Biblia Todo Logo
Bib sou entènèt

- Piblisite -




ଯିରିମୀୟ 15:10 - ପବିତ୍ର ବାଇବଲ

10 ହେ ମାତା, ତୁମ୍ଭକୁ ଧିକ୍ ଯେ, ତୁମ୍ଭେ ମୋ’ ପରି ଏକ ଯୁଦ୍ଧ ଓ ବିବାଦର ମଣିଷକୁ ଜନ୍ମ ଦେଇଛ। ମୁଁ କାହାରିକୁ ଧାର ଦେଇ ନାହିଁ ଏବଂ କାହାଠାରୁ ଧାର କରି ନାହିଁ। କିନ୍ତୁ ତଥାପି ପ୍ରତ୍ୟେକ ମୋତେ ଅଭିଶାପ ଦିଅନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଗୋ ଆମ୍ଭର ମାତଃ, ମୁଁ ସନ୍ତାପର ପାତ୍ର, ତୁମ୍ଭେ ମୋତେ ସମୁଦାୟ ପୃଥିବୀର ବିରୋଧ ଓ ବିବାଦର ପାତ୍ର କରି ଜାତ କରିଅଛ ! ମୁଁ ସୁଧ ନିମନ୍ତେ ଋଣ ଦେଇ ନାହିଁ; କିଅବା ଲୋକେ ମୋତେ ସୁଧ ଲାଗି ଋଣ ଦେଇ ନାହାନ୍ତି; ତଥାପି ସେମାନଙ୍କର ପ୍ରତ୍ୟେକ ଜଣ ମୋତେ ଶାପ ଦିଅନ୍ତି।

Gade chapit la Kopi

ଓଡିଆ ବାଇବେଲ

10 ଗୋ ଆମ୍ଭର ମାତା, ମୁଁ ସନ୍ତାପର ପାତ୍ର, ତୁମ୍ଭେ ମୋତେ ସମୁଦାୟ ପୃଥିବୀର ବିରୋଧ ଓ ବିବାଦର ପାତ୍ର କରି ଜାତ କରିଅଛ ! ମୁଁ ସୁଧ ନିମନ୍ତେ ଋଣ ଦେଇ ନାହିଁ; କିଅବା ଲୋକେ ମୋତେ ସୁଧ ଲାଗି ଋଣ ଦେଇ ନାହାନ୍ତି; ତଥାପି ସେମାନଙ୍କର ପ୍ରତ୍ୟେକ ଜଣ ମୋତେ ଅଭିଶାପ ଦିଅନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଗୋ ଆମ୍ଭର ମାତା, ମୁଁ ସନ୍ତାପର ପାତ୍ର, ତୁମ୍ଭେ ମୋତେ ସମୁଦାୟ ପୃଥିବୀର ବିରୋଧ ଓ ବିବାଦର ପାତ୍ର କରି ଜାତ କରିଅଛ! ମୁଁ ସୁଧ ନିମନ୍ତେ ଋଣ ଦେଇ ନାହିଁ; କିଅବା ଲୋକେ ମୋତେ ସୁଧ ଲାଗି ଋଣ ଦେଇ ନାହାନ୍ତି; ତଥାପି ସେମାନଙ୍କର ପ୍ରତ୍ୟେକ ଜଣ ମୋତେ ଅଭିଶାପ ଦିଅନ୍ତି।

Gade chapit la Kopi




ଯିରିମୀୟ 15:10
32 Referans Kwoze  

“ମନୁଷ୍ୟପୁତ୍ରଙ୍କ ଯୋଗୁଁ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ସେମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କ ବିଷୟରେ ମନ୍ଦ କଥା କହି ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରିଦେବେ, ଯେତେବେଳେ ଏହା ଘଟିବ, ତୁମ୍ଭେ ଧନ୍ୟ ହେବ।


“ଯଦି ତୁମ୍ଭେ ଗରିବ ଲୋକକୁ ଧାର ଦିଅ, ଯିଏକି ମୋର ଲୋକ ତୁମ୍ଭେ ତା’ ନିକଟରୁ ସୁଧ ନେବ ନାହିଁ। ମହାଜନ ପରି ବ୍ୟବହାର କର ନାହିଁ।


ତା'ପରେ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, “ଏ ବାଳକ ଯୋଗୁଁ ଅନେକ ଯିହୂଦୀଙ୍କର ଉ‌ତ୍‌ଥାନ ଓ ପତନ ହେବ। ସେ ପରମେଶ୍ୱରଙ୍କର ଏକ ଚିହ୍ନ ହେବେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ।


“ସେତେବେଳେ ଲୋକେ ତୁମ୍ଭମାନଙ୍କ ପ୍ରତି ଖରାପ ବ୍ୟବହାର କରିବେ। ସେମାନେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ପାଇଁ ଧରାଇ ଦେବେ। ସେମାନେ ତୁମ୍ଭମାନଙ୍କୁ ମାରିଦେବେ। ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତ ଦେଶର ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ।


କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର।


ପୁଣି ଆମ୍ଭେ ଏହି ଲୋକମାନଙ୍କ ନିକଟରେ ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀର ସ୍ୱରୂପ କରିବା। ସେମାନେ ତୁମ୍ଭ ସହ ଯୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭକୁ ସାହାଯ୍ୟ କରିବାକୁ ଓ ତୁମ୍ଭକୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।


ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡାଳ ଚଟିଆ ଉଡ଼ୁଥିବା ବେଳେ ସେହିପରି ଅକାରଣରେ ଦତ୍ତ ଶାପ ନିକଟକୁ ଆସେ ନାହିଁ।


ସେହି ମନ୍ଦ ଲୋକମାନେ ମୋତେ ଅଭିଶାପ ଦିଅନ୍ତି। କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଶୀର୍ବାଦ କରିବ। ଯେତେବେଳେ ସେମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରିବେ, ସେମାନେ ଅପମାନିତ ହେବେ। ଏହା ପରେ ମୁଁ ତୁମ୍ଭର ଦାସ, ଖୁସୀ ହେବି।


ଯଦି ଜଣେ ବ୍ୟକ୍ତି କିଛି ଧନ କରଜ ଦିଏ ଓ ସେ ସେହି ଜନଠାରୁ କୌଣସି ସୁଧ ଆଦାୟ କରେ ନାହିଁ କିଅବା ସେହି ବ୍ୟକ୍ତି ନିରୀହ ଲୋକମାନଙ୍କୁ ଆଘାତ କରି ମୁଦ୍ରା ନିଏ ନାହିଁ। ଏହିପରି ଯେଉଁ ବ୍ୟକ୍ତି କରେ, ତେବେ ସେହି ଧାର୍ମିକ ସର୍ବଦା ପରମେଶ୍ୱରଙ୍କ ନିକଟରେ ଅବସ୍ଥାନ କରିବ।


ତହୁଁ ଆହାବ କହିଲେ, “ଅନ୍ୟ ଜଣେ ଭବିଷ୍ୟ‌ଦ୍‌ବକ୍ତା ଏଠାରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ୱରଙ୍କର ବାକ୍ୟ ବିଷୟରେ ପଗ୍ଭରି ପାରୁ। ସେ ଇମ୍ଳର ପୁତ୍ର ମୀଖାୟ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମୋ’ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ କହେ। ସେ କେବେ ମୋର ମଙ୍ଗଳ କଥା କହେ ନାହିଁ।” ତହୁଁ ଯିହୋଶାଫଟ୍ କହିଲେ, “ଦୟାକରି ସେପରି କୁହନ୍ତୁ ନାହିଁ।”


ଏଲିୟ ଆହାବଙ୍କ ନିକଟକୁ ଗଲେ, ଆହାବ ଏଲିୟଙ୍କୁ କହିଲେ, “ତୁମ୍ଭେ ପୁଣି ମୋତେ ଦେଖା ଦେଲ, ତୁମ୍ଭେ ସର୍ବଦା ମୋର ବିରୁଦ୍ଧରେ ରହିଛ।” ଏଲିୟ ଉତ୍ତର କଲେ, “ହଁ, ମୁଁ ପୁଣି ତୁମ୍ଭକୁ ଦେଖାଦେଲି, ଯେହେତୁ ତୁମ୍ଭେ ଜୀବନସାରା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କରି ଗ୍ଭଲିଛ।


ତୁମ୍ଭେ ତା'ଠାରୁ ଋଣ ବାବଦରେ କୌଣସି ସୁଧ ନେବ ନାହିଁ। ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କର ଏବଂ ତୁମ୍ଭର ଭାଇକୁ ତୁମ୍ଭ ସହିତ ଜୀବନଧାରଣ କରିବାକୁ ଦିଅ।


ଆମ୍ଭେ ତୁମ୍ଭଠାରୁ ତୁମ୍ଭ ବିଗ୍ଭରଗୁଡ଼ିକ ବିଷୟରେ ଶୁଣିବାକୁ ଗ୍ଭହୁଁଛ। ଆମ୍ଭେ ଜାଣୁ ଯେ ଏହି ଦଳର ନିନ୍ଦା ସବୁଠାରେ ହେଉଛି।”


ତାକୁ ଟଙ୍କା ଧାର ଦେଇ ତା'ଠାରୁ ସୁଧ ଆଦାୟ କର ନାହିଁ। ଆଉ ତାକୁ ଅନ୍ନ ଦେଇ ତା'ଠାରୁ ଲାଭ ଗ୍ରହଣ କର ନାହିଁ।


ମୋର ଶତ୍ରୁମାନେ, ମୋର ମୁଣ୍ଡବାଳଠାରୁ ଅଧିକ। ସେମାନେ ବୃଥାରେ ମୋ’ ସହିତ ଶତ୍ରୁତା କରନ୍ତି। ସେମାନେ ମୋର ବିନାଶର କାମନା ବହୁତ କରୁଛନ୍ତି। ମୋର ଅନେକ ଶତ୍ରୁଗଣ ମୋ’ ବିଷୟରେ ମିଛ କଥା କହନ୍ତି। ସେମାନେ ମିଛରେ ମୋତେ ଗ୍ଭେର କହିଲେ ଏବଂ ସେହି ବସ୍ତୁଗୁଡ଼ିକ ମୋତେ ଦେବାକୁ କହିଲେ, ଯାହା ମୁଁ ଗ୍ଭେରି କରି ନାହିଁ।


ଲୋକମାନେ ଜିନିଷ ଧ୍ୱଂସ କରୁଛନ୍ତି ଓ ଅନ୍ୟକୁ ଆଘାତ କରୁଛନ୍ତି। ସେମାନେ ଯୁକ୍ତି କରୁଛନ୍ତି ଓ ଲଢ଼ୁଛନ୍ତି। ଏହି ଅନ୍ୟାୟ ସବୁ ମୁଁ କାହିଁକି ଦେଖିବି? ଏହି ଖରାପ ଦ୍ରବ୍ୟ ମୁଁ କାହିଁକି ଦେଖିବି?


Swiv nou:

Piblisite


Piblisite