Biblia Todo Logo
Bib sou entènèt

- Piblisite -

ବିଚାରକର୍ତ୍ତା 2:7 - ପବିତ୍ର ବାଇବଲ

7 ଇସ୍ରାଏଲର ଲୋକମାନେ ଯିହୋଶୂୟ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ସେବା କଲେ। ସେମାନେ ସଦାପ୍ରଭୁଙ୍କ ସେବା ଅବ୍ୟାହତ ରଖିଲେ, ଯିହୋଶୂୟଙ୍କ ମୃତ୍ୟୁପରେ ଥିବା ସେମାନଙ୍କର ପ୍ରାଚୀନବର୍ଗ ଜୀବିତ ଥିବା ପର୍ଯ୍ୟନ୍ତ। ଇସ୍ରାଏଲ ଲୋକମାନଙ୍କ ପାଇଁ ସଦାପ୍ରଭୁ କି ଆଶ୍ଚର୍ଯ୍ୟ କର୍ମମାନ କରିଥିଲେ, ଏହି ବୃଦ୍ଧ ବ୍ୟକ୍ତିମାନେ ଦେଖିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଯିହୋଶୂୟଙ୍କର ଜୀବନଯାଏ ଓ ଯେଉଁ ପ୍ରାଚୀନମାନେ ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କ କୃତ ସମସ୍ତ ମହତ କର୍ମ ଦେଖିଥିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଯିହୋଶୂୟଙ୍କ ଉତ୍ତାରେ ଜୀବିତ ଥିଲେ, ସେମାନଙ୍କ ଜୀବନଯାଏ ଲୋକମାନେ ସଦାପ୍ରଭୁଙ୍କ ସେବା କଲେ।

Gade chapit la Kopi

ଓଡିଆ ବାଇବେଲ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଯିହୋଶୂୟଙ୍କର ଜୀବନଯାଏ ଓ ଯେଉଁ ପ୍ରାଚୀନମାନେ ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କ କୃତ ସମସ୍ତ ମହତ କର୍ମ ଦେଖିଥିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଯିହୋଶୂୟଙ୍କ ଉତ୍ତାରେ ଜୀବିତ ଥିଲେ, ସେମାନଙ୍କ ଜୀବନଯାଏ ଲୋକମାନେ ସଦାପ୍ରଭୁଙ୍କ ସେବା କଲେ।

Gade chapit la Kopi

ବିଚାରକର୍ତ୍ତା 2:7
8 Referans Kwoze  

ମୋ’ ପ୍ରିୟ ମିତ୍ରଗଣ! ତୁମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ଥିଲାବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ନ ଥିଲାବେଳେ ମଧ୍ୟ ତୁମ୍ଭେ ତାହାଙ୍କ ବାଧ୍ୟ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହେବା ଆବଶ୍ୟକ ଯେ ମୋ’ ସାହାଯ୍ୟ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ୱରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର।

ଇସ୍ରାଏଲୀୟମାନେ ସଦାପ୍ରଭୁଙ୍କୁ ଉପାସନା କରିଥିଲେ, ତାଙ୍କର ମୃତ୍ୟୁପରେ ମଧ୍ୟ ସେମାନେ ସଦାପ୍ରଭୁଙ୍କର ଉପାସନା କଲେ। ସେମାନଙ୍କର ବୟୋଜ୍ୟେଷ୍ଠଗଣ ବଞ୍ଚିଥିଲା ଯାଏ ସେମାନେ ସଦାପ୍ରଭୁଙ୍କର ଉପାସନା କରିବା ଜାରି ରଖିଲେ। ଏହି ମୂଖିଆମାନେ ଦେଖିଥିଲେ ସଦାପ୍ରଭୁ ଇସ୍ରାଏଲକୁ ଯାହା କରିଥିଲେ।

ଯାଜକ ଯିହୋୟାଦା ଜୀବିତ ଥିବା ପର୍ଯ୍ୟନ୍ତ ଯୋୟାଶ୍ ଯଥାର୍ଥ କର୍ମ କଲେ।

ଯୋୟାଶ୍ ତାଙ୍କର ସମଗ୍ର ଜୀବନ କାଳରେ ଯାଜକ ଯିହୋୟାଦାଙ୍କ ଶିକ୍ଷାନୁସାରେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ଏବଂ ସେ ଯାହା କଲେ ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଥିଲା।

ଏହା ପରେ ଯିହୋଶୂୟ ସମସ୍ତଙ୍କୁ ଗୃହକୁ ଯିବା ପାଇଁ କହିଲେ। ଏବଂ ଇସ୍ରାଏଲର ପରିବାରବର୍ଗ ସେମାନଙ୍କର ନିଜ ଭୂମି ଅଧିକାର କରିବାକୁ ନିଜ ଜାଗାକୁ ଗଲେ।

ନୂନର ପୁତ୍ର ଯିହୋଶୂୟ ସଦାପ୍ରଭୁଙ୍କର ସେବକ 110 ବର୍ଷରେ ମୃତ୍ୟୁବରଣ କଲେ।

କିନ୍ତୁ ଇସ୍ରାଏଲର ଲୋକମାନେ, ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କ କଥାକୁ ଶୁଣିଲେ ନାହିଁ। ମାତ୍ର ସେମାନେ ଅନ୍ୟ ଦେବତାଗଣଙ୍କ ପଛରେ ବେଶ୍ୟାପରି ଗଲେ ଓ ପ୍ରଣାମ କଲେ। ସେମାନେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ନାହିଁ, ଯେପରି ସେମାନଙ୍କର ପୂର୍ବପୁରୁଷମାନେ କରୁଥିଲେ, ତାହା ବଦଳରେ ସେମାନେ ସେ ପଥରୁ ଶୀଘ୍ର ବିମୁଖ ହେଲେ।

Swiv nou:

Piblisite

Piblisite