Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 7:1 - ପବିତ୍ର ବାଇବଲ

1 ତା’ ପରଦିନ ପ୍ରତ୍ୟୁଷ୍ୟରେ ଯିରୁବ୍ବାଲ୍ ଏବଂ ତାଙ୍କର ସମସ୍ତ ଲୋକମାନେ ଉଠି ହାରୋଦ ଝରଣା ନିକଟରେ ଛାଉଣି ସ୍ଥାପନ କଲେ। ମିଦିୟନ ଲୋକମାନଙ୍କର ଛାଉଣି ସେମାନଙ୍କର ଉତ୍ତରରେ ମୋରି ପର୍ବତ ନିକଟ ତଳଭୂମିରେ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଯିରୁବ୍ବାଲ, ଅର୍ଥାତ୍, ଗିଦିୟୋନ୍ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରୋଦ ନିର୍ଝର ନିକଟରେ ଛାଉଣି କଲେ; ସେ ସମୟରେ ମିଦୀୟନର ଛାଉଣି ସେମାନଙ୍କ ଉତ୍ତର ଆଡ଼େ ମୋରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଯିରୁବ୍ବାଲ୍‍, ଅର୍ଥାତ୍‍, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରୋଦ ନିର୍ଝର ନିକଟରେ ଛାଉଣି କଲେ; ସେ ସମୟରେ ମିଦୀୟନର ଛାଉଣି ସେମାନଙ୍କ ଉତ୍ତର ଆଡ଼େ ମୋରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଯିରୁବ୍ବାଲ୍‍, ଅର୍ଥାତ୍‍, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରୋଦ ନିର୍ଝର ନିକଟରେ ଛାଉଣି କଲେ; ସେସମୟରେ ମିଦୀୟନର ଛାଉଣି ସେମାନଙ୍କ ଉତ୍ତର ଆଡ଼େ ମୋରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା।

Gade chapit la Kopi




ବିଚାରକର୍ତ୍ତା 7:1
14 Referans Kwoze  

ଯୋୟାଶ କହିଲେ, “ଯଦି ଗିଦିୟୋନ ତା'ର ଯଜ୍ଞବେଦି ଭାଙ୍ଗିଛି ତେବେ, ବାଲ୍ ତାକୁ ନ୍ୟାୟାଳୟକୁ ନେଇଯାଉ।” ତେଣୁ ସେହି ଦିନ ଯୋୟାଶ ଗିଦିୟୋନର ଏକ ନୂତନ ନାମ, ଯିରୁବ୍ବାଲ୍ ରଖିଲେ।


ତୁମ୍ଭେ କୌଣସି କାର୍ଯ୍ୟ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସେଠାରେ କିଛି କାର୍ଯ୍ୟ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।


ଅବ୍ରାମ ସେହି ଦେଶ ମଧ୍ୟଦେଇ ଗଲେ, ଶିଖିମରେ ପହଞ୍ଚିବା ପର୍ଯ୍ୟନ୍ତ, ମୋରିର ଅଲୋନବୃକ୍ଷମୂଳରେ ରହିଲେ। ସେହି ସମୟରେ କିଣାନୀୟମାନେ ସେହି ସ୍ଥାନରେ ବାସ କଲେ।


ପ୍ରଭାତରେ ଯିହୋଶୂୟ ବିଛଣା ତ୍ୟାଗ କଲେ ଓ ଏହା ପରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ବାହାରିଲେ।


ପ୍ରତ୍ୟୁଷରୁ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକମାନେ ଆକାସିଆ ସହର ପରିତ୍ୟାଗ କରି ଯର୍ଦ୍ଦନ ନଦୀ କୂଳକୁ ଯାତ୍ରା କଲେ। ସେମାନେ ନଦୀ ପାର ହୋଇଯିବା ପର୍ଯ୍ୟନ୍ତ ସେହି ନଦୀ କୂଳରେ ଛାଉଣି କଲେ।


ସେହି ଦୁଇ ପର୍ବତ କି ଯର୍ଦ୍ଦନର ସେପାରି ସୂର୍ଯ୍ୟାସ୍ତ ପଥ ପ୍ରାନ୍ତରେ ଗି‌‌ଲ୍‌‌ଗଲ୍ ସମ୍ମୁଖସ୍ଥ ପଦାନିବାସୀ କିଣାନୀୟମାନଙ୍କ ଦେଶରେ ମୋରିର ଅଲୋ‌ନ୍‌ତୋଟା ନିକଟରେ ନାହିଁ।


ପ୍ରଭାତରେ ଅବ୍ରହାମ ଉଠିଲେ ଏବଂ ତାଙ୍କର ଗଧକୁ ସଜାଇଲେ। ଅବ୍ରହାମ ତାଙ୍କର ପୁତ୍ର ଇ‌ସ୍‌ହାକ ଏବଂ ଦୁଇଜଣ ଦାସଙ୍କୁ ତାଙ୍କ ସହିତରେ ନେଲେ। ଅବ୍ରହାମ ହୋମବଳି ନିମନ୍ତେ କାଠ କାଟି ପରମେଶ୍ୱର କହିଥିବା ସ୍ଥାନକୁ ନେଇଗଲେ।


ସେହି ରାତ୍ରିରେ ପରମେଶ୍ୱର ଠିକ୍ ସେହିପରି କଲେ, ଚମଡ଼ାଟି ଶୁଷ୍କ ହୋଇଗଲା କିନ୍ତୁ ଭୂମିର ଚତୁର୍ପାର୍ଶ୍ୱ କାକର ଦ୍ୱାରା ଓଦା ରହିଲା।


ଏହା ପରେ ଯୋୟାଶର ପୁତ୍ର ଯିରୁବ୍ବାଲ୍ ଯାଇ ନିଜ ଗୃହରେ ବାସ କଲେ।


“ସଦାପ୍ରଭୁ ତୁମ୍ଭମାନଙ୍କୁ ଯିରୁବ୍ବା‌‌‌ଲ୍‌‌‌କୁ, ବଦା‌‌ନ୍‌‌‌‌‌କୁ, ଯିପ୍ତହକୁ ଓ ଶାମୁୟେଲଙ୍କୁ ପଠାଇ ଚତୁର୍ଦ୍ଦିଗରେ ଥିବା ତୁମ୍ଭ ଶତ୍ରୁମାନଙ୍କ କବଳରୁ ତୁମ୍ଭମାନଙ୍କୁ ରକ୍ଷା କଲେ। ତହିଁରେ ତୁମ୍ଭେମାନେ ନିର୍ଭୟରେ ବାସ କଲ।


ହରୋଦୀୟ ଶମ୍ମ, ହରୋଦୀୟ ଇଲୀକା,


ହେ ପରମେଶ୍ୱର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ଯେପରି ମିଦିୟନମାନଙ୍କୁ, ସୀଷରା ଓ ଯାବୀନକୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।


ମିଦିୟନୀୟ, ଅମାଲେକୀୟ ଓ ପୂର୍ବ ଦେଶୀୟ ଲୋକମାନେ ନିଜକୁ ଏକତ୍ରିତ କରାଇଲେ। ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେହି ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ଯିଷ୍ରିୟେଲର ତଳ ଭୂମିରେ ଛାଉଣି ସ୍ଥାପନ କଲେ।


ପଲେଷ୍ଟୀୟମାନେ ସେମାନଙ୍କର ସୈନ୍ୟସାମନ୍ତଙ୍କ ସହିତ ଅଫେକରେ ଏକତ୍ରିତ ହେଲେ ଓ ଇସ୍ରାଏଲୀୟମାନେ ଯିଷ୍ରିୟେଲସ୍ଥ ଝରଣା ନିକଟରେ ଛାଉଣି ସ୍ଥାପନ କଲେ।


Swiv nou:

Piblisite


Piblisite