Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 8:10 - ପବିତ୍ର ବାଇବଲ

10 ସେହି ସମୟରେ ସେବହ ଓ ସଲମୁନ୍ନ କର୍କୋର ନଗରରେ ଥିଲେ। ସେମାନଙ୍କ ସହିତ 15,000 ସୈନ୍ୟ ଥିଲେ। ଏହି ସୈନ୍ୟମାନେ, ଯେଉଁମାନେ ପୂର୍ବ ଦେଶୀୟ ଲୋକମାନଙ୍କର ସୈନ୍ୟବାହିନୀରେ ରହିଥିଲେ। 120,000 ଜଣ ଶକ୍ତିଶାଳୀ ସୈନ୍ୟ ପୁରାପୁରି ମୃତ୍ୟୁବରଣ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଏହି ସମୟରେ ସେବହ ଓ ସଲମୁନ୍ନ କର୍କୋରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଊଣାଧିକ ପନ୍ଦର ହଜାର ଲୋକ ଥିଲେ; ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ; କାରଣ ଖଡ଼୍‍ଗଧାରୀ ଏକଲକ୍ଷ କୋଡ଼ିଏ ହଜାର ଲୋକ ହତ ହୋଇଥିଲେ।

Gade chapit la Kopi

ଓଡିଆ ବାଇବେଲ

10 ଏହି ସମୟରେ ସେବହ ଓ ସଲମୁନ୍ନ କର୍କୋରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଊଣାଧିକ ପନ୍ଦର ହଜାର ଲୋକ ଥିଲେ; ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ; କାରଣ ଖଡ୍ଗଧାରୀ ଏକଲକ୍ଷ କୋଡ଼ିଏ ହଜାର ଲୋକ ହତ ହୋଇଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏହି ସମୟରେ ସେବହ ଓ ସଲମୁନ୍ନ କର୍କୋରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଊଣାଧିକ ପନ୍ଦର ହଜାର ଲୋକ ଥିଲେ; ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ; କାରଣ ଖଡ୍ଗଧାରୀ ଏକ ଲକ୍ଷ କୋଡ଼ିଏ ହଜାର ଲୋକ ହତ ହୋଇଥିଲେ।

Gade chapit la Kopi




ବିଚାରକର୍ତ୍ତା 8:10
17 Referans Kwoze  

ମିଦିୟନୀୟ, ଅମାଲେକୀୟ ଓ ପୂର୍ବ ଦେଶୀୟ ଲୋକମାନେ ଯେଉଁମାନେ ସେଠାରେ ଛାଉଣି କରିଥିଲେ ବହୁସଂଖ୍ୟକ ହେତୁ ପଙ୍ଗପାଳର ଦଳପରି ଦେଖାଗଲେ। ସେମାନଙ୍କର ଏତେଗୁଡ଼ିଏ ଓଟ ଥିଲେ ଯେ, ସେଗୁଡ଼ିକ ସମୁଦ୍ର କୂଳର ବାଲିକଣା ତୁଲ୍ୟ ଦେଖାଗଲେ।


ପୁଣି ମୋୟାବର ରାଜା ଦେଖିଲେ ଯେ ଯୁଦ୍ଧ ତାଙ୍କ ପାଇଁ ଅତି ଅସହ୍ୟ ହେଲା। ତେଣୁ ସେ ନିଷ୍ପତ୍ତି କଲେ, ଇଦୋମର ରାଜାଙ୍କୁ ହତ୍ୟାକରି ସେମାନଙ୍କ ଦ୍ୱାରା ଭଙ୍ଗାଯିବା, ସେ ତାଙ୍କର 700 ‌‌ଖ‌ଡ଼୍‌ଗଧାରୀ ସୈନ୍ୟ ସହିତ ଏହା କରିବାକୁ ଚେଷ୍ଟା କଲେ। କିନ୍ତୁ ସେ ତାହା ଭାଙ୍ଗିପାରିଲେ ନାହିଁ।


ସେହି ଦିନ 25,000 ଲୋକ ବିନ୍ୟାମୀନୀୟ ସୈନ୍ୟମାନଙ୍କ ମଧ୍ୟରୁ ମରିଗଲେ। ଯେଉଁମାନେ କି ବୀରତାର ସହକାରେ ଯୁଦ୍ଧ ଚଲାଇ ଥିଲେ।


ସଦାପ୍ରଭୁ ଇସ୍ରାଏଲର ସୈନ୍ୟମାନଙ୍କ ଦ୍ୱାରା ବିନ୍ୟାମୀନମାନଙ୍କୁ ପରାସ୍ତ କଲେ। ସେହି ଦିନ ଇସ୍ରାଏଲର ସୈନ୍ୟମାନେ ସେମାନଙ୍କର 25,100 ସୈନ୍ୟମାନଙ୍କୁ ହତ୍ୟା କଲେ। ସେ ସମସ୍ତ ସୈନ୍ୟମାନେ ମୁଖ୍ୟତଃ ଯୁଦ୍ଧ ପାଇଁ ତାଲିମ ନେଇଥିଲେ।


ଦ୍ୱିତୀୟ ଦିନରେ ବିନ୍ୟାମୀନ ପରିବାରବର୍ଗର ସୈନ୍ୟଗଣ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗିବିୟାରୁ ବାହାରି ଆସିଲେ। ଏହିଥର ବିନ୍ୟାମୀନ ତାଲିମପ୍ରାପ୍ତ ସୈନ୍ୟଗଣ ଇସ୍ରାଏଲର 18,000 ସୈନ୍ୟଙ୍କୁ ହତ୍ୟା କଲେ। ଯେଉଁମାନେ କି ସେମାନଙ୍କର ତାଲିମପ୍ରାପ୍ତ ସୈନିକ ଥିଲେ।


ବିନ୍ୟାମୀନ ପରିବାରବର୍ଗ ବ୍ୟତୀତ ଇସ୍ରାଏଲର 400,000 ‌‌ଖ‌ଡ଼୍‌ଗଧାରୀ ଗଣତି ହେଲେ। ସେମାନେ ସମସ୍ତେ ତାଲିମ ପ୍ରାପ୍ତ ସୈନିକ ଥିଲେ।


ସେହି ଦିନ ନଗରମାନଙ୍କରୁ ଆସନ୍ତା ବିନ୍ୟାମୀନ ସନ୍ତାନଗଣର 26,000 ‌‌ଖ‌ଡ଼୍‌ଗଧାରୀ ଲୋକ ଗଣିତ ହେଲେ। ଏହାଛଡ଼ା ଗିବିୟା ବାସୀ ଲୋକମାନଙ୍କର 700 ବଛା ବଛା ଲୋକ ଗଣିତ ହେଲେ।


ଇସ୍ରାଏଲ ପରିବାରବର୍ଗର ସମସ୍ତ ଅଧିପତିମାନେ ସେଠାରେ ଏକତ୍ରିତ ହେଲେ। ପରମେଶ୍ୱରଙ୍କ ଲୋକଗଣ ସେହି ସମାଜରେ ରହିଲେ। ‌‌ଖ‌ଡ଼୍‌ଗଧାରୀ, ପଦାତିକ ଉପସ୍ଥିତ ଥିଲେ। ଏମାନେ ଥିଲେ 400,000।


ଏହା ପରେ ସେହି ରାତ୍ରିରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ 185,000 ଲୋକଙ୍କୁ ସଂହାର କଲେ। ଯେତେବେଳେ ପ୍ରଭାତରେ ଲୋକମାନେ ଉଠିଲେ, ସେମାନଙ୍କ ଚତୁର୍ଦ୍ଦିଗରେ କେବଳ ଶବମାନ ଦେଖିଲେ।


ଏପରି କାହିଁକି ହେବ, କାରଣ ତୁମ୍ଭେ ସେମାନଙ୍କର ଶକ୍ତ ଭାର ବହନ କରିବ। ସେମାନଙ୍କର ସ୍କନ୍ଧସ୍ଥିତ ଯୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦେବାକୁ ବ୍ୟବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିୟନକୁ ପରାଜିତ କଲାଭଳି ଏହା ହେବ।


ଇସ୍ରାଏଲୀୟ ସୈନ୍ୟଦଳ ଯିହୁଦାରେ ବାସ କରୁଥିବା ସେମାନଙ୍କର ନିଜ ଆତ୍ମୀୟମାନଙ୍କ ମଧ୍ୟରୁ 200,000 ଲୋକଙ୍କୁ ବନ୍ଦୀ କରି ନେଲେ। ସେମାନେ ସ୍ତ୍ରୀଲୋକ, ସନ୍ତାନଗଣ ଓ ଯିହୁଦାରୁ ଅନେକ ବହୁମୂଲ୍ୟ ସାମଗ୍ରୀ ଲୁଟି ନେଲେ। ଇସ୍ରାଏଲୀୟମାନେ ସେହି ବନ୍ଦୀମାନଙ୍କୁ ଓ ସାମଗ୍ରୀଗୁଡ଼ିକୁ ଶମରିୟାକୁ ନେଇଗଲେ।


ପେକହଙ୍କ ପିତାଙ୍କର ନାମ ଥିଲା ରମଲିୟ। ପେକହ ଓ ତାଙ୍କର ସୈନ୍ୟଦଳ ଗୋଟିଏ ଦିନରେ ଯିହୁଦାର 120,000 ଜଣ ସାହସୀ ସୈନିକଙ୍କୁ ହତ୍ୟା କଲେ। ପେକହ ଯିହୁଦାର ସେହି ଲୋକମାନଙ୍କୁ ହତ୍ୟା କଲେ, କାରଣ ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନୁଥିଲେ, ସେମାନେ ତାଙ୍କୁ ମାନିଲେ ନାହିଁ।


ଅବିୟଙ୍କ ସୈନ୍ୟଦଳ ଇସ୍ରାଏଲର ସୈନ୍ୟଦଳକୁ ଅତି ଗୁରୁତର ଭାବରେ ପରାସ୍ତ କଲେ ଓ ଇସ୍ରାଏଲର 500,000 ଜଣ ସର୍ବଶ୍ରେଷ୍ଠ ବ୍ୟକ୍ତିମାନେ ନିହତ ହେଲେ।


ଯେତେବେଳେ ଗିଦିୟୋନର 300 ସୈନିକମାନେ ସେମାନଙ୍କର ତୂରୀଗୁଡ଼ିକ ବଜାଇଲେ। ସଦାପ୍ରଭୁ ମିଦିୟନୀୟମାନଙ୍କୁ ସେମାନଙ୍କ ନିଜ ନିଜ ମଧ୍ୟରେ ‌‌ଖ‌ଡ଼୍‌ଗ ଦ୍ୱାରା ଯୁଦ୍ଧ କରାଇଲେ। ସେଥିରେ ସୈନ୍ୟଦଳ ସରୋଦାଆଡ଼େ, ବୈଥ୍‌ଶିଟା ପର୍ଯ୍ୟନ୍ତ ଟବ୍ବତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।


ସେମାନେ ପଙ୍ଗପାଳର ଦଳପରି ସେମାନଙ୍କର ତମ୍ବୁ ଓ ପଶୁଗୁଡ଼ିକ ସହିତ ଅଧିକ ସଂଖ୍ୟାରେ ଆସିଲେ। ସେମାନେ ଓ ସେମାନଙ୍କର ଓଟଗୁଡ଼ିକ ଅଧିକ ଥିଲେ ଯେ ଏହା ଗଣନା କରିବା ଅସମ୍ଭବ।


ଏହା ପରେ ଗିଦିୟୋନ ନୋବହ ଓ ଯ‌ଗ୍‌ବିହର ସହରଗୁଡ଼ିକର ପୂର୍ବ ଦିଗରେ ତମ୍ବୁ ନିବାସୀମାନଙ୍କ ପଥଦେଇ ଗଲେ। ସେ କାରକ ନଗରରେ ପହଞ୍ଚିଲେ ଏବଂ ଶତ୍ରୁ ଛାଉଣିକୁ ଆକ୍ରମଣ କଲେ। ଯେତେବେଳେ ସେମାନେ ଆକ୍ରମଣକୁ ଆଶା କରି ନ ଥିଲେ।


ଗିଦିୟୋନ ସେଠାରେ ଉପସ୍ଥିତ ହୋଇ ଶୁଣିଲେ ଯେ, ଜଣେ ତାଙ୍କର ସାଙ୍ଗକୁ ଏକ ସ୍ୱପ୍ନ ବିଷୟରେ କହୁଥିଲା, ସେ କହିଲା, “ମୁଁ ସ୍ୱପ୍ନ ଦେଖିଲି, ଏକ ଯବରୋଟୀ ମିଦିୟନୀୟ ଛାଉଣି ଆଡ଼କୁ ଗଡ଼ି ତୁମ୍ଭକୁ ଆସି ଆଘାତ କଲା, ତାହା ପଡ଼ିଗଲା, ତାକୁ ଓଲଟାଇଲା ପରେ ତମ୍ବୁମାନ ପଡ଼ିଗଲା।”


Swiv nou:

Piblisite


Piblisite