ଯିରିମୀୟ 11:7 - ପବିତ୍ର ବାଇବଲ7 ମୁଁ ଯେଉଁ ଦିନଠାରୁ ତୁମ୍ଭ ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଲି, ସେବେଠାରୁ ମୁଁ ବାରମ୍ବାର ସେମାନଙ୍କୁ ସାବଧାନ କରାଇଥିଲି ଏବଂ ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଛି ଶୁଣ। Gade chapit laପବିତ୍ର ବାଇବଲ (Re-edited) - (BSI)7 କାରଣ ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଦୃଢ଼ ରୂପେ ସାକ୍ଷ୍ୟ ଦେଇଅଛୁ, ପ୍ରତ୍ୟୁଷରେ ଉଠି ସାକ୍ଷ୍ୟ ଦେଇ କହିଅଛୁ, ଆମ୍ଭ ରବରେ ଅବଧାନ କର। Gade chapit laଓଡିଆ ବାଇବେଲ7 କାରଣ ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଦୃଢ଼ ରୂପେ ସାକ୍ଷ୍ୟ ଦେଇଅଛୁ, ପ୍ରତ୍ୟୁଷରେ ଉଠି ସାକ୍ଷ୍ୟ ଦେଇ କହିଅଛୁ, ଆମ୍ଭ ରବରେ ଅବଧାନ କର। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 କାରଣ ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଦୃଢ଼ ରୂପେ ସାକ୍ଷ୍ୟ ଦେଇଅଛୁ, ପ୍ରତ୍ୟୁଷରେ ଉଠି ସାକ୍ଷ୍ୟ ଦେଇ କହିଅଛୁ, ଆମ୍ଭ ରବରେ ଅବଧାନ କର। Gade chapit la |
ଆଉ ମଧ୍ୟ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସେମାନେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, “ତୁମ୍ଭେମାନେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂଶୋଧନ କର ଓ ଅନ୍ୟ ଦେବଗଣର ସେବା କରି ସେମାନଙ୍କୁ ଅନୁସରଣ କର ନାହିଁ। ତାହାହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦେଇଅଛୁ ତହିଁରେ ତୁମ୍ଭେମାନେ ବାସ କରିବ।” ମାତ୍ର ତୁମ୍ଭେମାନେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ୟରେ ଅବଧାନ କରି ନାହଁ।
“ରେଖବର ପୁତ୍ର ଯିହୋନାଦବ୍ ଆପଣା ବଂଶଧରଗଣଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଯେଉଁ ଆଜ୍ଞା ଦେଇଥିଲା, ତାହାର ସେହି ବାକ୍ୟ ପ୍ରତିପାଳିତ ହୋଇ ଆସୁଅଛି ଓ ସେମାନେ ଆଜି ପର୍ଯ୍ୟନ୍ତ ଦ୍ରାକ୍ଷାରସ ପାନ କରୁ ନାହାନ୍ତି। କାରଣ ସେମାନେ ଆପଣା ପିତୃପୁରୁଷଙ୍କ ଆଜ୍ଞା ପାଳନ କରୁଛନ୍ତି। ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ ବାରମ୍ବାର ଆଜ୍ଞା ଦେଲେ ହେଁ, ତୁମ୍ଭେମାନେ ଆମ୍ଭ ବାକ୍ୟ ପ୍ରତି ଅବଧାନ କରୁ ନାହଁ।
ତଥାପି ସଦାପ୍ରଭୁ ପ୍ରତ୍ୟେକ ଭବିଷ୍ୟଦ୍ବକ୍ତା ଓ ପ୍ରତ୍ୟେକ ଦୃଷ୍ଟିକାରୀଙ୍କୁ ଇସ୍ରାଏଲ ଓ ଯିହୁଦାର ପ୍ରତି ଚେତାବନୀ ଦେଇ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର କୁକାର୍ଯ୍ୟରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମୋର ସେବକ ଭବିଷ୍ୟଦ୍ବକ୍ତାଗଣଙ୍କ ହସ୍ତରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ତଦନୁସାରେ ମୋର ବ୍ୟବସ୍ଥା ଓ ବିଧି ସବୁ ପାଳନ କର।”
ଆମ୍ଭେ ସେମାନଙ୍କୁ କହିଥିଲୁ, ‘ତୁମ୍ଭର କୌଣସି ଏବ୍ରୀୟ ଭ୍ରାତା ତୁମ୍ଭ ନିକଟରେ ବୀକ୍ରିତ ହୋଇ ଛଅ ବର୍ଷ ତୁମ୍ଭର ଦାସ୍ୟକର୍ମ କଲା ଉତ୍ତାରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ ଦେବ, ତୁମ୍ଭେମାନେ ପ୍ରତ୍ୟେକ ସାତ ବର୍ଷର ଶେଷରେ ଆପଣା ଆପଣାର ସେହି ଭ୍ରାତାଙ୍କୁ ମୁକ୍ତ କରିବ।’ ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭର ବାକ୍ୟ ଶୁଣିଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ।