Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 5:3 - ପବିତ୍ର ବାଇବଲ

3 “ହେ, ରାଜଗଣ ଶୁଣ, ହେ ଭୂପତି ଗଣ କର୍ଣ୍ଣ ଡେର। ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି। ମୁଁ ସଦାପ୍ରଭୁଙ୍କର ସଙ୍ଗୀତ ରଚନା କରିବି। ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ହେ ରାଜଗଣ, ଶୁଣ; ହେ ଭୂପତିଗଣ, କର୍ଣ୍ଣ ଡେର; ମୁଁ, ମୁଁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି; ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ପ୍ରଶଂସା ଗାନ କରିବି।

Gade chapit la Kopi

ଓଡିଆ ବାଇବେଲ

3 ହେ ରାଜାଗଣ, ଶୁଣ; ହେ ଭୂପତିଗଣ, କର୍ଣ୍ଣ ଡେର; ମୁଁ, ମୁଁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି; ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ହେ ରାଜାଗଣ, ଶୁଣ; ହେ ଭୂପତିଗଣ, କର୍ଣ୍ଣ ଡେର; ମୁଁ, ମୁଁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି; ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବି।

Gade chapit la Kopi




ବିଚାରକର୍ତ୍ତା 5:3
18 Referans Kwoze  

ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି। ଏବଂ ମୁଁ ଲଜ୍ଜିତ ହେବି ନାହିଁ।


ଆଉ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥା ଅଧ୍ୟାପକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଲୋଡ଼ିବ।


ଏଲିୟ କହିଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ଦେଇ ତୁମ୍ଭକୁ ସେବା କଲି ମାତ୍ର ଇସ୍ରାଏଲ ଲୋକମାନେ ତୁମ୍ଭ ସହିତ ଯେଉଁ ନିୟମ ଥିଲା ତାକୁ ଭଙ୍ଗ କଲେ। ସେମାନେ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ସେମାନେ ତୁମ୍ଭର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ବଧ କଲେ। ମୁଁ ଏକମାତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଏ କି ଏ ପର୍ଯ୍ୟନ୍ତ ବଞ୍ଚିଛି। ବର୍ତ୍ତମାନ ସେମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।”


ଏଲିୟ ଉତ୍ତର କଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ସାମର୍ଥ୍ୟ ଦେଇ ତୁମ୍ଭର ସେବା କଲି। ମାତ୍ର ଇସ୍ରାଏଲର ଲୋକମାନେ ତୁମ୍ଭର ନିୟମ ଭଙ୍ଗ କଲେ ଓ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ତୁମ୍ଭର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ବଧ କଲେ। ମୁଁ କେବଳ ଅବଶିଷ୍ଟ ରହିଲି। ସେମାନେ ମୋ’ ପ୍ରାଣ ନେବାକୁ ମଧ୍ୟ ଅନ୍ୱେଷଣ କରୁଛନ୍ତି।”


ତେଣୁ ଏଲିୟ କହିଲେ, “ମୁଁ ଏଠାରେ ସଦାପ୍ରଭୁଙ୍କର ଏକମାତ୍ର ଭବିଷ୍ୟ‌ଦ୍‌ବକ୍ତା ଅଛି, ମାତ୍ର ବା‌ଲ୍‌‌‌ର 450 ଭବିଷ୍ୟ‌ଦ୍‌ବକ୍ତା ଏଠାରେ ଅଛନ୍ତି।


“ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତାଗଣ ଶୂନ୍ୟ ଥିଲେ। ମୁଁ ଦବୋରା ଇସ୍ରାଏଲରେ ମାତୃତୁଲ୍ୟ ଉତ୍ପନ୍ନ ନ କରିବା ପର୍ଯ୍ୟନ୍ତ ସେମାନେ ଶୂନ୍ୟ ଥିଲେ।


ମୁଁ ସଦାପ୍ରଭୁଙ୍କ ନାମ ପ୍ରଗ୍ଭର କରିବି, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର।


“ହେ ଆକାଶମଣ୍ତଳ ଶୁଣ, ମୁଁ କହିବି, ପୃଥିବୀ ମୋର ବାକ୍ୟ ଶୁଣ।


ତେବେ ଆମ୍ଭେ କ୍ରୋଧରେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଶାସ୍ତି ଦେବା।


ଅହଲୀୟାବକୁ ସାହାଯ୍ୟ କରିବା ପାଇଁ ଆମ୍ଭେ ତାକୁ ବାଛିଅଛୁ। ସେ ହେଉଛି ଦାନ ପରିବାରବର୍ଗର ଅହୀଷାମକର ପୁତ୍ର। ଆମ୍ଭେ ତାଙ୍କୁ ଏବଂ ସମସ୍ତ ଜ୍ଞାନମନା ଲୋକମାନଙ୍କୁ ଜ୍ଞାନରେ ଭରପୁର କଲୁ। ଆମ୍ଭେ ସେମାନଙ୍କର ସମସ୍ତଙ୍କୁ କୌଶଳ ପ୍ରଦାନ କରିଅଛୁ ଏବଂ ସେମାନେ ଆମ୍ଭ ପାଇଁ କାର୍ଯ୍ୟ କରିବେ।


“ମୁଁ ବର୍ତ୍ତମାନ ତୁମ୍ଭ ପାଇଁ ଏବଂ ତୁମ୍ଭ ପରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରତିଜ୍ଞା କରୁଛି।


“ମୁଁ ଏକ ପ୍ରଳୟଙ୍କାରୀ ବନ୍ୟା ପୃଥିବୀ ଉପରେ ଆଣିବି। ଆକାଶ ତଳେ ଥିବା ସମସ୍ତ ଜୀବସତ୍ତାକୁ ଧ୍ୱଂସ କରିବି। ପୃଥିବୀର ସମସ୍ତ ପ୍ରାଣୀ ମରିବେ।


ମୋର ଶତ୍ରୁମାନେ ମୋତେ ଘେରି ଗଲେଣି। କିନ୍ତୁ ମୋର ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରି ମୋତେ ରକ୍ଷା କରିବେ। ତା'ପରେ ମୁଁ ତାଙ୍କ ମନ୍ଦିରରେ ମୋର ବଳିଦାନ ଅର୍ପଣ କରିବି। ମୁଁ ଆନନ୍ଦ ଧ୍ୱନିରେ ବଳିଦାନ ଉତ୍ସର୍ଗ ଦେବି। ମୁଁ ଗୀତ ବୋଲି ସଦାପ୍ରଭୁଙ୍କର ମହିମା ବର୍ଣ୍ଣନା କରି ତାଙ୍କ ପ୍ରତି ଥିବା ସମ୍ମାନକୁ ନିବେଦନ କରିବି।


ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି ଓ ପ୍ରତ୍ୟେକ ଦିନ, ମୁଁ ମୋର ପ୍ରତିଜ୍ଞା ପାଳନ କରିବି।


ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି। ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।


Swiv nou:

Piblisite


Piblisite