Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 8:5 - ପବିତ୍ର ବାଇବଲ

5 ଗିଦିୟୋନ ସୁକ୍‌କୋତର ନାଗରିକମାନଙ୍କୁ କହିଲେ, “ମୋର ସୈନ୍ୟମାନଙ୍କୁ କିଛି ଖାଦ୍ୟଦିଅ। ମୋର ସୈନ୍ୟମାନେ ଅତ୍ୟନ୍ତ କ୍ଳାନ୍ତ। ତଥାପି ମଧ୍ୟ ଆମ୍ଭେମାନେ ମିଦିୟନର ରାଜା ସେବହ ଓ ସଲମୁନ୍ନକୁ ଗୋଡ଼ାଉଛୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପୁଣି ସେ ସୁକ୍କୋତର ଲୋକମାନଙ୍କୁ କହିଲେ, ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାଦ୍ଗାମୀ ଲୋକମାନଙ୍କୁ ରୋଟୀ ଦିଅ; କାରଣ ସେମାନେ କ୍ଳା; ହୋଇଅଛନ୍ତି ଓ ମୁଁ ମିଦୀୟନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି।

Gade chapit la Kopi

ଓଡିଆ ବାଇବେଲ

5 ପୁଣି ସେ ସୁକ୍‍କୋତର ଲୋକମାନଙ୍କୁ କହିଲେ, ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାଦ୍‍ଗାମୀ ଲୋକମାନଙ୍କୁ ରୁଟି ଦିଅ; କାରଣ ସେମାନେ କ୍ଳାନ୍ତ ହୋଇଅଛନ୍ତି ଓ ମୁଁ ମିଦୀୟନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି ସେ ସୁକ୍କୋତର ଲୋକମାନଙ୍କୁ କହିଲେ, “ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାଦ୍‍ଗାମୀ ଲୋକମାନଙ୍କୁ ରୁଟି ଦିଅ; କାରଣ ସେମାନେ କ୍ଳାନ୍ତ ହୋଇଅଛନ୍ତି ଓ ମୁଁ ମିଦୀୟନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି।”

Gade chapit la Kopi




ବିଚାରକର୍ତ୍ତା 8:5
11 Referans Kwoze  

କିନ୍ତୁ ଯାକୁବ ସୁ‌କ୍‌କୋତକୁ ଗଲେ। ସେହି ସ୍ଥାନରେ ସେ ଆପଣା ପାଇଁ ଏକ ଗୃହ ତିଆରି କଲେ ଓ ପଶୁମାନଙ୍କ ପାଇଁ କୁଡ଼ିଆ ତିଆରି କଲେ। ତେଣୁ ସେହି ସ୍ଥାନର ନାମ ସୁ‌କ୍‌କୋତ ହେଲା।


ପରମେଶ୍ୱର ତାଙ୍କ ମନ୍ଦିରରେ କହିଲେ, “ମୁଁ ଯୁଦ୍ଧରେ ଜିତିବି ଏବଂ ଜୟଲାଭ ବିଷୟରେ ବହୁତ ଖୁସୀ ହେବି। ତା'ପରେ ମୁଁ ଏହି ଭୂମିକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବି। ମୁଁ ଶିଖିମ ଓ ସୁ‌କ୍‌କୋତ ଉପତ୍ୟକାକୁ ସେମାନଙ୍କୁ ଦେଇଦେବି।


ଅବୀଗଲ ଶୀଘ୍ର 200 ରୋଟୀ, ଦୁଇ କୁମ୍ଫା ଦ୍ରାକ୍ଷାରସ ଓ ପାଞ୍ଚୋଟି ମେଷର ମାଂସ ତରକାରୀ ଓ ପାଞ୍ଚ ଗୋଉଣୀ ଭଜା ଶସ୍ୟ ଓ 100 ପେଣ୍ଡା ଦ୍ରାକ୍ଷାରସ ଓ 200 ଡିମ୍ବିରି ପିଠା ନେଇ ଗଧମାନଙ୍କ ପିଠିରେ ଲଦିଲା।


କାରଣ ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ସେହି ସମୟରେ ସେମାନେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭେଟିଲେ ନାହିଁ। ପୁଣି ସେମାନେ ତୁମ୍ଭମାନଙ୍କୁ ଶାପଦେବା ନିମନ୍ତେ ମେସୋପଟାମିଆର ପଥୋର ସହର ନିବାସୀ ବିଲିୟମକୁ ପାରଶ୍ରମିକ ଦେଲେ।


ଶାଲମର ରାଜା ମ‌ଲ୍‌କୀଷେଦକ ଅବ୍ରାମଙ୍କୁ ସାକ୍ଷାତ କରିବା ପାଇଁ ଗଲେ। ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ। ମ‌ଲ୍‌କୀଷେଦକ ରୋଟୀ ଓ ଦ୍ରାକ୍ଷାରସ ଘେନି ଆସିଲେ।


ସେହି ସମୟରେ ସେବହ ଓ ସଲମୁନ୍ନ କର୍କୋର ନଗରରେ ଥିଲେ। ସେମାନଙ୍କ ସହିତ 15,000 ସୈନ୍ୟ ଥିଲେ। ଏହି ସୈନ୍ୟମାନେ, ଯେଉଁମାନେ ପୂର୍ବ ଦେଶୀୟ ଲୋକମାନଙ୍କର ସୈନ୍ୟବାହିନୀରେ ରହିଥିଲେ। 120,000 ଜଣ ଶକ୍ତିଶାଳୀ ସୈନ୍ୟ ପୁରାପୁରି ମୃତ୍ୟୁବରଣ କରିଥିଲେ।


ସେବହ ଓ ସଲମୁନ୍ନ ମିଦିୟନୀୟମାନଙ୍କର ରାଜା ଦୌଡ଼ି ପଳାଇଲେ। କିନ୍ତୁ ଗିଦିୟୋନ ସେମାନଙ୍କୁ ଗୋଡ଼ଇଲେ ଓ ସେମାନଙ୍କୁ କାବୁ କଲେ। ଗିଦିୟୋନ ଏବଂ ତାଙ୍କର ସୈନ୍ୟମାନେ ଶତ୍ରୁ ସୈନ୍ୟବାହିନୀକୁ ପରାସ୍ତ କଲେ।


ଏହା ପରେ ଗିଦିୟୋନ ସୁକ୍‌କୋତ ସହରକୁ ଫେରି ଆସିଲେ। ସେ ସେହି ସହରର ଲୋକମାନଙ୍କୁ କହିଲେ, “ଏହିଠାରେ ସେବହ ଓ ସଲମୁନ୍ନ ଅଛନ୍ତି। ତୁମ୍ଭେମାନେ ଏହାକହି ମୋତେ ବିଦ୍ରୂପ କଲ, ‘ଆମ୍ଭେ କାହିଁକି ତୁମ୍ଭ କ୍ଳାନ୍ତ ସୈନିକମାନଙ୍କୁ ଖାଦ୍ୟ ଦେବୁ? ତୁମ୍ଭେମାନେ ଏପର୍ଯ୍ୟନ୍ତ ସେବହ ଓ ସଲମୁନ୍ନକୁ ଧରି ନାହଁ।’”


“ସଦାପ୍ରଭୁଙ୍କର ଦୂତ କହିଗଲେ, ‘ମେରୋସ ଲୋକକୁ ଶାପଦିଅ ଏବଂ ପାପ ଦିଅ! ସେମାନଙ୍କ ସୈନ୍ୟ ସଦାପ୍ରଭୁଙ୍କୁ ସାହାଯ୍ୟ କରିବାକୁ ଆସି ନ ଥିଲେ।’


Swiv nou:

Piblisite


Piblisite