ଯିରିମୀୟ 11:4 - ପବିତ୍ର ବାଇବଲ4 ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ଯେତେବେଳେ ଆଣିଲୁ ତାହା ଏକ ଲୌହ ଅଗ୍ନିକୁଣ୍ଡ ସଦୃଶ ନାନା ଦୁଃଖ ଦୁର୍ବିପାକରେ ପୂର୍ଣ୍ଣ ଥିଲା।’ ସେତିକି ବେଳେ ସେମାନଙ୍କୁ ବାହାର କରି ଆଣି ଏହି ଆଦେଶ ଦେଇଥିଲୁ, ‘ତୁମ୍ଭେମାନେ ଆମ୍ଭର ଆଜ୍ଞା ପାଳନ କର। ତାହାହେଲେ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା।’ Gade chapit laପବିତ୍ର ବାଇବଲ (Re-edited) - (BSI)4 ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ, ଲୌହ ଅଗ୍ନିକୁଣ୍ତରୁ, ବାହାର କରି ଆଣିବା ଦିନ ସେମାନଙ୍କୁ ଯାହା ଆଦେଶ କରି କହିଲୁ, Gade chapit laଓଡିଆ ବାଇବେଲ4 ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ, ଲୌହ ଅଗ୍ନିକୁଣ୍ଡରୁ, ବାହାର କରି ଆଣିବା ଦିନ ସେମାନଙ୍କୁ ଯାହା ଆଦେଶ କରି କହିଲୁ, Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିସର ଦେଶରୁ, ଲୌହ ଅଗ୍ନିକୁଣ୍ଡରୁ, ବାହାର କରି ଆଣିବା ଦିନ ସେମାନଙ୍କୁ ଯାହା ଆଦେଶ କରି କହିଲୁ, Gade chapit la |
ତା'ପରେ ଆମ୍ଭେ ସେହି ଏକ ତୃତୀୟାଂଶ ଲୋକଙ୍କୁ ଅଗ୍ନିରେ ପରୀକ୍ଷା କରିବା। ଆମ୍ଭେ ସେମାନଙ୍କୁ ରୂପା ଯେପରି ନିର୍ମଳ ହୁଏ ସେହିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସେହି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସେମାନେ ଡାକିବେ ଏବଂ ଆମ୍ଭେ ସେମାନଙ୍କୁ ଉତ୍ତର ଦେବା, ‘ଏମାନେ ଆମ୍ଭର ଲୋକ’, ଆଉ ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’”
ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା: ଯିହୁଦାର ଦକ୍ଷିଣ ପ୍ରାନ୍ତ ଅତି ଭୟଙ୍କର ସ୍ଥାନ। ସେ ସ୍ଥାନ ସିଂହ, ସିଂହୀ, କାଳସର୍ପ ଓ ଉଡ୍ଡୀୟମାନ ଅଗ୍ନିମୟ ସର୍ପରେ ପରିପୂର୍ଣ୍ଣ। ସେହି ସଙ୍କଟମୟ ଓ ଯନ୍ତ୍ରଣାମୟ ଗୋଷ୍ଠୀ ଉପକାର କରିବ ନାହିଁ। ମାତ୍ର ଏପରି ଏକ ଗୋଷ୍ଠୀ ନିକଟକୁ ସେମାନେ ଯୁବା ଗର୍ଦ୍ଦଭଗଣଙ୍କ ସ୍କନ୍ଧରେ ନିଜ ନିଜର ଧନ ଓ ଓଟମାନଙ୍କ ପିଠି ଉପରେ ନିଜ ନିଜର ସମ୍ପତ୍ତି ବହନ କରି ନିଅନ୍ତି।