Biblia Todo Logo
Bib sou entènèt

- Piblisite -




ଯିରିମୀୟ 14:22 - ପବିତ୍ର ବାଇବଲ

22 ମିଥ୍ୟା ଦେବତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷାରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଅନ୍ୟ ଦେଶୀୟମାନଙ୍କର ଅସାର ଦେବତାଗଣ ମଧ୍ୟରେ ଯେ ବୃଷ୍ଟି କରାଇପାରେ, ଏପରି କି କେହି ଅଛି? ଅଥବା ଆକାଶମଣ୍ତଳ କି ବୃଷ୍ଟିଦାନ କରି ପାରେଣ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ଵର, ତୁମ୍ଭେ ହିଁ କି ସେହି ବୃଷ୍ଟିଦାତା ନୁହଁ? ଏନିମନ୍ତେ ଆମ୍ଭେମାନେ ତୁମ୍ଭ ଅପେକ୍ଷାରେ ରହିବା; କାରଣ ତୁମ୍ଭେ ଏହିସବୁର ଉତ୍ପାଦନ କରିଅଛ।

Gade chapit la Kopi

ଓଡିଆ ବାଇବେଲ

22 ଅନ୍ୟ ଦେଶୀୟମାନଙ୍କର ଅସାର ଦେବତାଗଣ ମଧ୍ୟରେ ଯେ ବୃଷ୍ଟି କରାଇପାରେ, ଏପରି କି କେହି ଅଛି ? ଅଥବା ଆକାଶମଣ୍ଡଳ କି ବୃଷ୍ଟିଦାନ କରି ପାରେ ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ କି ସେହି ବୃଷ୍ଟିଦାତା ନୁହଁ ? ଏନିମନ୍ତେ ଆମ୍ଭେମାନେ ତୁମ୍ଭ ଅପେକ୍ଷାରେ ରହିବା; କାରଣ ତୁମ୍ଭେ ଏହିସବୁର ଉତ୍ପାଦନ କରିଅଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଅନ୍ୟଦେଶୀୟମାନଙ୍କର ଅସାର ଦେବତାଗଣ ମଧ୍ୟରେ ଯେ ବୃଷ୍ଟି କରାଇପାରେ, ଏପରି କି କେହି ଅଛି? ଅଥବା ଆକାଶମଣ୍ଡଳ କି ବୃଷ୍ଟିଦାନ କରିପାରେ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ କି ସେହି ବୃଷ୍ଟିଦାତା ନୁହଁ? ଏନିମନ୍ତେ ଆମ୍ଭେମାନେ ତୁମ୍ଭ ଅପେକ୍ଷାରେ ରହିବା; କାରଣ ତୁମ୍ଭେ ଏହିସବୁର ଉତ୍ପାଦନ କରିଅଛ।

Gade chapit la Kopi




ଯିରିମୀୟ 14:22
39 Referans Kwoze  

ତେଣୁ ହେ ସିୟୋନର ସନ୍ତାନଗଣ, ତୁମ୍ଭେମାନେ ସୁଖ କର, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ଆନନ୍ଦ ଉଲ୍ଲାସ କର। ସେ ମଙ୍ଗଳମୟ ଏବଂ ତୁମ୍ଭମାନଙ୍କୁ ବୃଷ୍ଟି ଦେବେ। ସେ ତୁମ୍ଭକୁ ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପୂର୍ବପରି ଦେବେ।


ସେମାନେ କେବେ କହିବେ ନାହିଁ ଯେ, ‘ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ୟ ଓ ଶେଷ ବୃଷ୍ଟି ପ୍ରଦାନ କରିଛନ୍ତି ଓ ଶସ୍ୟ ଚ୍ଛେଦନ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି, ଆସ ଏବେ ଆମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।’


ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି। ସେ ବର୍ଷା ସହିତ ବିଜୁଳି କରାନ୍ତି। ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।


ସେହି ସମୟରେ ସଦାପ୍ରଭୁ ତୁମ୍ଭ ଭୂମିରେ ବୀଜ ବୁଣିବା ପାଇଁ ବୃଷ୍ଟି ଦେବେ। ତୁମ୍ଭେମାନେ ଶସ୍ୟ ବୁଣିବ ଓ ଭୂମିରେ ପ୍ରଚୁର ଖାଦ୍ୟ ଉତ୍ପନ୍ନ ହେବ। ତୁମ୍ଭମାନଙ୍କର ପଶୁପଲ ପାଇଁ ବିସ୍ତୃତ ଗ୍ଭରଣଭୂମି ହେବ।


ଯେଉଁମାନେ ଦେବତା ନୁହନ୍ତି ସେମାନଙ୍କ ସହିତ ମୋତେ ଈର୍ଷା ପରାୟଣ କଲେ। ସେମାନେ ସେମାନଙ୍କର ଅସାରତା ଦ୍ୱାରା ମୋତେ ବିରକ୍ତ କଲେ। ସେଥିପାଇଁ ମୁଁ ଇସ୍ରାଏଲକୁ ଈର୍ଷାନ୍ୱିତ କରାଇବି ସେହିମାନଙ୍କ ମାଧ୍ୟମରେ ଯେଉଁମାନେ ପ୍ରକୃତ ଜାତି ନୁହନ୍ତି। ମୁଁ ସେମାନଙ୍କୁ ମୂର୍ଖ ଗୋଷ୍ଠୀ ଦ୍ୱାରା ବିରକ୍ତ କରାଇବି।


ଯେତେବେଳେ ସେ ଭୟଙ୍କର ଶବ୍ଦ କରନ୍ତି, ସେତେବେଳେ ଆକାଶର ଜଳରାଶି ଗର୍ଜନ କରନ୍ତି। ସେ ସମଗ୍ର ପୃଥିବୀ ଉପରେ ମେଘ ସୃଷ୍ଟି କରିଛନ୍ତି। ସେ ମେଘ ସହିତ ବିଜୁଳି ପଠାନ୍ତି ଓ ତାଙ୍କ ଭଣ୍ଡାର ଘରୁ ବାୟୁ ପ୍ରବାହ କରନ୍ତି।


ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତି, ଦୃଢ଼ ଦୁର୍ଗ ଓ ବିପଦରେ ମୋର ଆଶ୍ରୟ ସ୍ୱରୂପ। ପୃଥିବୀର ସମସ୍ତ ପ୍ରାନ୍ତରରୁ ନାନା ଦେଶୀୟମାନେ ତୁମ୍ଭ ନିକଟକୁ ଆସି କହିବେ, “ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା ଅର୍ଥାତ୍ ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।


ସେହି ମୂର୍ତ୍ତିଗୁଡ଼ିକ ଅସାର ଓ ପରିହାସଯୋଗୀ। ଯେତେବେଳେ ସେମାନଙ୍କର ବିନାଶ ସମୟ ଆସିବ, ସେମାନେ ଧ୍ୱଂସ ହେବେ।


ସେମାନେ ସମସ୍ତେ ଅସାର ଓ ସେମାନଙ୍କର କର୍ମସବୁ ତୁଚ୍ଛ। ସେମାନେ ଛାଞ୍ଚରେ ଢଳା ବାୟୁଶୂନ୍ୟ ପ୍ରତିମାଗଣ ମାତ୍ର।


ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି। ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି। ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।


ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ମହାନ। ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର।


ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯେପର୍ଯ୍ୟନ୍ତ ସଦାପ୍ରଭୁ ବର୍ଷା ନ ପଠାନ୍ତି ସେ ପର୍ଯ୍ୟନ୍ତ କଳସରେ ମଇଦା ଶୂନ୍ୟ ହେବ ନାହିଁ କି ପାତ୍ରରେ ତୈଳର ଅଭାବ ରହିବ ନାହିଁ।’”


ଏଲିୟ ତି‌‌‌‌ଶ୍‌ବୀୟର ଭବିଷ୍ୟ‌ଦ୍‌ବକ୍ତା ଗିଲିୟଦରେ ରାଜା ଆହାବଙ୍କୁ କହିଲେ, ଗିଲିୟଦର ପ୍ରବାସୀ ତି‌‌‌‌ଶ୍‌ବୀୟ ଏଲିୟ ଭବିଷ୍ୟ‌ଦ୍‌ବକ୍ତା ରାଜା ଆହାବଙ୍କୁ କହିଲେ, “ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସେବା କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶରେ କାକର କି ବୃଷ୍ଟିପାତ ହେବ ନାହିଁ। ଯଦି ମୁଁ ଆଦେଶ ଦିଏ ତେବେ ବର୍ଷା ହେବ।”


ଠିକ୍ ସମୟରେ ଉତ୍ତମ ବର୍ଷା ପ୍ରଦାନ କରିବାକୁ ସଦାପ୍ରଭୁ ତାଙ୍କର ଆକାଶର ଗନ୍ତାଘର ଖୋଲିବେ। ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମରେ ଆଶୀର୍ବାଦ କରିବେ। ତୁମ୍ଭେ ଅନ୍ୟ ଗୋଷ୍ଠୀୟ ଲୋକମାନଙ୍କୁ ଋଣ ଦେବ। କିନ୍ତୁ ତୁମ୍ଭେ ସେମାନଙ୍କଠାରୁ କିଛି ଉଧାର ଆଣିବ ନାହିଁ।


ତେଣୁ ମୁଁ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି। ମୋ’ ପରିତ୍ରାଣ ପାଇଁ ପରମେଶ୍ୱରଙ୍କୁ ଅପେକ୍ଷା କରିବି। ମୋର ପରମେଶ୍ୱର ମୋ’ କଥା ଶୁଣିବେ।


“ଆମ୍ଭେ ଶସ୍ୟଅମଳର ତିନି ମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍ଭେ ଗୋଟିଏ ନଗରରେ ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗରରେ ବର୍ଷା ହେଲା ନାହିଁ। ଦେଶର ଗୋଟିଏ ଅଂଶରେ ଓଦା ହେଉଥିଲା ବେଳେ ଅନ୍ୟ ଅଂଶ ଶୁଷ୍କ ରହିଥିଲା।


ପରମେଶ୍ୱର ଭୟଙ୍କର ବଜ୍ରର କାରଣ ଓ ସେ ଆକାଶର ଜଳରାଶିର ସୃଷ୍ଟିକର୍ତ୍ତା। ସେ ପୃଥିବୀର ଶେଷପୃଷ୍ଠରୁ ବାଦଲ ଉଠାନ୍ତି ଏବଂ ବର୍ଷା ଓ ବିଜୁଳି କରାନ୍ତି। ସେ ନିଜ ଭଣ୍ଡାର ଘରୁ ବାୟୁ ପ୍ରବାହିତ କରନ୍ତି।


ସେଥି ସକାଶେ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସେ ମଧ୍ୟ ତୁମ୍ଭମାନଙ୍କୁ ଦୟା କରିବାକୁ ଉନ୍ନତ ହେବେ। କାରଣ ସଦାପ୍ରଭୁ ନ୍ୟାୟ ବିଗ୍ଭରକାରୀ ପରମେଶ୍ୱର ଅଟନ୍ତି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ୟ।


ପରମେଶ୍ୱର ଆକାଶକୁ ମୋଟା ମେଘମାଳାରେ ଆଚ୍ଛନ୍ନ କରନ୍ତି। ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି। ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।


ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର, ବଳଶାଳୀ ଓ ସାହସିକ ହୁଅ ଏବଂ ସଦାପ୍ରଭୁଙ୍କର ଅନୁସରଣ କର।


ହଁ, ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସେମାନେ ନିରାଶ ହେବେ ନାହିଁ। କିନ୍ତୁ ବିଶ୍ୱାସଘାତକମାନେ ନିରାଶ ହେବେ। ସେମାନେ କିଛି ପାଇବେ ନାହିଁ।


ପରମେଶ୍ୱର ପୃଥିବୀରେ ବର୍ଷା କରାନ୍ତି ଓ ଶସ୍ୟକ୍ଷେତ୍ରକୁ ଜଳ ପ୍ରଦାନ କରନ୍ତି।


ଅନାବୃଷ୍ଟିର ତୃତୀୟ ବର୍ଷରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ତୁମ୍ଭେ ଯାଇ ରାଜା ଆହାବଙ୍କୁ ସାକ୍ଷାତ କର। ଆମ୍ଭେ ଭୂମିକୁ ଶୀଘ୍ର ବୃଷ୍ଟି ପଠାଇବୁ।”


ତେଣୁ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଆମ୍ଭମାନଙ୍କର ପାପ ପାଇଁ ଆମ୍ଭମାନଙ୍କୁ ଏବଂ ତୁମ୍ଭର ସେବକମାନଙ୍କୁ କ୍ଷମା କର। ତୁମ୍ଭେ ଠିକ୍ ଭାବରେ ଲୋକମାନଙ୍କୁ ଜୀବନ ଧାରଣ କରିବାରେ ଶିକ୍ଷା ଦିଅ ଓ ତା'ପରେ ତୁମ୍ଭ ଦେଶରେ ଦୟାକରି ବୃଷ୍ଟି କରିବାକୁ କୃପା କର। ଯାହା ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦେଇଥିଲ।


ତା'ହେଲେ ତୁମ୍ଭେ ସ୍ୱର୍ଗରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହୋଇ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ଯ୍ୟ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି।


“ମିଥ୍ୟାରେ ସେମାନେ ସଦାପ୍ରଭୁଙ୍କର ବିଷୟରେ କହିଲେ, ‘ସଦାପ୍ରଭୁ ଆମ୍ଭମାନଙ୍କର କିଛି କରିବେ ନାହିଁ। ଆମ୍ଭମାନଙ୍କ ପ୍ରତି କିଛି ଅମଙ୍ଗଳ ଘଟିବ ନାହିଁ ଆଉ ଆମ୍ଭେମାନେ ‌‌ଖ‌ଡ଼୍‌ଗ କିଅବା ଦୁର୍ଭିକ୍ଷ ଦେଖିବା ନାହିଁ।’


ଅନ୍ୟ ଦେଶୀୟମାନଙ୍କର ସକଳ ବିଧି ବ୍ୟବସ୍ଥା ଅସାର କାରଣ ଅରଣ୍ୟରୁ ବୃକ୍ଷ ଚ୍ଛେଦନ କରି କାରିଗର ନିର୍ମିତ କରିଥିବା ପ୍ରତିମା ଓ ମୂର୍ତ୍ତିଗୁଡ଼ିକ ସବୁ ମୂଲ୍ୟହୀନ। ସେଗୁଡ଼ିକ ଦେବତା ନୁହନ୍ତି।


ସେ ତା'ର ପ୍ରିୟ ପ୍ରେମିକ ପଛରେ ଧାଇଁବ, କିନ୍ତୁ ସେ ସେମାନଙ୍କୁ ମଧ୍ୟ ଧରି ପାରିବ ନାହିଁ। ସେ ସେମାନଙ୍କୁ ବହୁ ଖୋଜିବ କିନ୍ତୁ ପାଇପାରିବ ନାହିଁ। ତା'ପରେ ସେ କହିବ, ‘ମୁଁ ମୋର ପ୍ରଥମ ପ୍ରେମିକ, ପରମେଶ୍ୱରଙ୍କ ନିକଟକୁ ଫେରିଯିବି। ତାଙ୍କ ପାଖରେ ଥିଲା ବେଳେ ମୋର ଜୀବନ, ବର୍ତ୍ତମାନ ଅପେକ୍ଷା ଅଧିକ ଭଲ ଥିଲା।’


ପରମେଶ୍ୱର ସ୍ଥିର କରନ୍ତି କେଉଁଠାରୁ ବର୍ଷା ପଠେଇବେ ଏବଂ କେଉଁଠାକୁ ଘଡ଼ଘଡ଼ି ଘୂର୍ଣ୍ଣିବାତ୍ୟା ଯିବ।


ପରମେଶ୍ୱର ସ୍ୱପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି। ସେ ନିଜର ଜ୍ଞାନଦ୍ୱାରା ଜଗତ ସ୍ଥାପନ କରିଅଛନ୍ତି ଓ ନିଜ ବୁଦ୍ଧି ବଳରେ ପୃଥିବୀ ଉପରେ ଆକାଶମଣ୍ଡଳକୁ ବିସ୍ତାର କରିଅଛନ୍ତି।


ସେମାନେ ସେମାନଙ୍କର ‌‌ଖ‌ଡ଼୍‌ଗ ବ୍ୟବହାର କରିବେ ଓ ଅଶୂରୀୟମାନଙ୍କୁ ଶାସନ କରିବେ। ସେମାନେ ମଧ୍ୟ ନିମ୍ରୋଦ ଦେଶର ଲୋକମାନଙ୍କୁ ହସ୍ତରେ ‌‌ଖ‌ଡ଼୍‌ଗ ଧାରଣ କରି ଶାସନ କରିବେ। କିନ୍ତୁ ଇସ୍ରାଏଲର ଶାସକ ଯେଉଁ ଅଶୂରୀୟମାନେ ଆମ୍ଭ ଦେଶକୁ ଆସିବେ ଓ ଆମ୍ଭ ସୀମା ମଧ୍ୟରେ ପ୍ରବେଶ କରିବେ ସେମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।


Swiv nou:

Piblisite


Piblisite