ଯିରିମୀୟ 11:17 - ପବିତ୍ର ବାଇବଲ17 ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପରେ ମହାବିପଦ ଆସିବ। କାରଣ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସେମାନେ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜଲାଇ ଆମ୍ଭକୁ ବିରକ୍ତ କରିବା ସକାଶେ ନିଜେ ନିଜେ ତାହା ସବୁ କରିଛନ୍ତି।” Gade chapit laପବିତ୍ର ବାଇବଲ (Re-edited) - (BSI)17 ଯେହେତୁ ତୁମ୍ଭର ରୋପଣକର୍ତ୍ତା ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳର କଥା କହିଅଛନ୍ତି; ଇସ୍ରାଏଲ-ବଂଶର ଓ ଯିହୁଦା-ବଂଶର ଦୁଷ୍ଟତା ଏଥିର କାରଣ, ସେମାନେ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇ ଆମ୍ଭକୁ ବିରକ୍ତ କରିବା ସକାଶୁ ଆପଣାମାନଙ୍କ ନିମନ୍ତେ ଆପେ ତାହା ସମ୍ପନ୍ନ କରିଅଛନ୍ତି। Gade chapit laଓଡିଆ ବାଇବେଲ17 ଯେହେତୁ ତୁମ୍ଭର ରୋପଣକର୍ତ୍ତା ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳର କଥା କହିଅଛନ୍ତି; ଇସ୍ରାଏଲ ବଂଶର ଓ ଯିହୁଦା ବଂଶର ଦୁଷ୍ଟତା ଏଥିର କାରଣ, ସେମାନେ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଆମ୍ଭକୁ ବିରକ୍ତ କରିବା ସକାଶୁ ଆପଣାମାନଙ୍କ ନିମନ୍ତେ ଆପେ ତାହା ସମ୍ପନ୍ନ କରିଅଛନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ଯେହେତୁ ତୁମ୍ଭର ରୋପଣକର୍ତ୍ତା ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳର କଥା କହିଅଛନ୍ତି; ଇସ୍ରାଏଲ ବଂଶର ଓ ଯିହୁଦା ବଂଶର ଦୁଷ୍ଟତା ଏଥିର କାରଣ, ସେମାନେ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଆମ୍ଭକୁ ବିରକ୍ତ କରିବା ସକାଶୁ ଆପଣାମାନଙ୍କ ନିମନ୍ତେ ଆପେ ତାହା ସମ୍ପନ୍ନ କରିଅଛନ୍ତି।” Gade chapit la |
“ଯିହୁଦାର ରାଜା ହିଜକିୟ ଓ ଯିହୁଦାର ସମସ୍ତ ଲୋକ ମୀଖାକୁ ବଧ କରି ନ ଥିଲେ। ହିଜକିୟ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ। ତେଣୁ ସଦାପ୍ରଭୁ ସେମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ ସେ ନିବୃତ୍ତ ହେଲେ। ଯଦି ଆମ୍ଭେମାନେ ଯିରିମିୟଙ୍କ ପ୍ରତି କିଛି କରୁ, ତେବେ ଆମ୍ଭମାନଙ୍କ ପ୍ରାଣର ପ୍ରତିକୂଳରେ ଅମଙ୍ଗଳ କରୁଅଛୁ।”
ମୁଁ ମୋର ଇସ୍ରାଏଲୀୟ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ମନୋନୀତ କଲି ଏବଂ ସେଠାରେ ସେମାନଙ୍କୁ ସ୍ଥାପିତ କଲି। ଏବଂ ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ପୂର୍ବରୁ ମୁଁ ବିଗ୍ଭରକଗଣଙ୍କୁ ପଠାଇ ଅଛି। ଅତୀତରେ ମନ୍ଦ ଲୋକମାନେ ତୁମ୍ଭମାନଙ୍କୁ ଅସୁବିଧାରେ ପକାଉଥିଲେ, କିନ୍ତୁ ତାହା ଆଉ କେବେ ହେବ ନାହିଁ। ପରମେଶ୍ୱର ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସମସ୍ତ ଶତ୍ରୁମାନଙ୍କଠାରୁ ଆଶ୍ୱସ୍ତି କରିବେ। ଆଉ ସଦାପ୍ରଭୁ କହନ୍ତି, ସେ ତୁମ୍ଭମାନଙ୍କ ବଂଶରୁ ଓ ପରିବାରରୁ ରାଜାଗଣ କରିବେ।