Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 4:5 - ପବିତ୍ର ବାଇବଲ

5 ଦିନେ, ଦବୋରା ଏକ ଖର୍ଜ୍ଜୁର ଗଛ ତଳେ ବସିଥିଲେ। ଇସ୍ରାଏଲର ଲୋକମାନେ ଗୋଟିଏ ମୀମାଂସା ପାଇଁ ତାଙ୍କ ନିକଟକୁ, ସୀଷରା ସମ୍ବନ୍ଧରେ ଆସିଲେ। ସେହି ଖର୍ଜ୍ଜୁର ଗଛଟି ରାମା ଓ ବୈଥେଲ୍ ମଧ୍ୟରେ ଇଫ୍ରୟିମ ପର୍ବତମୟ ଦେଶରେ ଅବସ୍ଥିତ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେ ଇଫ୍ରୟିମର ପର୍ବତମୟ ଦେଶସ୍ଥିତ ରାମା ଓ ବୈଥେଲ୍ ମଧ୍ୟରେ ଥିବା ଦବୋରା ନାମକ ଖର୍ଜ୍ଜୁରବୃକ୍ଷ ମୂଳେ ବାସ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ବିଚାରାର୍ଥେ ତାହା ନିକଟକୁ ଗଲେ।

Gade chapit la Kopi

ଓଡିଆ ବାଇବେଲ

5 ସେ ଇଫ୍ରୟିମର ପର୍ବତମୟ ଦେଶସ୍ଥିତ ରାମା ଓ ବେଥେଲ୍‍ ମଧ୍ୟରେ ଥିବା ଦବୋରା ନାମକ ଖର୍ଜ୍ଜୁରବୃକ୍ଷ ମୂଳେ ବାସ କଲେ; ପୁଣି ଇସ୍ରାଏଲ ସନ୍ତାନଗଣ ବିଚାରାର୍ଥେ ତାହା ନିକଟକୁ ଗଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେ ଇଫ୍ରୟିମର ପର୍ବତମୟ ଦେଶସ୍ଥିତ ରାମା ଓ ବେଥେଲ୍‍ ମଧ୍ୟରେ ଥିବା ଦବୋରା ନାମକ ଖର୍ଜ୍ଜୁର ବୃକ୍ଷ ମୂଳେ ବାସ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ବିଚାରାର୍ଥେ ତାହା ନିକଟକୁ ଗଲେ।

Gade chapit la Kopi




ବିଚାରକର୍ତ୍ତା 4:5
18 Referans Kwoze  

ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ରାମାରେ କୋଳାହଳ ଓ ଅତି କରୁଣ ଚିତ୍କାର ଶୁଣାଯିବ। ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ। ସେ ତା'ର ସନ୍ତାନମାନଙ୍କ ବିଷୟରେ ସାନ୍ତ୍ୱନାବାଣୀ ଶୁଣିବ ନାହିଁ, କାରଣ ସେମାନେ ମୃତ।”


ଇଫ୍ରୟିମର ପର୍ବତମୟ ଦେଶର ରାମାଠାରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇ‌ଲ୍‌କାନା। ଇ‌ଲ୍‌କାନା ସୂଫ ପରିବାରବର୍ଗର ଥିଲେ। ଇ‌ଲ୍‌କାନା ଯିରୋହମର ପୁତ୍ର ଥିଲା, ଯିଏ ଇଲୀହର ପୁତ୍ର ଥିଲା, ଯିଏ ତୋହର ପୁତ୍ର ଥିଲା, ଯିଏ ସୂଫର ପୁତ୍ର ଥିଲା ଓ ଏମାନେ ଇଫ୍ରୟିମ ପରିବାରବର୍ଗର ଥିଲେ।


ବିନ୍ୟାମୀନ ବଂଶ ମଧ୍ୟ ଗିବିୟୋନର ରାମତ୍, ବେରୋତ୍,


ବୈଥ୍-ଆରବା, ସୀମାରୟମ ଓ ବୈଥେଲ୍।


ଏହା ପରେ ଏହାର ସୀମା ବୈଥେ‌ଲ୍‌ଠାରୁ (ଲୁସ) ଅର୍କୀୟ ସୀମା ଦେଇ ଅଟାରୋତକୁ ଗଲା।


ତହୁଁ ସେମାନେ ସବୁ ସମୟରେ ଲୋକମାନଙ୍କର ବିଗ୍ଭର କଲେ ଓ କଠିନ ବିଗ୍ଭରସବୁ ମୋଶାଙ୍କ ନିକଟକୁ ଆଣିଲେ। ମାତ୍ର କ୍ଷୁଦ୍ର ‌ବିଷୟସବୁ ନିଜେ ନିଜେ ବିଗ୍ଭର କଲେ।


ବର୍ତ୍ତମାନ ମୋ’ କଥା ଶୁଣ। ମୋର କେତେକ ଉପଦେଶ ଗ୍ରହଣ କର। ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ୱରଙ୍କ ଛାମୁରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହୋଇ ସେମାନଙ୍କ କଥା ପରମେଶ୍ୱରଙ୍କ ନିକଟରେ ଜଣାଅ।


ତା’ ପରଦିନ ମୋଶା ଲୋକଙ୍କର ବିଗ୍ଭର କରିବାକୁ ବସିଲେ। ତେଣୁ ବହୁତ ଲୋକ ତାଙ୍କ ସମ୍ମୁଖରେ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହୋଇ ରହିଲେ।


ସେହି ସ୍ଥାନରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ୟୁ ହେଲା ଏବଂ ତାକୁ ବୈଥେ‌ଲ୍‌ର ଅଧସ୍ଥିତ ଅଲୋନ ବୃକ୍ଷମୂଳେ କବର ଦିଆଗଲା। ତେଣୁ ସେହି ସ୍ଥାନର ନାମ ଅଲୋନ-ବାଖୁତ୍ ହେଲା।


ଶାମୁୟେଲଙ୍କର ଦେହାନ୍ତ ହେଲା। ସମସ୍ତ ଇସ୍ରାଏଲୀୟବାସୀ ଏକତ୍ର ହୋଇ ଶାମୁୟେଲଙ୍କ ମୃତ୍ୟୁରେ ଶୋକ ପାଳନ କଲେ ଓ ରାମାସ୍ଥିତ ତାଙ୍କ ଗୃହରେ ତାଙ୍କୁ କବର ଦେଲେ। ତା'ପରେ ଦାଉଦ ପାରଣ ପ୍ରାନ୍ତରକୁ ଗଲେ।


ତା’ ପରଦିନ ପ୍ରଭାତରେ ଇ‌ଲ୍‌କାନା ଉଠି, ଆପଣା ପରିବାର ସହ ସଦାପ୍ରଭୁଙ୍କ ଉପାସନା କରି ଆପଣା ଗୃହ ରାମାକୁ ଫେରିଗଲେ। ତା'ପରେ ଇ‌ଲ୍‌କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକୁ ସ୍ମରଣ କଲେ।


ସେମାନଙ୍କର କୌଣସି ବିବାଦ ହେଲେ, ମୋ’ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧ୍ୟରେ ବିଗ୍ଭର କରେ। ସେମାନଙ୍କୁ ପରମେଶ୍ୱରଙ୍କର ବିଧି ଓ ବ୍ୟବସ୍ଥା ସବୁ ଶିକ୍ଷା ଦିଏ।”


ସେହି ସମୟରେ ଦବୋରା ନାମକ ଜଣେ ଭବିଷ୍ୟ‌ଦ୍‌ବକ୍ତ୍ରୀ ଥିଲେ। ସେ ଲ‌ପ୍‌ପିଦୋତର ସ୍ତ୍ରୀ ଥିଲେ। ସେ ଇସ୍ରାଏଲର ଲୋକମାନଙ୍କ ଉପରେ ବିଗ୍ଭରପତି ହେଲେ।


ଶାଉଲ ଜାଣିବାକୁ ପାଇଲେ ଯେ, ତାଙ୍କର ଲୋକମାନେ ଦାଉଦ ଓ ତାଙ୍କର ସାଥୀ ଲୋକମାନଙ୍କ ବିଷୟରେ ଜାଣିବାକୁ ପାଇଲେ ଯେ ସେମାନେ କେଉଁଠାରେ ଅଛନ୍ତି। ଏହି ସମୟରେ ଶାଉଲ ନିଜ ହସ୍ତରେ ବର୍ଚ୍ଛା ଧରି ଗିବିୟାସ୍ଥିତ ରାମାର ଏକ ଗଛ ମୂଳରେ ବସି ରହିଲେ। ଏବଂ ତାଙ୍କର ଦାସମାନେ ତାଙ୍କୁ ଘେରି ରହିଥିଲେ।


ଶାମୁୟେଲଙ୍କ ଘର ରାମାରେ, ତେଣୁ ସେ ସେଠାକୁ ଫେରି ଆସୁଥିଲେ। ସେ ରାମାଠାରୁ ଲୋକଙ୍କୁ ଅନୁଧ୍ୟାନ କରୁଥିଲେ ଓ ସେଠାରୁ ଶାସନ କରୁଥିଲେ। ତେଣୁ ଶାମୁୟେଲ ସଦାପ୍ରଭୁଙ୍କ ପାଇଁ ରାମାରେ ଯଜ୍ଞବେଦି ନିର୍ମାଣ କରିଥିଲେ।


Swiv nou:

Piblisite


Piblisite