Biblia Todo Logo
Bib sou entènèt

- Piblisite -




ଯିରିମୀୟ 10:7 - ପବିତ୍ର ବାଇବଲ

7 ତେଣୁ ହେ ପରମେଶ୍ୱର, ତୁମ୍ଭେ ସର୍ବଦେଶୀୟମାନଙ୍କ ମଧ୍ୟରେ ମହାନ। ତୁମ୍ଭକୁ କିଏ ଭୟ ନ କରିବ? ତୁମ୍ଭେ ତାହାର ଯୋଗ୍ୟ। ସର୍ବଦେଶୀୟ ମଧ୍ୟରେ ବହୁ ଜ୍ଞାନୀ ଲୋକ ଅଛନ୍ତି, ମାତ୍ର ସମଗ୍ର ରାଜକୀୟ, ଐଶ୍ୱର୍ଯ୍ୟଶାଳୀ ଓ ଜ୍ଞାନୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହାନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ହେ ସର୍ବଦେଶୀୟମାନଙ୍କର ରାଜନ୍, ତୁମ୍ଭଙ୍କୁ କିଏ ଭୟ ନ କରିବ? କାରଣ ତାହା ତୁମ୍ଭର ପ୍ରାପ୍ୟ; ଯେହେତୁ ନାନା ଦେଶୀୟ ସମୁଦାୟ ଜ୍ଞାନୀମାନଙ୍କ ମଧ୍ୟରେ ଓ ସେମାନଙ୍କ ସମୁଦାୟ ରାଜକୀୟ ଐଶ୍ଵର୍ଯ୍ୟଶାଳୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ।

Gade chapit la Kopi

ଓଡିଆ ବାଇବେଲ

7 ହେ ସର୍ବଦେଶୀୟମାନଙ୍କର ରାଜନ୍‍, ତୁମ୍ଭଙ୍କୁ କିଏ ଭୟ ନ କରିବ ? କାରଣ ତାହା ତୁମ୍ଭର ପ୍ରାପ୍ୟ; ଯେହେତୁ ନାନା ଦେଶୀୟ ସମୁଦାୟ ଜ୍ଞାନୀମାନଙ୍କ ମଧ୍ୟରେ ଓ ସେମାନଙ୍କ ସମୁଦାୟ ରାଜକୀୟ ଐଶ୍ୱର୍ଯ୍ୟଶାଳୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ହେ ସର୍ବଦେଶୀୟମାନଙ୍କର ରାଜନ୍‍, ତୁମ୍ଭଙ୍କୁ କିଏ ଭୟ ନ କରିବ? କାରଣ ତାହା ତୁମ୍ଭର ପ୍ରାପ୍ୟ; ଯେହେତୁ ନାନା ଦେଶୀୟ ସମୁଦାୟ ଜ୍ଞାନୀମାନଙ୍କ ମଧ୍ୟରେ ଓ ସେମାନଙ୍କ ସମୁଦାୟ ରାଜକୀୟ ଐଶ୍ୱର୍ଯ୍ୟଶାଳୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ।

Gade chapit la Kopi




ଯିରିମୀୟ 10:7
28 Referans Kwoze  

ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ। କାରଣ କେବଳ ତୁମ୍ଭେ ହିଁ ପବିତ୍ର; ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ। କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।”


କାରଣ ସେ ହେଉଛନ୍ତି ରାଜା। ସେ ସବୁ ରାଜ୍ୟକୁ ଶାସନ କରନ୍ତି।


ହେ ସଦାପ୍ରଭୁ, ତୁମ୍ଭେ ଅତି ମହାନ, ତୁମ୍ଭ ତୁଲ୍ୟ ଆଉ କେହି ନାହାନ୍ତି। ତୁମ୍ଭର ନାମ ମହତ୍ ଓ ପରାକ୍ରମଶାଳୀ।


ନିଶ୍ଚିତଭାବରେ ତୁମ୍ଭେମାନେ ଆମ୍ଭକୁ ଭୟ କରିବାର କାରଣ ଅଛି,” ସଦାପ୍ରଭୁ କହନ୍ତି। “ହଁ, ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଭୟରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ରରେ ଢେଉ ଉଠେ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘୋର ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।


ସ୍ୱର୍ଗରେ ସଦାପ୍ରଭୁଙ୍କ ତୁଲ୍ୟ କେହି ନାହିଁ। “ଦେବଗଣ”କୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାଯାଇ ପାରିବ ନାହିଁ।


ତୁମ୍ଭେମାନେ ଯାହାକୁ ଭୟ କରିବା ଉଚିତ୍ ମୁଁ ତୁମ୍ଭମାନଙ୍କୁ ତାହାଙ୍କୁ ଦେଖାଇ ଦେବି। ତୁମ୍ଭମାନଙ୍କୁ ମାରି ସାରି ନର୍କରେ ଫିଙ୍ଗି ଦେବା ଶକ୍ତି ଯାହାର ଅଛି, ତୁମ୍ଭେମାନେ ସେହି ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, କେବଳ ତାହାଙ୍କୁ ଭୟ କର।


ସେହି ଦିନରେ, ଅନେକ ଦେଶର ଲୋକମାନେ ପରମେଶ୍ୱରଙ୍କ ନିକଟକୁ ଆସିବେ। ସେମାନେ ଆମ୍ଭର ଲୋକ ହେବେ। ଆଉ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ବାସ କରିବା।” ସେତେବେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ ମୋତେ ତୁମ୍ଭ ନିକଟକୁ ପ୍ରେରଣ କରିଛନ୍ତି।


ତା'ପରେ ପରମେଶ୍ୱର ସମଗ୍ର ମାନବ ଗୋଷ୍ଠୀର ବିଗ୍ଭରକ ହେବେ। ଅନେକ ଗୋଷ୍ଠୀ ବିଷୟରେ ପରମେଶ୍ୱର ଶେଷ ନିଷ୍ପତ୍ତି ଦେବେ। ସେହି ଲୋକମାନେ ଯୁଦ୍ଧ ପାଇଁ ସେମାନଙ୍କର ଅସ୍ତ୍ର ବ୍ୟବହାର କରିବେ ନାହିଁ। ସେମାନେ ‌‌ଖ‌ଡ଼୍‌ଗରେ ଲଙ୍ଗଳର ଲୁହା ତିଆରି କରିବେ, ବର୍ଚ୍ଛାରେ ଦାଆ ତିଆରି କରିବେ। ସେମାନେ ଅନ୍ୟ ବିରୁଦ୍ଧରେ ଆଉ ଯୁଦ୍ଧ କରିବେ ନାହିଁ। ସେମାନେ କେବେ ଆଉ ଯୁଦ୍ଧ ପାଇଁ ତାଲିମ ନେବେ ନାହିଁ।


ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକ ଦେଶଗୁଡ଼ିକୁ ସୃଷ୍ଟି କରିଛ। ସେମାନେ ଆସିବେ ଓ ମଥାନତ ହୋଇ ତୁମ୍ଭ ସମ୍ମୁଖରେ ଛିଡ଼ା ହେବେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।


ହେ ପରମେଶ୍ୱର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ୱାରା ଭୟର ପାତ୍ର। ତୁମ୍ଭେ ଥରେ କ୍ରୋଧ କଲେ, କେହି ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବେ ନାହିଁ।


ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ। ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।


ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ୱର୍ଗରେ ଉଚ୍ଚ ସ୍ୱରମାନ ଶୁଣାଗଲା। ସେମାନେ କହିଲେ, “ଏହି ପୃଥିବୀ ବର୍ତ୍ତମାନ ଆମ୍ଭ ପ୍ରଭୁଙ୍କର ଓ ତାହା ଖ୍ରୀଷ୍ଟଙ୍କର ରାଜ୍ୟ ହେଲା। ସେ ଅନନ୍ତକାଳ ନିମନ୍ତେ ରାଜତ୍ୱ କରିବେ।”


କିନ୍ତୁ ଆମ୍ଭ ପାଇଁ ଜଣେ ପରମେଶ୍ୱର ଅଛନ୍ତି। ସେ ଆମ୍ଭର ପରମପିତା। ସମସ୍ତ ବିଷୟ ତାହାଙ୍କଠାରୁ ଆସେ, ଓ ଆମ୍ଭେ ତାହାଙ୍କ ପାଇଁ ଜୀବିତ ଅଛୁ। ପ୍ରଭୁ କେବଳ ଜଣେ। ସେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ପ୍ରତ୍ୟେକ ବିଷୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ନିର୍ମିତ, ଓ ସେ ଆମ୍ଭମାନଙ୍କୁ ଜୀବନ ଦେଇଛନ୍ତି।


ଫାରୋ ଉତ୍ତର ଦେଲେ, “ଆସନ୍ତାକାଲି।” ମୋଶା କହିଲେ, “ତୁମ୍ଭେ ଯେପରି କହିଲ ସେହିପରି ହେବ। ଏହି ପ୍ରକାରେ ତୁମ୍ଭେ ଜାଣିବ ଏପରି ଦେବତା ନାହିଁ ଯାହା ଆମ୍ଭର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପରି ହେବ।


ଏହି ସମୟରେ ମୋର ସମସ୍ତ ଶକ୍ତି ତୁମ୍ଭ ବିରୁଦ୍ଧରେ, ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ସମସ୍ତ ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ। ଏହା ପରେ ତୁମ୍ଭେ ଜାଣିବ ଯେ, ମୋ’ ପରି ଆଉ କୌଣସି ପରମେଶ୍ୱର ପୃଥିବୀରେ ନାହାନ୍ତିା


ସଦାପ୍ରଭୁ ଏହିପରି କଲେ, କାରଣ ପୃଥିବୀସ୍ଥ ସମୁଦାୟ ଲୋକ ସଦାପ୍ରଭୁ ଶକ୍ତିଶାଳୀ ବୋଲି ଜାଣି ପାରିବେ, ସେଥିପାଇଁ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସର୍ବଦା ଭୟ ଓ ସମ୍ମାନ କରିବ।”


ଏହା ପରେ ରାଜା ଜ୍ଞାନୀଲୋକମାନଙ୍କୁ ପଗ୍ଭରିଲେ, ଯେଉଁମାନେ ରାଜକୀୟ ବିଧି ଜାଣିଥିଲେ। କାରଣ ବିଗ୍ଭରକଗଣଙ୍କୁ ଓ ଆଇନଜ୍ଞମାନଙ୍କୁ ଏପରି ପଗ୍ଭରିବାର ରାଜାଙ୍କର ପ୍ରଥା ଥିଲା।


ଦାନିୟେଲ ରାଜାଙ୍କୁ ଉତ୍ତର ଦେଇ କହିଲା, “ମହାରାଜ, ଆପଣ ଯେଉଁ ନିଗୂଢ଼ କଥା ପଗ୍ଭରି ଅଛନ୍ତି, ତାହା ବିଦ୍ୱାନ୍ ଲୋକ କିଅବା ଗଣକ ଅବା ମନ୍ତ୍ରଜ୍ଞ ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରି ପାରନ୍ତି ନାହିଁ।


ମାତ୍ର ସ୍ୱର୍ଗସ୍ଥ ପରମେଶ୍ୱର ହିଁ କେବଳ ନିଗୂଢ଼ ବିଷୟମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ୟ ପରମେଶ୍ୱର ନବୂଖ‌ଦ୍‌ନିତ୍ସରଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ୱପ୍ନ ଥିଲା ଏବଂ ଏହି ଗୁଡ଼ିକୁ ଆପଣ ବିଛଣାରେ ଶୋଇଥିବା ବେଳେ ଦେଖିଲେ।


ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷୟରେ ଶୁଣିଛି ଏବଂ ମୁଁ ପରମେଶ୍ୱରଙ୍କ ଭୟରେ ପରିପୂର୍ଣ୍ଣ ହୋଇଛି। ହେ ସଦାପ୍ରଭୁ, ଅତୀତରେ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ କରିଛ, ସେଥିରେ ମୁଁ ଆଶ୍ଚର୍ଯ୍ୟାନ୍ୱିତ। ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷୟରେ ଅନେକ ବଡ଼ କାର୍ଯ୍ୟ କରିବ। ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର। ତୁମ୍ଭର ସେହି କ୍ରୋଧିତ ଅବସ୍ଥାରେ ଆମ୍ଭ ପ୍ରତି ଦୟା କର। ସେଲା


“ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ୱ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନରେ ପବିତ୍ର ନୈବେଦ୍ୟ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶରେ ମହାନ ଅଟେ।” ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।


ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ତୁମ୍ଭେମାନେ କେବଳ ଭୟ ଓ ସମ୍ମାନ କରିବ ଓ ସେ ତୁମ୍ଭମାନଙ୍କୁ ସମସ୍ତ ଶତ୍ରୁଠାରୁ ଉଦ୍ଧାର କରିବେ।”


ସଦାପ୍ରଭୁ ଅତ୍ୟନ୍ତ ମହାନ ଅଟନ୍ତି ଓ ସେ ପ୍ରଶଂସାର ଯୋଗ୍ୟ ଅଟନ୍ତି। ଅନ୍ୟ ସବୁ “ଦେବତାଗଣଙ୍କ” ଅପେକ୍ଷା ସଦାପ୍ରଭୁ ଅଧିକ ଭୟଙ୍କର ଅଟନ୍ତି।


ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି। ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।


ହେ ପରମେଶ୍ୱର, ଦେବଗଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କେହି ନାହିଁ। ତୁମ୍ଭେ ଯାହା କରିଛ କେହି ଏପରି କରି ପାରିବେ ନାହିଁ।


ଆମ୍ଭର ପ୍ରଭୁ ଅତି ମହାନ ଏବଂ ଶକ୍ତିମାନ। ତାଙ୍କର ବୁଝାମଣା ଅସୀମ।


Swiv nou:

Piblisite


Piblisite