Biblia Todo Logo
Bib sou entènèt

- Piblisite -




ଯିରିମୀୟ 15:13 - ପବିତ୍ର ବାଇବଲ

13 ଯିହୁଦାର ଲୋକମାନଙ୍କର ବହୁ ଧନଭଣ୍ଡାର ଅଛି। ଆମ୍ଭେ ସେମାନଙ୍କର ଧନ ସମ୍ପତ୍ତି ଓ ଭଣ୍ଡାରଗୁଡ଼ିକୁ ବିନା ମୂଲ୍ୟରେ ଲୁଣ୍ଠିତ ହେବାକୁ ଦେବା। କାରଣ ସେମାନେ ସେମାନଙ୍କର ପାପ ସମୂହର ଫଳ ଭୋଗ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ଧନଭଣ୍ତାରସବୁ ବିନାମୂଲ୍ୟରେ ଲୁଟିତ ହେବା ପାଇଁ ଦେବା ଓ ତୁମ୍ଭର ସମୁଦାୟ ଅଞ୍ଚଳରେ ତୁମ୍ଭ ପାପସମୂହର ସକାଶେ ତାହା କରିବା।

Gade chapit la Kopi

ଓଡିଆ ବାଇବେଲ

13 ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ଧନଭଣ୍ଡାରସବୁ ବିନାମୂଲ୍ୟରେ ଲୁଟିତ ହେବା ପାଇଁ ଦେବା ଓ ତୁମ୍ଭର ସମୁଦାୟ ଅଞ୍ଚଳରେ ତୁମ୍ଭ ପାପସମୂହର ସକାଶେ ତାହା କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ଧନଭଣ୍ଡାରସବୁ ବିନାମୂଲ୍ୟରେ ଲୁଟିତ ହେବା ପାଇଁ ଦେବା ଓ ତୁମ୍ଭର ସମୁଦାୟ ଅଞ୍ଚଳରେ ତୁମ୍ଭ ପାପସମୂହର ସକାଶେ ତାହା କରିବା।

Gade chapit la Kopi




ଯିରିମୀୟ 15:13
8 Referans Kwoze  

ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ ସକଳ, ତୁମ୍ଭର ସମୁଦାୟ ଅଞ୍ଚଳରେ କୃତ ପାପ ସକାଶେ ଆମ୍ଭେ ତୁମ୍ଭର ସମସ୍ତ ସମ୍ପତ୍ତି ଓ ସବୁ ଧନଭଣ୍ଡାର ଓ ଉଚ୍ଚସ୍ଥଳୀ ସକଳ ଲୁଣ୍ଠିତ ହେବା ପାଇଁ ଦେବା।


ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକଙ୍କୁ ବିନା ମୂଲ୍ୟରେ ବିକ୍ରୀ କରି ଦେଉଛ ଓ ସେମାନଙ୍କର ଉଚିତ୍ ଦାମ୍ ପାଇଁ ମଧ୍ୟ ଆଲୋଚନା କରି ନାହଁ।


ସଦାପ୍ରଭୁ ଏହି କଥା କୁହନ୍ତି, “ତୁମ୍ଭେମାନେ ବିନା ମୂଲ୍ୟରେ ବିବ୍ରତ ହୋଇଥିଲ, ଆଉ ବିନା ମୂଲ୍ୟରେ ମୁକ୍ତ ହେବ।”


ଯିରୁଶାଲମ ଅର୍ଜିତ ସକଳ ସମ୍ପତ୍ତି, ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ସେମାନଙ୍କ ଶତ୍ରୁଗଣଙ୍କ ହସ୍ତରେ ଦେବା, ଆଉ ଯିହୁଦାର ରାଜଗଣର ସକଳ ଧନଭଣ୍ଡାର ଶତ୍ରୁର ହସ୍ତଗତ କରାଇବା। ସେମାନେ ସେ ସମସ୍ତ ଲୁଟିନେଇ ବାବିଲକୁ ଘେନିଯିବେ।


ସଦାପ୍ରଭୁ କୁହନ୍ତି, “ବର୍ତ୍ତମାନ ଦେଖ, କ’ଣ ସବୁ ଘଟୁଅଛି। ବିନା କାରଣରେ ମୋର ଲୋକମାନଙ୍କୁ ନିଆ ଯାଉଅଛି। ସେମାନଙ୍କ ଉପରେ ସେହି ଶାସକଗଣ ଗର୍ଜନ କରୁଛନ୍ତି ଓ ଆମ୍ଭର ନାମକୁ ଦିନସାରା ନିରନ୍ତର ନିନ୍ଦା କରୁଛନ୍ତି।”


ମୋ’ ଉପସ୍ଥିତିରେ ସେମାନଙ୍କର ବିଧବାମାନେ ସମୁଦ୍ରର ବାଲି ପରି ବହୁସଂଖ୍ୟକ ହେବେ। ମୁଁ ଯୁବକମାନଙ୍କର ମାତାମାନଙ୍କ ନିକଟକୁ ମଧ୍ୟାହ୍ନରେ ଏକ ବିନାଶକ ଆଣିବି, ସେମାନେ ହଠାତ୍ ଭୟ ଓ ଆତଙ୍କିତ ହେବେ।


“ଶିବା ଦାଦନ ଓ ତର୍ଶୀଶର ବଣିକଗଣ ଆଉ ସେଠାସ୍ଥିତ ଯୁବା ସିଂହାସକଳ ତୁମ୍ଭକୁ ପଗ୍ଭରିବେ, ‘ତୁମ୍ଭେ କ’ଣ ଲୁଟିବାକୁ ଆସିଅଛ? ତୁମ୍ଭେ କ’ଣ ଦ୍ରବ୍ୟ ଅପହରଣ କରିବାକୁ ଆପଣାର ଜନସମାଜକୁ ଏକତ୍ରିତ କରିଅଛ? ରୂପା ସୁନା ବହି ନେବାର, ପଶୁ ଓ ଦ୍ରବ୍ୟାଦି ଲୁଟି ନେଇଯିବାର ଅଭିପ୍ରାୟ କ’ଣ ରଖିଅଛ?’”


ତା'ପରେ ଅନ୍ୟ ଲୋକମାନେ ସେମାନଙ୍କର ଧନସମ୍ପଦ ଲୁଣ୍ଠନ କରିବେ ଓ ସେମାନଙ୍କର ଘରଗୁଡ଼ିକୁ ଧ୍ୱଂସ କରିବେ। ସେହି ସମୟରେ ସେମାନେ ନିର୍ମାଣ କରିଥିବା ଘରେ ଲୋକମାନେ ରହିବେ ନାହିଁ ଏବଂ ସେମାନେ ବଢ଼ାଇଥିବା ଅଙ୍ଗୁରରୁ ପ୍ରସ୍ତୁତ ଦ୍ରାକ୍ଷାରସ ପିଇବେ ନାହିଁ।”


Swiv nou:

Piblisite


Piblisite