Biblia Todo Logo
Bib sou entènèt

- Piblisite -




ଯିରିମୀୟ 10:19 - ପବିତ୍ର ବାଇବଲ

19 ହାୟ, ମୁଁ ଯିରିମିୟ ଅତ୍ୟନ୍ତ କ୍ଷତ ଓ ବେଦନାଗ୍ରସ୍ତ ତଥାପି ମୁଁ କହିଲି, “ଏହା ମୋହର ବେଦନା ଓ ମୋତେ ଏହା ସହିବାକୁ ହେବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ହାୟ ହାୟ, ମୋହର ଦୁଃଖ ! ମୋହର କ୍ଷତ ଅତି ବେଦନାଯୁକ୍ତ; ତଥାପି ମୁଁ କହିଲି, ଏହି ମୋହର ବେଦନା, ମୋତେ ଏହା ସହିବାକୁ ହେବ ।

Gade chapit la Kopi

ଓଡିଆ ବାଇବେଲ

19 ହାୟ ହାୟ, ମୋହର ଦୁଃଖ! ମୋହର କ୍ଷତ ଅତି ବେଦନାଯୁକ୍ତ; ତଥାପି ମୁଁ କହିଲି, “ଏହି ମୋହର ବେଦନା, ମୋତେ ଏହା ସହିବାକୁ ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ହାୟ ହାୟ, ମୋହର ଦୁଃଖ! ମୋହର କ୍ଷତ ଅତି ବେଦନାଯୁକ୍ତ; ତଥାପି ମୁଁ କହିଲି, “ଏହି ମୋହର ବେଦନା, ମୋତେ ଏହା ସହିବାକୁ ହେବ।”

Gade chapit la Kopi




ଯିରିମୀୟ 10:19
17 Referans Kwoze  

ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ପାପ କରିଥିଲି, ତେଣୁ ସଦାପ୍ରଭୁ ମୋ’ ଉପରେ କ୍ରୋଧାନ୍ୱିତ ହୋଇଥିଲେ। ମାତ୍ର ସେ ମୋ’ ପାଇଁ ଯୁକ୍ତି ବାଢ଼ିବେ ଏବଂ ମୋ’ ପାଇଁ ନ୍ୟାୟ ବିଗ୍ଭର କରିବେ। ସେ ମୋତେ ଆଲୋକକୁ ଆଣିବେ ଓ ମୁଁ ତାଙ୍କର ଧାର୍ମିକତା ଦେଖିବି।


“ହେ ଯିରିମିୟ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, ‘ଆମ୍ଭ ଚକ୍ଷୁରୁ ଦିବାରାତ୍ରି ଲୋତକ ବହିବ, ତାହା କେବେ ନିବୃତ୍ତ ହେବ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ୟା ପାଇଁ ଆମ୍ଭ ହୃଦୟ କାନ୍ଦିବ। ଯେହେତୁ ତାହା ମହାଭଙ୍ଗରେ ଓ ମହା ଦୁଃଖଦାୟକ କ୍ଷତରେ ଭଗ୍ନ ହୋଇଅଛି।


ପ୍ରସବକାରିଣୀ ସ୍ତ୍ରୀର ରବପରି ଓ ପ୍ରଥମ ସନ୍ତାନ ପ୍ରସବକାଳୀନ ବେଦନା ପରି ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ। ସେ ଦୀର୍ଘନିଶ୍ୱାସ ଛାଡ଼ି ଓ ଆପଣା ହସ୍ତ ପ୍ରସାରଣ କରି କହୁଅଛି, “ହାୟ, ହାୟ! ହତ୍ୟାକାରୀମାନଙ୍କ ଆଗରେ ମୋର ପ୍ରାଣ ମୂର୍ଚ୍ଛିତ ହେଲା।”


ମୁଁ ମୋର ପାଟି ଖୋଲି ନାହିଁ। ମୁଁ କିଛି କହି ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ଯାହା କରିବା କଥା ତାହା କରିଛ।


ମୋର ଲୋକମାନଙ୍କର ବିନାଶ ଦେଖି ମୋର ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି।


ସେ ରାତ୍ରିରେ ଅତିଶୟ ରୋଦନ କରୁଛି, ତାହାର ଲୋତକ ଗଣ୍ଡଦେଶରେ ପଡ଼ୁଅଛି; ତାକୁ ସାନ୍ତ୍ୱନା ଦେବାକୁ କେହି ନାହିଁ; ତା'ର ସମସ୍ତ ବନ୍ଧୁ ତାକୁ ପ୍ରବଞ୍ଚନା କରିଛନ୍ତି; ସେମାନେ ତାହାର ଶତ୍ରୁ ହୋଇଛନ୍ତି।


ହେ ଇସ୍ରାଏଲର ଆଶା ଭରସା ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ପରିତ୍ୟାଗ କରନ୍ତି, ସେ ସମସ୍ତେ ଲଜ୍ଜିତ ହେବେ। ଯେଉଁମାନେ ମୋ’ ନିକଟରୁ ପ୍ରସ୍ଥାନ କରନ୍ତି, ସେମାନଙ୍କର ନାମ ଧୂଳିରେ ଲିଖିତ ହେବ, କାରଣ ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛନ୍ତି।


ଯେବେ ମୋର ମସ୍ତକ ଜଳମୟ ଓ ମୋର ଚକ୍ଷୁ ଲୋତକର ଝରଣାସ୍ୱରୂପ ହୁଅନ୍ତା, ତେବେ ମୁଁ ମୋହର ନିହତ ଲୋକମାନଙ୍କ ପାଇଁ ଦିନରାତି କ୍ରନ୍ଦନ କରି ପାରନ୍ତି।


ମୋର ହୃଦୟ ଭାଙ୍ଗି ଯାଇଛି କାରଣ ମୋର ଲୋକମାନଙ୍କର ହୃଦୟ ଭାଙ୍ଗି ଯାଇଛି। ମୁଁ ମଳିନ, ବିସ୍ମୟତା ମୋତେ ଆକ୍ରାନ୍ତ କରିଅଛି।


ହାୟ, ହାୟ, ମୋର ଦୁଃଖ ଓ ମୋର ବ୍ୟସ୍ତତା ମୋର ଅନ୍ତନାଡ଼ିକୁ ବ୍ୟଥିତ କରୁଅଛି। ମୁଁ ହୃଦୟରେ ଅସ୍ଥିରତା ଅନୁଭବ କରୁଅଛି। ମୁଁ ସ୍ଥିର ରହିପାରୁ ନାହିଁ, କାରଣ ମୁଁ ସେହି ତୂରୀ ଶବ୍ଦ ଓ ଯୁଦ୍ଧର ନାଦ ଶୁଣିପାରୁଛି।


ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଅପେକ୍ଷା କରିବି। ଯେତେବେଳେ ଯାକୁବ ପରିବାରରୁ ସେ ଆପଣାର ମୁଖ ଲୁଗ୍ଭନ୍ତି। ମୁଁ ସଦାପ୍ରଭୁଙ୍କ ଉପରେ ଆଶା ରଖିବି, ମୁଁ ଏଥିପାଇଁ ଅପେକ୍ଷା କରିବି।


ଏହା ପରେ ମୁଁ ଚିନ୍ତା କଲି, “ଏସବୁ ମୋତେ ବିବ୍ରତ କରୁଅଛି, ‘ସର୍ବୋପରିସ୍ଥ ପରମେଶ୍ୱର କ’ଣ ତାଙ୍କର ଶକ୍ତି ହରାଇ ଅଛନ୍ତି?”


“ହେ ସଦାପ୍ରଭୁ, ଆମ୍ଭେମାନେ ଜାଣୁଛୁ ଆମ୍ଭର ଅଧର୍ମ ଯୋଗୁଁ ଆମ୍ଭେମାନେ ଦୁଃଖଭୋଗ କରୁଅଛୁ। ତଥାପି ତୁମ୍ଭେ ଆପଣା ନାମ ସକାଶେ କାର୍ଯ୍ୟ କର ଓ ଆମ୍ଭମାନଙ୍କୁ ସାହାଯ୍ୟ କର। କାରଣ ଆମ୍ଭେମାନେ ବହୁବାର ତୁମ୍ଭକୁ ପରିତ୍ୟାଗ କରିଅଛୁ ଓ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।


Swiv nou:

Piblisite


Piblisite