Biblia Todo Logo
Bib sou entènèt

- Piblisite -




ଯିରିମୀୟ 17:24 - ପବିତ୍ର ବାଇବଲ

24 ମାତ୍ର ସଦାପ୍ରଭୁ କହନ୍ତି, “‘ଯଦି ତୁମ୍ଭେମାନେ ଯତ୍ନ ସହକାରେ ମୋ’ କଥାକୁ ଧ୍ୟାନ ଦିଅ, ଯଦି ତୁମ୍ଭେମାନେ ବିଶ୍ରାମ ଦିନରେ ଯିରୁଶାଲମର ଫାଟକ ଦେଇ କୌଣସି ବୋଝ ନ ଆଣ ଏବଂ ଯଦି ତୁମ୍ଭେମାନେ ସେଇ ଦିନରେ କୌଣସି କାମ ନ କର। ମାତ୍ର ତାକୁ ପବିତ୍ର ମାର୍ଗରେ ପାଳନ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ପୁଣି, ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଯେବେ ଯନିପୂର୍ବକ ଆମ୍ଭ କଥାରେ ମନୋଯୋଗ କରି ବିଶ୍ରାମବାରରେ ଏହି ନଗର-ଦ୍ଵାର ଦେଇ କୌଣସି ବୋଝ ଭିତରକୁ ନ ଆଣ ଓ ସେହିଦିନ କୌଣସି କାର୍ଯ୍ୟ ନ କରି ବିଶ୍ରାମଦିନକୁ ପବିତ୍ର ରୂପେ ପାଳନ କର;

Gade chapit la Kopi

ଓଡିଆ ବାଇବେଲ

24 ପୁଣି, ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ଯେବେ ଯତ୍ନପୂର୍ବକ ଆମ୍ଭ କଥାରେ ମନୋଯୋଗ କରି ବିଶ୍ରାମବାରରେ ଏହି ନଗର ଦ୍ୱାର ଦେଇ କୌଣସି ବୋଝ ଭିତରକୁ ନ ଆଣ ଓ ସେହିଦିନ କୌଣସି କାର୍ଯ୍ୟ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ କର;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ପୁଣି, ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଯେବେ ଯତ୍ନପୂର୍ବକ ଆମ୍ଭ କଥାରେ ମନୋଯୋଗ କରି ବିଶ୍ରାମବାରରେ ଏହି ନଗର-ଦ୍ୱାର ଦେଇ କୌଣସି ବୋଝ ଭିତରକୁ ନ ଆଣ ଓ ସେହି ଦିନ କୌଣସି କାର୍ଯ୍ୟ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ କର;

Gade chapit la Kopi




ଯିରିମୀୟ 17:24
11 Referans Kwoze  

“ସଦାପ୍ରଭୁ କହିଲେ, ‘ତୁମ୍ଭେମାନେ ଯତ୍ନ ସହକାରେ ଆଜି ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି ଶୁଣ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କର। ତୁମ୍ଭେମାନେ ଅନ୍ତଃକରଣ ଓ ପ୍ରାଣ ସହିତ ସେବା କର। ଯଦି ତୁମ୍ଭେ ଏପରି କର ତେବେ,


ତା'ପରେ ସେ କହିଲେ, “ତୁମ୍ଭେ ଯେବେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର ଏବଂ ତାଙ୍କ ଦୃଷ୍ଟିରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ୟବସ୍ଥାସବୁ ପାଳନ କର, ତେବେ ମିଶରୀୟମାନେ ଯେଉଁସବୁ ରୋଗରେ ପୀଡ଼ିତ ହେଲେ, ତୁମ୍ଭେମାନେ ସେହି ରୋଗରେ ପୀଡ଼ିତ ହେବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”


ଯେଉଁମାନେ ଦୂରରେ ଅଛନ୍ତି ଆସିବେ ଏବଂ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ। ତା'ପରେ ତୁମ୍ଭେମାନେ ଜାଣିବ ଯେ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଏହିସବୁ ଘଟିବ, ଯଦି ତୁମ୍ଭେ ମନୋଯୋଗ ସହକାରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ପାଳନ କରିବ।


ଅଖାଦ୍ୟ ପାଇଁ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ। ପୁଣି ଯାହା ତୃପ୍ତିକର ନୁହେଁ ସେଥିପାଇଁ କାହିଁକି ପରିଶ୍ରମ କରୁଅଛ। ତେଣୁ ମନୋଯୋଗ ସହକାରେ ଆମ୍ଭ କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର। ପୁଣି ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ଆତ୍ମାକୁ ସନ୍ତୁଷ୍ଟ ହେବାକୁ ଦିଅ।


ସେ ଯେତେବେଳେ ଦୁଇଦଳ ଅଶ୍ୱାରୋହୀ ସୈନ୍ୟ ଦେଖିବ ଏକ ଦଳ ଗର୍ଦ୍ଦଭାରୋହୀ ସୈନ୍ୟ ଦେଖିବ କିମ୍ବା ଏକ ଦଳ ଓଟରୋହୀ ସୈନ୍ୟ ଦେଖିବ ସେତେବେଳେ ସେ ପ୍ରହରୀ ମନୋଯୋଗ ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।”


“କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ତାହାଙ୍କ ସମସ୍ତ ପଥରେ ଗ୍ଭଲିବାକୁ ଓ ତାହାଙ୍କଠାରେ ଦୃଢ଼ରୂପେ ଆସକ୍ତ ହେବାକୁ ଏହି ଯେଉଁ ସମସ୍ତ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହା ଯଦି ତୁମ୍ଭେମାନେ ଯତ୍ନପୂର୍ବକ ପାଳନ କରିବ,


“ବିଶ୍ରାମ ଦିନଟିକୁ ପବିତ୍ର ଦିବସ ରୂପେ ପାଳନ କରିବାକୁ ସ୍ମରଣ କର।


ଏବଂ ମୋର ବିଶ୍ରାମ ଦିନଗୁଡ଼ିକୁ ପବିତ୍ର ରଖ। ଯାହା ଫଳରେ ସେମାନେ ମୋ’ ଓ ତୁମ୍ଭ ମଧ୍ୟରେ ଚୁକ୍ତିର ଚିହ୍ନ ଦେବେ। ତା'ପରେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।”


Swiv nou:

Piblisite


Piblisite