Biblia Todo Logo
Bib sou entènèt

- Piblisite -




ଯିରିମୀୟ 10:13 - ପବିତ୍ର ବାଇବଲ

13 ପରମେଶ୍ୱର ଭୟଙ୍କର ବଜ୍ରର କାରଣ ଓ ସେ ଆକାଶର ଜଳରାଶିର ସୃଷ୍ଟିକର୍ତ୍ତା। ସେ ପୃଥିବୀର ଶେଷପୃଷ୍ଠରୁ ବାଦଲ ଉଠାନ୍ତି ଏବଂ ବର୍ଷା ଓ ବିଜୁଳି କରାନ୍ତି। ସେ ନିଜ ଭଣ୍ଡାର ଘରୁ ବାୟୁ ପ୍ରବାହିତ କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଯେତେବେଳେ ସେ ଆପଣା ରବ ଉଚ୍ଚାରଣ କରନ୍ତି, ସେତେବେଳେ ଆକାଶରେ ଜଳରାଶିର ଶଦ୍ଦ ହୁଏ, ପୁଣି ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉତ୍ଥାପନ କରାନ୍ତି; ସେ ବୃଷ୍ଟି ନିମନ୍ତେ ବିଜୁଳି ପ୍ରସ୍ତୁତ କରନ୍ତି ଓ ଆପଣା ଭଣ୍ତାରସମୂହରୁ ବାୟୁ ବାହାର କରି ଆଣନ୍ତି।

Gade chapit la Kopi

ଓଡିଆ ବାଇବେଲ

13 ଯେତେବେଳେ ସେ ଆପଣା ରବ ଉଚ୍ଚାରଣ କରନ୍ତି, ସେତେବେଳେ ଆକାଶରେ ଜଳରାଶିର ଶବ୍ଦ ହୁଏ, ପୁଣି ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉତ୍‍ଥାପନ କରାନ୍ତି; ସେ ବୃଷ୍ଟି ନିମନ୍ତେ ବିଜୁଳି ପ୍ରସ୍ତୁତ କରନ୍ତି ଓ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଯେତେବେଳେ ସେ ଆପଣା ରବ ଉଚ୍ଚାରଣ କରନ୍ତି, ସେତେବେଳେ ଆକାଶରେ ଜଳରାଶିର ଶବ୍ଦ ହୁଏ, ପୁଣି ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉତ୍ଥାପନ କରାନ୍ତି; ସେ ବୃଷ୍ଟି ନିମନ୍ତେ ବିଜୁଳି ପ୍ରସ୍ତୁତ କରନ୍ତି ଓ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି।

Gade chapit la Kopi




ଯିରିମୀୟ 10:13
23 Referans Kwoze  

ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି। ସେ ବର୍ଷା ସହିତ ବିଜୁଳି କରାନ୍ତି। ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।


“ଆୟୁବ, ତୁମ୍ଭେ କେବେ ମୋର ଭଣ୍ଡାର ଘରକୁ ଯାଇଛ କି, ଯେଉଁଠାରେ କି ମୁଁ ବରଫ ଏବଂ କୁଆପଥର ରଖିଛି?


ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ। ସର୍ବୋପରିସ୍ଥ ସେ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।


ପରମେଶ୍ୱର ଆକାଶକୁ ମୋଟା ମେଘମାଳାରେ ଆଚ୍ଛନ୍ନ କରନ୍ତି। ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି। ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।


ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ। ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ।


ପରମେଶ୍ୱରଙ୍କ ପାଇଁ ଗାଅ। ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି। ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ୱରକୁ ଶୁଣ।


ତତ୍ପରେ ଏଲିୟ ରାଜା ଆହାବଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ଯାଇ ଭୋଜନପାନ କର। କାରଣ ପ୍ରବଳ ବର୍ଷା ଆସୁଅଛି।”


ତେଣୁ ମୋଶା ତାଙ୍କର ଆଶାବାଡ଼ିକୁ ଆକାଶ ଆଡ଼େ ବିସ୍ତାର କଲେ ଏବଂ ସଦାପ୍ରଭୁ ବଜ୍ର ବୃଷ୍ଟି କଲେ। ବିଜୁଳି ମାରିଲା ଏବଂ ମିଶରର ଗ୍ଭରିଆଡ଼େ ଶିଳାବୃଷ୍ଟି ହେଲା।


ବସନ୍ତ ଋତୁରେ ବର୍ଷା ହେବା ପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରେ। ସଦାପ୍ରଭୁ ହିଁ କେବଳ ବିଦ୍ୟୁତ୍ ପ୍ରେରଣ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରତ୍ୟେକଙ୍କୁ କ୍ଷେତର ଘାସ ପ୍ରଦାନ କରନ୍ତି।


ସେହି ସମୟରେ କୌଣସି ବୁଦା ବା ଘାସ ବଢ଼ି ନ ଥିଲା, ସଦାପ୍ରଭୁ ପୃଥିବୀରେ ବର୍ଷା କରାଇ ନ ଥିଲେ। କାରଣ ପୃଥିବୀର ଯତ୍ନ ନେବା ପାଇଁ କେହି ନ ଥିଲେ।


ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ। କାରଣ ଯାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି।


ଯେତେବେଳେ ସେ ଭୟଙ୍କର ଶବ୍ଦ କରନ୍ତି, ସେତେବେଳେ ଆକାଶର ଜଳରାଶି ଗର୍ଜନ କରନ୍ତି। ସେ ସମଗ୍ର ପୃଥିବୀ ଉପରେ ମେଘ ସୃଷ୍ଟି କରିଛନ୍ତି। ସେ ମେଘ ସହିତ ବିଜୁଳି ପଠାନ୍ତି ଓ ତାଙ୍କ ଭଣ୍ଡାର ଘରୁ ବାୟୁ ପ୍ରବାହ କରନ୍ତି।


ଆମ୍ଭେ କିଏ? ଆମ୍ଭେ ହେଉଛୁ ପର୍ବତର ନିର୍ମାଣକର୍ତ୍ତା, ଆମ୍ଭେ ତୁମ୍ଭ ମନର ସୃଷ୍ଟିକର୍ତ୍ତା। ଆମ୍ଭେ ଲୋକମାନଙ୍କୁ କଥା କହିବା ଶିଖାଇ ଥିଲୁ। ଆଉ ମଧ୍ୟ ଅନ୍ଧକାରକୁ ସକାଳରେ ପରିଣତ କରିଥିଲୁ। ଆମ୍ଭେ ପର୍ବତ ଓ ପୃଥିବୀ ଉପରେ ଯାତାୟାତ କରୁ। ତାହାହେଲେ ଆମ୍ଭେ କିଏ? ଆମ୍ଭେ ହେଉଛୁ ସେହି ସଦାପ୍ରଭୁ ସୈନ୍ୟାଧିପତି, ସ୍ୱୟମ୍ଭୂ ପରମେଶ୍ୱର ଆମ୍ଭର ନାମ।”


ସେମାନେ କେବେ କହିବେ ନାହିଁ ଯେ, ‘ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ୟ ଓ ଶେଷ ବୃଷ୍ଟି ପ୍ରଦାନ କରିଛନ୍ତି ଓ ଶସ୍ୟ ଚ୍ଛେଦନ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି, ଆସ ଏବେ ଆମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।’


ମିଥ୍ୟା ଦେବତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷାରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।”


ସଦାପ୍ରଭୁ କହନ୍ତି ‘ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ଯ୍ୟ କରିବା। ଆମ୍ଭେ ଏହି ନଗରକୁ ତୋଫତ୍ ତୁଲ୍ୟ କରିବା।


Swiv nou:

Piblisite


Piblisite