Biblia Todo Logo
Bib sou entènèt

- Piblisite -




ଯିରିମୀୟ 10:2 - ପବିତ୍ର ବାଇବଲ

2 ସଦାପ୍ରଭୁ ଏହିକଥା କହନ୍ତି, “ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ ଓ ଆକାଶର ନାନା ଚିହ୍ନରେ ଭୟଭୀତ ହୁଅ ନାହିଁ, କାରଣ ଅନ୍ୟ ଦେଶୀୟମାନେ ତହିଁରେ ଭୀତ ହୁଅନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ ଆକାଶର ଓ ନାନା ଚିହ୍ନରେ ଭୀତ ହୁଅ ନାହିଁ, କାରଣ ଅନ୍ୟ ଦେଶୀୟ-ମାନେ ତହିଁରେ ଭୀତ ହୁଅନ୍ତି।

Gade chapit la Kopi

ଓଡିଆ ବାଇବେଲ

2 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ, ଆକାଶର ଓ ନାନା ଚିହ୍ନରେ ଭୀତ ହୁଅ ନାହିଁ, କାରଣ ଅନ୍ୟ ଦେଶୀୟମାନେ ତହିଁରେ ଭୀତ ହୁଅନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଅନ୍ୟଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ, ଆକାଶର ଓ ନାନା ଚିହ୍ନରେ ଭୀତ ହୁଅ ନାହିଁ, କାରଣ ଅନ୍ୟ ଦେଶୀୟମାନେ ତହିଁରେ ଭୀତ ହୁଅନ୍ତି।

Gade chapit la Kopi




ଯିରିମୀୟ 10:2
10 Referans Kwoze  

ପୁଣି ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ତଡ଼ି ଦେଉଛୁ, ସେମାନଙ୍କ ଆଚରଣ ତୁମ୍ଭେମାନେ କରିବ ନାହିଁ। କାରଣ ସେମାନେ ସେହିସବୁ ଦୁଷ୍କର୍ମ କରିବାରୁ ଆମ୍ଭେ ସେମାନଙ୍କୁ ଘୃଣା କଲୁ।


ଅତୀତରେ ତୁମ୍ଭେମାନେ ମିଶର ଦେଶରେ ବାସ କରୁଥିଲ, ସେହି ଦେଶରେ ସେମାନେ କଲାପରି, ତୁମ୍ଭେମାନେ କରିବା ଉଚିତ୍ ନୁହଁ। ପୁଣି ଯେଉଁ କିଣାନ ଦେଶକୁ ମୁଁ ତୁମ୍ଭମାନଙ୍କୁ ଦେବାକୁ ଯାଉଅଛି, ସେଠାରେ ବାସ କରୁଥିବା ଲୋକମାନଙ୍କର ପ୍ରଥା ଅନୁସରଣ କରିବ ନାହିଁ କିମ୍ବା ସେମାନଙ୍କର ପ୍ରଥା ଅନୁସାରେ ଚଳିବ ନାହିଁ।


ତୁମ୍ଭେମାନେ କହୁଛ, ଆସ ଆମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ପରି ହେବା, ଗୋଷ୍ଠୀୟମାନଙ୍କ ପରି ହେବା, ଯେଉଁମାନେ କାଠ ଓ ପଥରର ପୂଜା କରନ୍ତି। ତୁମ୍ଭମାନଙ୍କର ମନରେ ଉଠୁଥିବା ଏହି ଇଚ୍ଛା କେବେ ପୂରଣ ହେବ ନାହିଁ।’”


ଏହା ପରେ ପରମେଶ୍ୱର କହିଲେ, “ଆକାଶର ତୋରଣରେ ଜ୍ୟୋତିର୍ଗଣ ଉତ୍ପନ୍ନ ହୁଅନ୍ତୁ। ସେହି ଜ୍ୟୋତିର୍ଗଣ ରାତ୍ରିରୁ ଦିନକୁ ପୃଥକ କରିବେ। ସେହି ଜ୍ୟୋତିର୍ଗଣ ଋତୁ, ଦିନ ଓ ବର୍ଷଗୁଡ଼ିକର ସମୟକାଳ ଦେଖାଇବା ପାଇଁ ଚିହ୍ନ ରୂପେ ବ୍ୟବହୃତ ହେବ।


ମୁଁ ତୁମ୍ଭମାନଙ୍କୁ କହିଲି, ‘ମୁଁ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ଇମୋରୀୟଙ୍କ ଦେବତାମାନଙ୍କୁ ପୂଜା କର ନାହିଁ, ଯେଉଁମାନଙ୍କ ଦେଶରେ ତୁମ୍ଭେମାନେ ବାସ କରୁଛ।’ ମାତ୍ର ତୁମ୍ଭେମାନେ ମୋର କଥା ଶୁଣିଲ ନାହିଁ।”


ହେ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ବାକ୍ୟ ଶୁଣ।


“ତୁମ୍ଭେମାନେ ଯେତେବେଳେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ପ୍ରବେଶ କରି ବାସ କରିବ, ସେ ଲୋକମାନଙ୍କ ତୁଲ୍ୟ ଘୃଣ୍ୟ କାର୍ଯ୍ୟଗୁଡ଼ିକ କରିବାକୁ ତୁମ୍ଭେମାନେ ଶିଖିବା ଉଚିତ୍ ନୁହେଁ।


Swiv nou:

Piblisite


Piblisite