Biblia Todo Logo
Bib sou entènèt

- Piblisite -




ଯିରିମୀୟ 13:17 - ପବିତ୍ର ବାଇବଲ

17 କିନ୍ତୁ ଯଦି ତୁମ୍ଭେମାନେ ଏ କଥା ନ ଶୁଣ, ତୁମ୍ଭେମାନେ ଅହଙ୍କାରୀ ବୋଲି ମୁଁ ଚୁ‌ପ୍‌ଗ୍ଭପ୍ କାନ୍ଦିବି। ମୁଁ ମଧ୍ୟ ଜୋ‌ର୍‌ରେ କାନ୍ଦିବି ଏବଂ ମୋର ଚକ୍ଷୁ ଅଶ୍ରୁରେ ପୂର୍ଣ୍ଣ ହେବ। କାରଣ ସଦାପ୍ରଭୁଙ୍କର ଲୋକମାନେ ବନ୍ଦୀ ହୋଇଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ମାତ୍ର ଯେବେ ତୁମ୍ଭେମାନେ ଏକଥା ଶୁଣିବ ନାହିଁ, ତେବେ ତୁମ୍ଭମାନଙ୍କର ଅହଙ୍କାର ସକାଶୁ ମୋହର ପ୍ରାଣ ନିରୋଳା ସ୍ଥାନରେ ରୋଦନ କରିବ ଓ ସଦାପ୍ରଭୁଙ୍କର ପଲ ବନ୍ଦୀ ଅବସ୍ଥାରେ ନୀତ ହେବା ସକାଶୁ ମୋହର ଚକ୍ଷୁ ଅତିଶୟ ରୋଦନ କରି ଅଶ୍ରୁଧାରା ବହାଇବ।

Gade chapit la Kopi

ଓଡିଆ ବାଇବେଲ

17 ମାତ୍ର ଯଦି ତୁମ୍ଭେମାନେ ଏକଥା ଶୁଣିବ ନାହିଁ, ତେବେ ତୁମ୍ଭମାନଙ୍କର ଅହଙ୍କାର ସକାଶୁ ମୋହର ପ୍ରାଣ ନିରୋଳା ସ୍ଥାନରେ ରୋଦନ କରିବ ଓ ସଦାପ୍ରଭୁଙ୍କର ପଲ ବନ୍ଦୀ ଅବସ୍ଥାରେ ନୀତ ହେବା ସକାଶୁ ମୋହର ଚକ୍ଷୁ ଅତିଶୟ ରୋଦନ କରି ଅଶ୍ରୁଧାରା ବୁହାଇବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ମାତ୍ର ଯଦି ତୁମ୍ଭେମାନେ ଏ କଥା ଶୁଣିବ ନାହିଁ, ତେବେ ତୁମ୍ଭମାନଙ୍କର ଅହଙ୍କାର ସକାଶୁ ମୋହର ପ୍ରାଣ ନିରୋଳା ସ୍ଥାନରେ ରୋଦନ କରିବ ଓ ସଦାପ୍ରଭୁଙ୍କର ପଲ ବନ୍ଦୀ ଅବସ୍ଥାରେ ନୀତ ହେବା ସକାଶୁ ମୋହର ଚକ୍ଷୁ ଅତିଶୟ ରୋଦନ କରି ଅଶ୍ରୁଧାରା ବୁହାଇବ।

Gade chapit la Kopi




ଯିରିମୀୟ 13:17
25 Referans Kwoze  

ଯଦି ତୁମ୍ଭେମାନେ ଧ୍ୟାନ ନ ଦିଅ ଏବଂ ଆମ୍ଭ ନାମକୁ ଗୌରବ ଦେବା ପାଇଁ, ଗୁରୁତ୍ୱ ନ ଦିଅ ତେବେ ତୁମ୍ଭମାନଙ୍କର ଆଶୀର୍ବାଦଗୁଡ଼ିକ ଅଭିଶାପରେ ପରିଣତ କରିବା। ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ ଘଟାଇବା କାରଣ ତୁମ୍ଭେମାନେ ଆମ୍ଭର ନାମକୁ ଗୌରବ ଦେବା ବିଷୟରେ ଗମ୍ଭୀର ନୁହଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାଣୀସବୁ କହିଥିଲେ।


“ହେ ଯିରିମିୟ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, ‘ଆମ୍ଭ ଚକ୍ଷୁରୁ ଦିବାରାତ୍ରି ଲୋତକ ବହିବ, ତାହା କେବେ ନିବୃତ୍ତ ହେବ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ୟା ପାଇଁ ଆମ୍ଭ ହୃଦୟ କାନ୍ଦିବ। ଯେହେତୁ ତାହା ମହାଭଙ୍ଗରେ ଓ ମହା ଦୁଃଖଦାୟକ କ୍ଷତରେ ଭଗ୍ନ ହୋଇଅଛି।


ଯେବେ ମୋର ମସ୍ତକ ଜଳମୟ ଓ ମୋର ଚକ୍ଷୁ ଲୋତକର ଝରଣାସ୍ୱରୂପ ହୁଅନ୍ତା, ତେବେ ମୁଁ ମୋହର ନିହତ ଲୋକମାନଙ୍କ ପାଇଁ ଦିନରାତି କ୍ରନ୍ଦନ କରି ପାରନ୍ତି।


ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।


“ଆଉ ତୁମ୍ଭେମାନେ ଆମ୍ଭର ମେଷ ଓ ଆମ୍ଭ ତୃଣଭୂମିର ମେଷ ଅଟ। ତୁମ୍ଭେମାନେ ମନୁଷ୍ୟ ଅଟ ଓ ଆମ୍ଭେ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ।” ଏହା ମୋର ପ୍ରଭୁ, ସଦାପ୍ରଭୁ କହନ୍ତି।


ତୁମ୍ଭମାନଙ୍କର ହୃଦୟ ସଦାପ୍ରଭୁଙ୍କ ସମ୍ମୁଖରେ ଚିତ୍କାର କରିବା ଉଚିତ୍। ହେ ସିୟୋନ କନ୍ୟାର ପ୍ରାଚୀର, ଦିବାରାତ୍ରି ଅଶ୍ରୁଧାରା ସ୍ରୋତ ପରି ଝରାଅ। ତୁମ୍ଭେ ଚକ୍ଷୁକୁ ବିଶ୍ରାମ ଦିଅ ନାହିଁ ଓ ତୁମ୍ଭ ଚକ୍ଷୁତାରା ସ୍ଥିର ନ ହେଉ।


“ଏହିସବୁ ବିଷୟ ପାଇଁ ମୁଁ କ୍ରନ୍ଦନ କରୁଅଛି ଓ ମୋର ଚକ୍ଷୁଯୁଗଳ ଲୋତକପୂର୍ଣ୍ଣ ହୋଇଅଛି। କାରଣ ମୋର ସାନ୍ତ୍ୱନାକାରୀ ମୋର ପ୍ରାଣକୁ ଆଶ୍ୱାସନା ଦେବା କଥା, କିନ୍ତୁ ସେ ମୋ'ଠାରୁ ଦୂରେଇ ଅଛନ୍ତି। ମୋର ସନ୍ତାନଗଣ ଅନାଥ ହୋଇଛନ୍ତି, କାରଣ ମୋର ଶତ୍ରୁଗଣ ସେମାନଙ୍କ ଉପରେ ବିଜୟଲାଭ କରିଛନ୍ତି।”


ମୋ’ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି। କାରଣ ଲୋକମାନେ ତୁମ୍ଭର ବ୍ୟବସ୍ଥାମାନ ପାଳନ କରୁ ନାହାନ୍ତି।


ତା'ପରେ ଶାମୁୟେଲ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଶାଉଲଙ୍କୁ କେବେବି ଦେଖିଲେ ନାହିଁ। କାରଣ ଶାମୁୟେଲ ଶାଉଲଙ୍କ ପାଇଁ ଶୋକ କଲେ। ପୁଣି ସଦାପ୍ରଭୁ ଇସ୍ରାଏଲ ଉପରେ ଶାଉଲଙ୍କୁ ରାଜା କରିବାରୁ ଅନୁତାପ କଲେ।


ନିରୂପିତ ପର୍ବମାନଙ୍କରେ ଯିରୁଶାଲମରେ ଯେପରି ବଳି ଯୋଗ୍ୟ ମେଷ ଓ ଛାଗପଲ ପୂର୍ଣ୍ଣ ହୋଇ ଯାଆନ୍ତି, ଶୂନ୍ୟ ନଗରଗୁଡ଼ିକ ବହୁ ମନୁଷ୍ୟରେ ପରିପୂର୍ଣ୍ଣ ହେବ।”


ସେ ରାତ୍ରିରେ ଅତିଶୟ ରୋଦନ କରୁଛି, ତାହାର ଲୋତକ ଗଣ୍ଡଦେଶରେ ପଡ଼ୁଅଛି; ତାକୁ ସାନ୍ତ୍ୱନା ଦେବାକୁ କେହି ନାହିଁ; ତା'ର ସମସ୍ତ ବନ୍ଧୁ ତାକୁ ପ୍ରବଞ୍ଚନା କରିଛନ୍ତି; ସେମାନେ ତାହାର ଶତ୍ରୁ ହୋଇଛନ୍ତି।


ସଦାପ୍ରଭୁ କହନ୍ତି, “ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନରେ ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର।”


ମାତ୍ର ତୁମ୍ଭେ ଯଦି ଏହିସବୁ କଥା ଶୁଣିବ ନାହିଁ, ତେବେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ ଏହି ଗୃହ ଧ୍ୱଂସ ସ୍ତୁପରେ ପରିଣତ ହେବ।’”


ମୋ’ ନିମନ୍ତେ ତୁମ୍ଭ ପରେ ଅନିଷ୍ଟ ଦେଖିବା ପାଇଁ ବେଗଗାମୀ ନ ଥିଲି କିଅବା ମୁଁ ସେହି ବିଭୀଷିକାମୟ ଦିନ ଆସୁ ବୋଲି ଗ୍ଭହୁଁ ନାହିଁ। ମୋ’ ଓଷ୍ଠକୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖରେ ଥିଲା।


ସେତେବେଳେ ସେ ପ୍ରାଚୀନ କାଳ ଓ ମୋଶା ଓ ନିଜର ଲୋକମାନଙ୍କୁ ସ୍ମରଣ କଲେ, ସେ ନିଜର ମେଷପାଳକମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ ଓ ସେ ଯିଏ କି ସେମାନଙ୍କ ମଧ୍ୟରେ ନିଜର ପବିତ୍ରଆତ୍ମାକୁ ସ୍ଥାପନ କଲେ, ସେ କାହାନ୍ତି?


ସଦାପ୍ରଭୁ କହିଲେ, “ଶାଉଲ ମୋତେ ଅନୁସରଣ କରୁ ନାହିଁ। ତେଣୁ ଶାଉଲଙ୍କୁ ରାଜା କରିଥିବାରୁ ମୁଁ ଦୁଃଖିତ ଅଟେ। ସେ ମୋର ଆଦେଶକୁ ଅବଜ୍ଞା କଲା।” ଏଥିରେ ଶାମୁୟେଲ କ୍ରୋଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।


ମୁଁ ଆମୋଦପ୍ରମୋଦକାରୀମାନଙ୍କ ସଭାରେ ବସିଲି ନାହିଁ କିଅବା ଆନନ୍ଦ କଲି ନାହିଁ। ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି, କାରଣ ତୁମ୍ଭେ ମୋତେ ମୋର ଚତୁର୍ପାର୍ଶ୍ୱସ୍ଥ ମନ୍ଦ ଯୋଗୁଁ କ୍ରୋଧରେ ପୂର୍ଣ୍ଣ କରିଅଛ।


ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି, “ତୁମ୍ଭେମାନେ ଆମ୍ଭର ମେଷପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ଯତ୍ନ ନେଇ ନାହଁ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ଦୁଷ୍କର୍ମର ଫଳ ତୁମ୍ଭମାନଙ୍କୁ ଅବଶ୍ୟ ଦେବା।” ଏହା ସଦାପ୍ରଭୁ କହନ୍ତି।


ଯିରୁଶାଲମର ଅପରିଷ୍କାର ଗଳି ତାଙ୍କ ଜାମାଗୁଡ଼ିକରେ ଦୃଶିତ କରିଥିଲା। ସେଥିପାଇଁ ତାହାର ପତନ ଅନିବାର୍ଯ୍ୟ ଜଣାପଡ଼ୁଥିଲା। ସେଠାରେ ତାକୁ ସାନ୍ତ୍ୱନା ଦେବାକୁ କେହି ନ ଥିଲେ। ସେ କହୁଛି, “ହେ ସଦାପ୍ରଭୁ, ମୋର ସମସ୍ୟା ଦେଖ, ମୋର ଶତ୍ରୁଗଣ ନିଜକୁ କିପରି ମହାନ ମନେ କରୁଛନ୍ତି।”


ତା'ପରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଯିରୁଶାଲମ ନଗର ମଧ୍ୟଦେଇ ଯାଅ ଓ ସହରରେ ଘଟିଥିବା ଘୃଣ୍ୟ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥାରେ ଦାଗ ଦିଅ।”


“ହେ ମନୁଷ୍ୟ ପୁତ୍ର, ତୁମ୍ଭର ପ୍ରିୟତମା ପତ୍ନୀକୁ ହଠାତ୍ ନେଇଯିବି। ସେ ମରିଯିବ କିନ୍ତୁ ତୁମ୍ଭେ ତା’ ପାଇଁ ଶୋକ କରିବ ନାହିଁ କିମ୍ବା କ୍ରନ୍ଦନ କରିବ ନାହିଁ। ତୁମ୍ଭ ଚକ୍ଷୁରୁ ଲୁହ ନ ପଡ଼ୁ।


ମୋର ଲୋକମାନଙ୍କର ବିନାଶ ଦେଖି ମୋର ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି।


Swiv nou:

Piblisite


Piblisite