ଯିରିମୀୟ 1:19 - ପବିତ୍ର ବାଇବଲ19 ଯଦିଓ ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବେ, ସେମାନେ ତୁମ୍ଭକୁ ଜୟ କରି ପାରିବେ ନାହିଁ। କାରଣ ଆମ୍ଭେ ତୁମ୍ଭର ପାଖେ ପାଖେ ରହି ତୁମ୍ଭକୁ ଉଦ୍ଧାର କରିବା।” ଏହା ସଦାପ୍ରଭୁ କହନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)19 ପୁଣି, ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବେ; ମାତ୍ର ତୁମ୍ଭ ଉପରେ ଜୟଯୁକ୍ତ ହେବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭର ସଙ୍ଗେ ସଙ୍ଗେ ଅଛୁ। Gade chapit laଓଡିଆ ବାଇବେଲ19 ପୁଣି, ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବେ; ମାତ୍ର ତୁମ୍ଭ ଉପରେ ଜୟଯୁକ୍ତ ହେବେ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭକୁ ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭର ସଙ୍ଗେ ସଙ୍ଗେ ଅଛୁ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ପୁଣି, ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବେ; ମାତ୍ର ତୁମ୍ଭ ଉପରେ ଜୟଯୁକ୍ତ ହେବେ ନାହିଁ। କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭର ସଙ୍ଗେ ସଙ୍ଗେ ଅଛୁ।” Gade chapit la |
କିନ୍ତୁ ସଦାପ୍ରଭୁ ମୋ’ ପାଖେ ପାଖେ ଅଛନ୍ତି। ସେ ଜଣେ ବୀର ସୈନିକ ସଦୃଶ ମୋତେ ଆଶ୍ରୟ ଦେଇଅଛନ୍ତି। ତେଣୁ ମୋର ତାଡ଼ନାକାରୀମାନେ ବିଫଳ ହେବେ ଓ ମୋତେ ପରାସ୍ତ କରି ପାରିବେ ନାହିଁ। ସେମାନେ ଘୋର ଅପମାନିତ ହେବେ କାରଣ ସେମାନେ ଯାହା କରିବାକୁ ଆରମ୍ଭ କରିଛନ୍ତି ତାହା ସଫଳତାର ସହିତ ଶେଷ କରି ପାରିବେ ନାହିଁ। ତାଙ୍କର ଏହି ଅପମାନ ନିତ୍ୟସ୍ଥାୟୀ ହେବ ଓ ଲୋକେ ତାହା ଭୁଲିବେ ନାହିଁ।
ପୁଣି ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ଓ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ। ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ। ସେହି ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ସଂହାର କରିବା। ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସମ୍ପୂର୍ଣ୍ଣ ରୂପେ ସଂହାର କରିବା ନାହିଁ। ତଥାପି ଆମ୍ଭେ ବିବେଚନା ପୂର୍ବକ ତୁମ୍ଭମାନଙ୍କୁ ଶାସ୍ତି ଦେବା। ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।”
ମୁଁ ବହୁବାର ଅପବାଦ ଶୁଣିଅଛି। ମୋର ଚତୁର୍ଦ୍ଦିଗରେ ଆଶଙ୍କା ଅଛି। ଏପରିକି ମୋର ମିତ୍ରମାନେ ମଧ୍ୟ ମୋର ଦୋଷ ଦେଖନ୍ତି ଓ ଲୋକମାନେ ମୋର ତ୍ରୁଟିକୁ ଅପେକ୍ଷା କରନ୍ତି। ସେମାନେ ଅଭିଯୋଗ କରି କହନ୍ତି, “ଆମ୍ଭେମାନେ ଯିରିମିୟଙ୍କ ବିରୁଦ୍ଧରେ ମିଥ୍ୟା ଓ ମନ୍ଦକଥା କହିବା, ତୁମ୍ଭେମାନେ ମଧ୍ୟ ତାହା କହିବ। ତାହାହେଲେ ଆମ୍ଭେମାନେ ତାକୁ ପରାସ୍ତ କରିବା ଓ ତା’ ଉପରେ ପ୍ରତିଶୋଧ ନେଇପାରିବା।”