Biblia Todo Logo
Bib sou entènèt

- Piblisite -




ଯିରିମୀୟ 10:18 - ପବିତ୍ର ବାଇବଲ

18 ସଦାପ୍ରଭୁ ଏହିକଥା କହନ୍ତି, “ଆମ୍ଭେ ଏହି ସମୟରେ ଦେଶବାସୀଙ୍କୁ ଦେଶରୁ ଫିଙ୍ଗି ଦେବା। ସେମାନଙ୍କୁ ଏପରି ଦୁଃଖ ଓ କ୍ଳେଶ ଦେବା ଯେ ସେମାନେ ଉପଯୁକ୍ତ ଶିକ୍ଷା ଲାଭ କରି ପାରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସମୟରେ ଦେଶ ନିବାସୀମାନଙ୍କୁ ଛାଟିଣୀ ମାରିବା ପରି ଫିଙ୍ଗି ଦେବା ଓ ସେମାନଙ୍କୁ ଏପରି କ୍ଳେଶ ଦେବା ଯେ, ସେମାନେ ତାହା ବୋଧ ପାଇବେ।

Gade chapit la Kopi

ଓଡିଆ ବାଇବେଲ

18 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଏହି ସମୟରେ ଦେଶ ନିବାସୀମାନଙ୍କୁ ଛାଟିଣୀ ମାରିବା ପରି ଫିଙ୍ଗି ଦେବା ଓ ସେମାନଙ୍କୁ ଏପରି କ୍ଳେଶ ଦେବା ଯେ, ସେମାନେ ତାହା ବୋଧ ପାଇବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଏହି ସମୟରେ ଦେଶ ନିବାସୀମାନଙ୍କୁ ଛାଟିଣୀ ମାରିବା ପରି ଫିଙ୍ଗି ଦେବା ଓ ସେମାନଙ୍କୁ ଏପରି କ୍ଳେଶ ଦେବା ଯେ, ସେମାନେ ତାହା ବୋଧ ପାଇବେ।”

Gade chapit la Kopi




ଯିରିମୀୟ 10:18
11 Referans Kwoze  

ଯଦି ଜଣେ ବ୍ୟକ୍ତି ତୁମ୍ଭକୁ ତାଡ଼ନା କରିବାକୁ ଓ ତୁମ୍ଭକୁ ହତ୍ୟା କରିବାକୁ ଗ୍ଭହେଁ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ଜୀବନ ରକ୍ଷା କରିବେ। କିନ୍ତୁ ସେ ତୁମ୍ଭର ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣୀ ଖୋଲରୁ ପଥର ଫିଙ୍ଗି ଦେଲାପରି ଫିଙ୍ଗି ଦେବ।


ଆମ୍ଭେ ଆପଣା ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷୟରେ ପ୍ରଗ୍ଭର କରିବାକୁ ଆଦେଶ ଦେଇଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶେଷରେ ଦଣ୍ତ ଦିଆଯାଇଥିଲା, କ’ଣ ସେମାନଙ୍କୁ ଦିଆଯାଇ ନ ଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, ‘ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦେଇଥିଲେ।’ ତେଣୁ ସେମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ।”


ଯେଉଁଥିପାଇଁ ସେମାନେ ହୃ‌ଦ୍‌ବୋଧ କରିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ସେମାନେ ମଧ୍ୟ ହୃଦୟଙ୍ଗମ କରିବେ ଯେ, ଆମ୍ଭେ ବୃଥାରେ କହି ନ ଥିଲୁ, ଯେତେବେଳେ ଆମ୍ଭେ କହିଥିଲୁ ଯେ, ଏହା ଆମ୍ଭେ ସେମାନଙ୍କ ପ୍ରତି ଏହି ମନ୍ଦକାର୍ଯ୍ୟ କରିବା।”


ଯେପର୍ଯ୍ୟନ୍ତ ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରିଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କର କ୍ରୋଧ ଫେରିବ ନାହିଁ। ତୁମ୍ଭେମାନେ ଶେଷକାଳରେ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିବ।


ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବା ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ଏକ ବିଦେଶରେ ନିକ୍ଷେପ କରିବା। ଆଉ ସେଠାରେ ତୁମ୍ଭେମାନେ ଦିବାରାତ୍ରି ଅନ୍ୟ ଦେବଗଣର ସେବା କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କୁ କୌଣସି ସାହାଯ୍ୟ ବା ଅନୁଗ୍ରହ କରିବା ନାହିଁ।’


“ଅନ୍ୟ ଜାତୀୟମାନେ ତୁମ୍ଭମାନଙ୍କୁ ଘେରାଉ କରି ରଖିବେ ଓ ତୁମ୍ଭମାନଙ୍କ ସହରକୁ ଆକ୍ରମଣ କରିବେ। ତୁମ୍ଭେମାନେ ଭାବିବ ଯେ ତୁମ୍ଭମାନଙ୍କର ଉଚ୍ଚ ଓ ଦୃଢ଼ ପାଚେରୀ ତୁମ୍ଭମାନଙ୍କୁ ସୁରକ୍ଷା ଦେବ ମାତ୍ର ତାହା ତୁମ୍ଭମାନଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ। ସେହି ପାଚେରୀମାନ ଭାଙ୍ଗି ପଡ଼ିବ। ସଦାପ୍ରଭୁ ଦେଇଥିବା ଦେଶରେ ସବୁଆଡ଼େ ଶତ୍ରୁମାନଙ୍କର ଛାଉଣି ହୋଇଯିବ।


ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ ତୁମ୍ଭମାନଙ୍କର ଯେଉଁ ଦେଶରେ ଜନ୍ମ ହୋଇ ନ ଥିଲା ସେହିପରି ଦେଶରେ ନିକ୍ଷେପ କରିବା। ସେହିଠାରେ ତୁମ୍ଭେମାନେ ମରିବ।


ସଦାପ୍ରଭୁ କହିଲେ, “ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ସମସ୍ୟା ଘଟାଇବା। ଲୋକମାନେ ଅନ୍ଧଭଳି ଗ୍ଭଲିବେ, ଏହା କାହିଁକି ଘଟିବ? କାରଣ ସେହି ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛନ୍ତି। ସେମାନଙ୍କର ମୃତ ଶରୀର ଭୂମି ଉପରେ ଗୋବର ପରି ପଡ଼ି ରହିବ।


“ହେ ଶକ୍ତିଶାଳୀ ମାନବ, ସଦାପ୍ରଭୁ ତୁମ୍ଭକୁ ଦଳି ଦେବେ। ସେ ତୁମ୍ଭକୁ ଏକ ପେଣ୍ଡୁ ସଦୃଶ ଗଡ଼ାଇ ଗଡ଼ାଇ ନିଜର ବାହୁ ବଳରେ ଏକ ପ୍ରଶସ୍ତ ଦେଶକୁ ଫିଙ୍ଗି ଦେବେ ଯେଉଁଠାରେ ତୁମ୍ଭେ ମରିବ। “ତୁମ୍ଭେ ସେଠାରେ ତୁମ୍ଭର ଗୌରବ ସ୍ୱରୂପ ରଥଗୁଡ଼ିକ ପାଇଁ ଗର୍ବ କରିବ, ମାତ୍ର ପ୍ରଭୁଙ୍କ ଗୃହରେ ଏହା ନିକୃଷ୍ଟ ବୋଲି ପ୍ରମାଣିତ ହେବ।


Swiv nou:

Piblisite


Piblisite