Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 4:12 - ପବିତ୍ର ବାଇବଲ

12 କେହି ଜଣେ ସୀଷରାକୁ କହିଲେ, ଯେ ବାରକ୍ ଅବିନୟମର ପୁତ୍ର ତାବୋର ପର୍ବତ ଉପରକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଲୋକମାନେ ସୀଷରାକୁ କହିଲେ ଯେ, ବାରକ୍ ତାବୋର ପର୍ବତ ଉପରକୁ ଯାଇଅଛି।

Gade chapit la Kopi

ଓଡିଆ ବାଇବେଲ

12 ଲୋକମାନେ ସୀଷରାକୁ କହିଲେ ଯେ, ବାରକ୍‍ (ଅବୀନୋୟମର ପୁତ୍ର) ତାବୋର ପର୍ବତ ଉପରକୁ ଯାଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଲୋକମାନେ ସୀଷରାକୁ କହିଲେ ଯେ, ବାରକ୍‍ (ଅବୀନୋୟମର ପୁତ୍ର) ତାବୋର ପର୍ବତ ଉପରକୁ ଯାଇଅଛି।

Gade chapit la Kopi




ବିଚାରକର୍ତ୍ତା 4:12
11 Referans Kwoze  

ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ମୁଁ ଜୀବିତ ଥିବା ପ୍ରମାଣେ ଜଣେ ଆସୁଅଛି, ଯିଏ କି ତାବୋର ପର୍ବତ ସଦୃଶ ମହାନ କିଅବା ସମୁଦ୍ର ନିକଟସ୍ଥ କର୍ମିଲ ପର୍ବତ ସଦୃଶ।


ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ। ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।


ଏହାର ସୀମା ପଶ୍ଚିମ ଦିଗରେ ଅ‌‌ସ୍‌‌ନୋ‌ତ୍‌ତାବୋରକୁ ଲାଗିଥିଲା। ସେଠାରୁ ହୁ‌କ୍‌କୋକ୍ ପର୍ଯ୍ୟନ୍ତ ଦକ୍ଷିଣ ଦିଗରେ ସବୂଲୂନ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଯର୍ଦ୍ଦନ ନିକଟ ଯିହୁଦା ପର୍ଯ୍ୟନ୍ତ ଲାଗିଥିଲା।


ପୁଣି ସାରୀଦରୁ ପୂର୍ବ ଦିଗରେ ଫେରି କିଶ୍ଲୋତ୍-ତାବୋରର ସୀମା ପର୍ଯ୍ୟନ୍ତ ଲାଗିଥିଲା। ଏହି ସୀମା ଦାବରତକୁ ଲାଗି ଯାଫିୟ ପର୍ଯ୍ୟନ୍ତ ଥିଲା।


ଦବୋରା ଏକ ଦୂତ ବାରକ ପାଖକୁ ପଠାଇଲେ। ସେ ତାଙ୍କୁ ଭେଟିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋୟମର ପୁତ୍ର ଥିଲେ। ବାରକ ନପ୍ତାଲି ସହରରେ କେଦଶରେ ବାସ କରୁଥିଲେ। ଦବୋରା ବାରକକୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, ‘ନପ୍ତାଲି ପରିବାରବର୍ଗ ଏବଂ ସବୂଲୂନର 10,000 ଲୋକଙ୍କୁ ଏକତ୍ରିତ କର ଓ ସେମାନଙ୍କୁ ତାବୋର ପର୍ବତକୁ ଆଗେଇ ନିଅ।


ବର୍ତ୍ତମାନ ହେବର ନାମକ ଜଣେ ଲୋକ କେନୀୟରୁ ଥିଲେ। ସେ ଅନ୍ୟ କେନୀୟଙ୍କୁ ପରିତ୍ୟାଗ କଲେ। ସେମାନେ ହେବରର ବଂଶଧରଗଣ ଯେ କି ମୋଶାର ଶ୍ୱଶୁର ଥିଲେ। ହେବର, ସାନନ୍ନୀମ ନାମକ ଗୋଟିଏ ସ୍ଥାନ କେଦଶ ପାଖରେ ତାଙ୍କର ତମ୍ବୁ ଅଲୋନବୃକ୍ଷ ଦ୍ୱାରା ସ୍ଥାପନ କଲେ।


ତେଣୁ ସୀଷରା ନିଜର 900 ରଥଗୁଡ଼ିକ ଓ ତାଙ୍କ ସହିତ ସମସ୍ତ ପୁରୁଷମାନେ ଏବଂ ହରୋଶୋ‌ତ୍‌ଠାରୁ କୀଶୋନ୍ ନଦୀ ପର୍ଯ୍ୟନ୍ତ ଅଗ୍ରସର ହେଲେ।


ଏସବୁର ସୀମା ତାଙ୍କର ତାବୋର ଶହ‌ତ୍‌ସୀସ୍ ଓ ବୈ‌ଥ୍‌ଶେମଶ ପର୍ଯ୍ୟନ୍ତ ଥିଲା। ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା। ଗ୍ରାମ ସମେତ ଏହି ଷୋହଳଟି ନଗର ସେମାନଙ୍କର ଅଧୀନରେ ଥିଲା।


ଏହା ପରେ ଗିଦିୟୋନ ସେବହ ଓ ସଲମୁନ୍ନକୁ କହିଲେ “ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ହତ୍ୟା କଲ ସେମାନେ କିପରି ଲୋକ ଥିଲେ?” ସେବହ ଓ ସଲମୁନ୍ନ ଉତ୍ତର ଦେଲେ, “ସେହି ଲୋକମାନେ ତୁମ୍ଭପରି ଥିଲେ। ସେମାନେ ପ୍ରତ୍ୟେକେ ରାଜକୁମାର ଥିଲେ।”


ତୁମ୍ଭେ ପରାକ୍ରାନ୍ତ। ତୁମ୍ଭର ଶକ୍ତି ମହାନ। ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।


“ପୁରୋହୀତଗଣ, ଇସ୍ରାଏଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଦୋଷୀ ବୋଲି ବିଗ୍ଭରିତ ହୋଇଛ। “ତୁମ୍ଭେମାନେ ମି‌‌ସ୍‌‌ପା ପର୍ବତର ଯନ୍ତା ଓ ତାବୋର ପର୍ବତର ପାଦଦେଶରେ ବିଛାଯାଇଥିବା ଜାଲ ସଦୃଶ ଥିଲ।


Swiv nou:

Piblisite


Piblisite