Biblia Todo Logo
Bib sou entènèt

- Piblisite -




ଯିରିମୀୟ 14:4 - ପବିତ୍ର ବାଇବଲ

4 ଦେଶରେ ଅନାବୃଷ୍ଟି ହେତୁ ଭୂମି ଫାଟି ଯିବାରୁ କୃଷକମାନେ ବିବ୍ରତ ଓ ଲଜ୍ଜିତ ହୋଇ ଆପଣା ଆପଣା ମସ୍ତକ ଢାଙ୍କିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଦେଶରେ ବୃଷ୍ଟି ନୋହିବା ସକାଶୁ ଭୂମି ଫାଟି ଯିବାରୁ କୃଷକମାନେ ଲଜ୍ଜିତ ହୋଇ ଆପଣା ଆପଣା ମସ୍ତକ ଢାମ୍ପନ୍ତି।

Gade chapit la Kopi

ଓଡିଆ ବାଇବେଲ

4 ଦେଶରେ ବୃଷ୍ଟି ନ ହେବା ସକାଶୁ ଭୂମି ଫାଟି ଯିବାରୁ କୃଷକମାନେ ଲଜ୍ଜିତ ହୋଇ ଆପଣା ଆପଣା ମସ୍ତକ ଢାମ୍ପନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଦେଶରେ ବୃଷ୍ଟି ନ ହେବା ସକାଶୁ ଭୂମି ଫାଟି ଯିବାରୁ କୃଷକମାନେ ଲଜ୍ଜିତ ହୋଇ ଆପଣା ଆପଣା ମସ୍ତକ ଢାମ୍ପନ୍ତି।

Gade chapit la Kopi




ଯିରିମୀୟ 14:4
10 Referans Kwoze  

ହେ କୃଷକଗଣ, ଦୁଃଖ କର। ଉଚ୍ଚ ସ୍ୱରରେ କ୍ରନ୍ଦନ କର। ଦ୍ରାକ୍ଷା କୃଷିକାରୀଗଣ, ତୁମ୍ଭେମାନେ ମଧ୍ୟ ରୋଦନ କର। କାରଣ ତୁମ୍ଭର କ୍ଷେତରେ ଗହମ ଓ ବାର୍ଲି ଅମଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି।


ତୁମ୍ଭର ପାପକର୍ମ ଯୋଗୁଁ ବୃଷ୍ଟି ନିବୃତ୍ତ ହୋଇଅଛି। ବସନ୍ତକାଳୀନ ବର୍ଷା ଆସି ନାହିଁ। କିନ୍ତୁ ତୁମ୍ଭେ ଜଣେ ବେଶ୍ୟାର ଭଂଗୀ ଓ ଲଜ୍ଜାହୀନ ଗ୍ଭହାଣି ବଜାୟ ରଖିଛ ଓ ଲଜ୍ଜିତ ହେବାକୁ ଅସ୍ୱୀକାର କରୁଛ।


ଆମ୍ଭେମାନେ ଯେଉଁ ମଞ୍ଜି ଭୁମିରେ ରୋପଣ କରିଥିଲୁ ସେଗୁଡ଼ିକ ମାଟିରେ ଶୁଖି ମରିଯାଇଛି। ଆମ୍ଭମାନଙ୍କର ରୋପିତ ବୃକ୍ଷ ଶୁଷ୍କ ଓ ମୃତ। ଆମ୍ଭର ଶସ୍ୟ ଅମାର ଶୂନ୍ୟ ଓ ଭଗ୍ନ ପ୍ରାୟ।


ସଦାପ୍ରଭୁ ଆପଣା କ୍ରୋଧ ଓ କୋପରେ ଯେଉଁ ସଦୋମ ଓ ହମୋରା, ଅଦ୍ମା ଓ ସବୋୟିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନରେ ପରିପୂର୍ଣ୍ଣ ହୋଇଅଛି। ତହିଁରେ କିଛି ବୁଣାଯାଏ ନାହିଁ, କି ଫଳ ଉତ୍ପନ୍ନ ହୁଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢ଼େ ନାହିଁ।


ଆଉ ତୁମ୍ଭେ ମିଶରରୁ ମଧ୍ୟ ବାହାରି ଯିବ ଓ ଲଜ୍ଜାରେ ତୁମ୍ଭେ ଆପଣା ମୁହଁ ଲୁଗ୍ଭଇବ, କାରଣ ସଦାପ୍ରଭୁ ତୁମ୍ଭର ନିର୍ଭର କରୁଥିବା ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କରିଅଛନ୍ତି। ତୁମ୍ଭେମାନେ ସେମାନଙ୍କ ସାହାଯ୍ୟ ଦ୍ୱାରା ଉନ୍ନତି କରି ପାରିବ ନାହିଁ।


ତେଣୁ ଅନାବୃଷ୍ଟି ଯୋଗୁଁ ଦୁଇ କିମ୍ବା ତିନୋଟି ନଗରରେ ଲୋକ ବୃଷ୍ଟି ବହୁଳ ଅଞ୍ଚଳକୁ ଜଳପାନ କରିବାକୁ ଧାଇଁଲେ। କିନ୍ତୁ ସେଠାରେ ସବୁ ଲୋକଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ଆସିଲ ନାହିଁ।” ସଦାପ୍ରଭୁ ଏହା ହିଁ କହିଲେ।


“ଏସବୁ ହେଲା ପରେ ଯେବେ ତୁମ୍ଭେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ ତେବେ ଆମ୍ଭେ ତୁମ୍ଭମାନଙ୍କର ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଅଧିକ ଦଣ୍ତ ଦେବା।


Swiv nou:

Piblisite


Piblisite