟରେ ପଳାୟନ କରି ଆସିବ। ତୁମ୍ଭମାନଙ୍କ ପ୍ରତି ଏପରି ଘଟଣାମାନ ସବୁ ଘଟିବ ଯେଉଁଥିରେ ସମସ୍ତ ପୃଥିବୀବାସୀ ତାହା ଦେଖି ଭୟ କରିବେ।


ଧାର୍ମିକମାନେ ସାତଥର ପଡ଼ିଲେ ହେଁ ପୁନର୍ବାର ଉଠନ୍ତି। ମାତ୍ର ଦୁଷ୍ଟମାନେ ବିପଦରେ ପରାସ୍ତ ହୁଅନ୍ତି।


ଆଉ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଫେରାଇବା। ସେମାନେ ଆମ୍ଭର ନିବୃତସ୍ଥାନ ଅପବିତ୍ର କରିବେ। ଆଉ ଡକାୟତମାନେ ତାହା ମଧ୍ୟରେ ପ୍ରବେଶ କରି ତାହା ଅପବିତ୍ର କରିବେ।


ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ୟକୁ ଆଣି ଅଛନ୍ତି। ମାତ୍ର ପୂର୍ବୀୟ ବାୟୁ ସମୁଦ୍ର ମଧ୍ୟରେ ତୁମ୍ଭକୁ ଭାଙ୍ଗି ପକାଇଛି।


Swiv nou:

Piblisite


Piblisite