Biblia Todo Logo
Bib sou entènèt

- Piblisite -




ଯିରିମୀୟ 10:4 - ପବିତ୍ର ବାଇବଲ

4 ସେମାନେ ସେଗୁଡ଼ିକୁ ସୁନା ଓ ରୂପାରେ ସଜ୍ଜିତ କରନ୍ତି। ସେମାନେ ସେଗୁଡ଼ିକୁ ହାତୁଡ଼ି ଦ୍ୱାରା କଣ୍ଟା ବାଡ଼େଇ ଦୃଢ଼ କରନ୍ତି, ଯେପରି ସେଗୁଡ଼ିକ ଟଳମଳ ହେବେ ନାହିଁ କିଅବା ପଡ଼ିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେମାନେ ରୂପା ଓ ସୁନାରେ ତାହା ମଣ୍ତନ କରନ୍ତି; ପୁଣି, ତାହା ଯେପରି ଟଳ ଟଳ ନୋହିବ, ଏଥିପାଇଁ ହାତୁଡ଼ି ଦ୍ଵାରା କଣ୍ଟା ମାରି ତାହା ଦୃଢ଼ କରନ୍ତି।

Gade chapit la Kopi

ଓଡିଆ ବାଇବେଲ

4 ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି; ପୁଣି, ତାହା ଯେପରି ଟଳ ଟଳ ହେବ ନାହିଁ, ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି; ପୁଣି, ତାହା ଯେପରି ଟଳଟଳ ହେବ ନାହିଁ, ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି।

Gade chapit la Kopi




ଯିରିମୀୟ 10:4
9 Referans Kwoze  

ସେମାନେ ତାହାକୁ ସ୍କନ୍ଧରେ ବହନ କରି ନିଅନ୍ତି। ତାକୁ ନେଇ ତା'ର ସ୍ଥାନରେ ରଖନ୍ତି। ସେ ସ୍ଥାନରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦେବ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ।


କର୍ମକାର ପ୍ରତିମା ଗଢ଼ିଲା ବେଳେ ଲାଲ୍ ଉତ୍ତପ୍ତ ଅଙ୍ଗାରରେ କର୍ମ କରେ ଓ ନିଜର ବଳିଷ୍ଠ ବାହୁ ସାହାଯ୍ୟରେ ହାତୁଡ଼ିରେ ତାହାର ଆକାର ତିଆରି କରେ, ଯେତେବେଳେ ସେ କ୍ଷୁଧାର୍ତ୍ତ ହୁଏ, ତା'ର ଶକ୍ତି ହରାଏ ଓ ଜଳପାନ ନ କଲେ ଦୁର୍ବଳ ହୋଇଯାଏ।


ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା। ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା।


ଅନ୍ୟ ଜାତିଗଣର “ଦେବଗଣ” ସେମାନଙ୍କ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି। ଏହି ପ୍ରତିମାଗୁଡ଼ିକ ମନୁଷ୍ୟମାନଙ୍କ ହସ୍ତରେ ତିଆରି ହୋଇଥିଲେ।


ସେମାନେ ଥଳିରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୌଲନ୍ତି। ସେମାନେ ସୁନାରିକୁ ଗୋଟିଏ ଦେବତା ଗଢ଼ିବା ପାଇଁ ମୂଲ୍ୟ ଦିଅନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ। ସେମାନେ ତାକୁ ପ୍ରଣାମ କରି ପୂଜା କରନ୍ତି।


ବର୍ତ୍ତମାନ ଇସ୍ରାଏଲ ଲୋକମାନେ ଅଧିକରୁ ଅଧିକ ପାପ କଲେ। ସେମାନେ ନିଜ ନିଜ ପାଇଁ ପ୍ରତିମା ତିଆରି କରନ୍ତି। କାରିଗରମାନେ ସୁନ୍ଦର ମୂର୍ତ୍ତି ରୂପାରେ ତିଆରି କରନ୍ତି ଏବଂ ସେହି ଲୋକମାନେ ସେହି ପ୍ରତିମାମାନଙ୍କ ସହିତ କଥା ହୁଅନ୍ତି। ସେମାନେ ସେ ମୂର୍ତ୍ତିମାନଙ୍କୁ ବଳିଦାନ ଦିଅନ୍ତି। ସେହି ସୁବର୍ଣ୍ଣ ନିର୍ମିତ ବାଛୁରିଗୁଡ଼ିକୁ ଚୁମ୍ବନ କରନ୍ତି।


ସେମାନଙ୍କୁ ଧିକ୍, ଯେଉଁ ଲୋକ କାଠକୁ କୁହେ, ଜାଗ୍ରତ ହୁଅ! ମୂକ ପ୍ରସ୍ଥରକୁ କୁହେ “ଉଠ”! ଏହି ଭଣ୍ତ ଦେବତାମାନେ ନିର୍ଦ୍ଦେଶ ଦେଇ ପାରିବେ କି? ସେହି ମୂର୍ତ୍ତି ସୁନା ଓ ରୂପାରେ ଆବୃତ ହୋଇ ପାରିବ, କିନ୍ତୁ ସେ ନିର୍ଜୀବ।


Swiv nou:

Piblisite


Piblisite