Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 2:12 - ପବିତ୍ର ବାଇବଲ

12 ସଦାପ୍ରଭୁ ମିଶରରୁ ସେହି ଲୋକମାନଙ୍କୁ ଇସ୍ରାଏଲକୁ ଆଣିଥିଲେ ଏବଂ ସେମାନଙ୍କର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସେବା କରୁଥିଲେ। କିନ୍ତୁ ଏହା ପରେ ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ଦେବତାଙ୍କୁ ସେବା କରିବାକୁ ଲାଗିଲେ, ଯେଉଁମାନେ ସେମାନଙ୍କ ଚତୁର୍ପାର୍ଶ୍ୱରେ ରହୁଥିଲେ। ଏହା ସଦାପ୍ରଭୁଙ୍କର କ୍ରୋଧ ଉତ୍ପନ୍ନ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପୁଣି ଯେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ସେହି ସଦାପ୍ରଭୁ ଆପଣାମାନଙ୍କ ପୈତୃକ ପରମେଶ୍ଵରଙ୍କୁ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣର, ଅର୍ଥାତ୍, ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକମାନଙ୍କ ଦେବତାଗଣର ଅନୁଗାମୀ ହୋଇ ସେମାନଙ୍କୁ ପ୍ରଣାମ କଲେ; ଏରୂପେ ସେମାନେ ସଦାପ୍ରଭୁଙ୍କୁ ବିରକ୍ତ କଲେ।

Gade chapit la Kopi

ଓଡିଆ ବାଇବେଲ

12 ପୁଣି ଯେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ସେହି ସଦାପ୍ରଭୁ ଆପଣାମାନଙ୍କ ପୈତୃକ ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣର, ଅର୍ଥାତ୍‍, ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକମାନଙ୍କ ଦେବତାଗଣର ଅନୁଗାମୀ ହୋଇ ସେମାନଙ୍କୁ ପ୍ରଣାମ କଲେ; ଏରୂପେ ସେମାନେ ସଦାପ୍ରଭୁଙ୍କୁ ବିରକ୍ତ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପୁଣି ଯେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ସେହି ସଦାପ୍ରଭୁ ଆପଣାମାନଙ୍କ ପୈତୃକ ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣର, ଅର୍ଥାତ୍‍, ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକମାନଙ୍କ ଦେବତାଗଣର ଅନୁଗାମୀ ହୋଇ ସେମାନଙ୍କୁ ପ୍ରଣାମ କଲେ; ଏରୂପେ ସେମାନେ ସଦାପ୍ରଭୁଙ୍କୁ ବିରକ୍ତ କଲେ।

Gade chapit la Kopi




ବିଚାରକର୍ତ୍ତା 2:12
21 Referans Kwoze  

କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସେବା କରିବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। ମୋର ଲୋକମାନେ ଅନ୍ୟ ଦେବତାଗଣର ସେବା କରିବେ ଏହା ମୁଁ ଘୃଣା କରେ। ଯେଉଁମାନେ ମୋତେ ଘୃଣା କରନ୍ତି ସେମାନେ ମୋର ଶତ୍ରୁରେ ଗଣାଯା’ନ୍ତି ଏବଂ ମୁଁ ସେମାନଙ୍କୁ ସେମାନଙ୍କର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଶାସ୍ତି ବିଧାନ କରିବି।


ତହିଁରେ ଲୋକମାନେ କହିବେ, ‘ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ମିଶର ଦେଶରୁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ ତାହା ସେମାନେ ତ୍ୟାଗ କରିଅଛନ୍ତି।


ତୁମ୍ଭେମାନେ ସେହି ଭବିଷ୍ୟ‌ଦ୍‌ବକ୍ତା ବା ସ୍ୱପ୍ନ ଦର୍ଶକକୁ ପ୍ରାଣ ଦଣ୍ତ ଦେବା ଉଚିତ୍। କାରଣ ସେହି ବ୍ୟକ୍ତିଟି ମୋର ଲୋକମାନଙ୍କୁ ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ପ୍ରତାରିତ କଲା, ଯିଏକି ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ ଓ ଦାସତ୍ୱରୁ ତୁମ୍ଭମାନଙ୍କୁ ମୁକ୍ତ କଲେ। ସେହି ବ୍ୟକ୍ତିଟି ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରୁ ଦୂରକୁ ନେବାକୁ ଚେଷ୍ଟା କରୁଛି। ଯାହା ସେ ତୁମ୍ଭମାନଙ୍କୁ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଉପାୟରେ ତୁମ୍ଭ ମଧ୍ୟରେ ଥିବା କୁକର୍ମ ଦୂର କରି ପାରିବ।


ଏଥିପାଇଁ ତୁମ୍ଭେ ସାବଧାନ ହେବ। ସେହି ଦେଶୀୟ ଲୋକମାନଙ୍କ ଦେବତାଗଣର ପଶ୍ଚା‌ଦ୍‌ଗାମୀ ହୋଇ ସେବା କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ ଯାହାର ହୃଦୟ ବିମୁଖ ହୁଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, ପରିବାର କି ବଂଶ ଯେମନ୍ତ ତୁମ୍ଭମାନଙ୍କ ମଧ୍ୟରେ ନ ରହେ, ଯେମନ୍ତ ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧ୍ୟରେ ନ ରହେ।


ତୁମ୍ଭେମାନେ ସେମାନଙ୍କର ପୂଜା କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ। ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉ‌‌‌ଦ୍‌‌‌ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା।


“ପରମେଶ୍ୱର ନୂତନ ନେତାମାନଙ୍କୁ ନଗର ଦ୍ୱାରରେ ଯୁଦ୍ଧ କରିବାକୁ ମନୋନୀତ କଲେ। ସମଗ୍ର ଇସ୍ରାଏଲର 40,000 ମଧ୍ୟରେ ଏକ ବର୍ଚ୍ଛା ବା ଢାଲ ଦେଖାଗଲା ନାହିଁ।


ଯୋଷେଫ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦୁଇପୁତ୍ର ତାଙ୍କର ଶିଙ୍ଗ ସଦୃଶ। ସେମାନେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶେଷ ସୀମାକୁ ସେମାନଙ୍କୁ ତଡ଼ି ଦେବେ। ସେମାନେ ମନଃଶିର ହଜାର ହଜାର ଲୋକପରି, ଇଫ୍ରୟିମଙ୍କ ଦଶହଜାର ଲୋକଙ୍କ ତୁଲ୍ୟ।”


“କିନ୍ତୁ ଯିଶୁରୁଣ ହୃଷ୍ଟପୁଷ୍ଟ ହେଲା ଓ ପଦାଘାତ କଲା। ତୁମ୍ଭକୁ ଭଲ ଭାବରେ ଖୁଆଇଲେ ଏବଂ ତୁମ୍ଭେ ମୋଟା ହୋଇଅଛ। ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ୟାଗ କଲା। ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ଯିଏ କି ତାଙ୍କୁ ରକ୍ଷା କଲେ।


ଗିଦିୟୋନଙ୍କର ମୃତ୍ୟୁ ପରେ ଇସ୍ରାଏଲର ଲୋକମାନେ ଆଉ ସଦାପ୍ରଭୁଙ୍କର ବିଶ୍ୱସ୍ତ ରହିଲେ ନାହିଁ। ସେମାନେ ‌ବା‌ଲ୍‌ଦେବାଦେବୀଙ୍କର ଅନୁଗାମୀ ହେଲେ। ସେମାନେ ସେମାନଙ୍କର ଦେବତା ବାଲ୍ ବାରିକ୍ ନିର୍ମାଣ କଲେ।


ସଦାପ୍ରଭୁ ସେମାନଙ୍କୁ ଉତ୍ତର ଦେଇ କହିଲେ, “ମୁଁ ତୁମ୍ଭମାନଙ୍କୁ ମିସ୍ରୀୟ ଓ ଇମୋରୀୟ, ଅମ୍ମୋନ ସନ୍ତାନଗଣ ଓ ପଲେଷ୍ଟୀୟମାନଙ୍କଠାରୁ ଉଦ୍ଧାର କଲି।


କାରଣ ସେମାନେ ନିଜର ଉଚ୍ଚସ୍ଥଳୀ ଦ୍ୱାରା ପରମେଶ୍ୱରଙ୍କୁ ବିରକ୍ତ କଲେ। ଏବଂ ଆପଣାମାନଙ୍କ ଖୋଦିତ ପ୍ରତିମାଦ୍ୱାରା ସେମାନେ ପରମେଶ୍ୱରଙ୍କୁ ଈର୍ଷାନ୍ୱିତ କଲେ।


ପରମେଶ୍ୱରଙ୍କ ଲୋକମାନେ ଦେବତାମାନଙ୍କୁ ପୂଜା କରିବାକୁ ଆରମ୍ଭ କଲେ, ଯାହାକି ଅନ୍ୟ ଲୋକମାନେ କରୁଥିଲେ ଏବଂ ସେହି ମୂର୍ତ୍ତିଗୁଡ଼ିକ ଫାନ୍ଦରେ ପରିଗଣିତ ହେଲେ।


ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ।


“ଏହି ପବିତ୍ର ଦିନଟିକୁ ତୁମ୍ଭେମାନେ ମନେ ରଖିବ। ଏହା ଯେପରି ତୁମ୍ଭମାନଙ୍କ ପାଇଁ, ସଦାପ୍ରଭୁଙ୍କ ବ୍ୟବସ୍ଥା ଯେପରି ତୁମ୍ଭ ମୁଖରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ୱରୂପ ତୁମ୍ଭ ହସ୍ତରେ ଓ ସ୍ମରଣର ଉପାୟ ସ୍ୱରୂପ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତଦ୍ୱାରା ମିଶରଠାରୁ ତୁମ୍ଭକୁ ବାହାର କରି ଆଣିଛନ୍ତି।


“ଭବିଷ୍ୟ‌‌‌ତରେ ତୁମ୍ଭମାନଙ୍କର ସନ୍ତାନମାନେ ପଗ୍ଭରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସେମାନେ ପଗ୍ଭରିବେ, ‘ଏସବୁର ଅର୍ଥ କ’ଣ? ଏବଂ ତୁମ୍ଭର ଉତ୍ତର ହେବ, ‘ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭେମାନେ ସେଠାରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସେଠାରୁ ବାହାର କରି ଏଠାକୁ ନେଇ ଆସିଛନ୍ତି।


ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ଭୂଷଣ ସ୍ୱରୂପେ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ବାହୁବଳରେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ।”


“ତୁମ୍ଭେମାନେ ସେ ଦେଶରେ ବହୁତ ଦିନ ବସବାସ କରିବ। ସେଠାରେ ତୁମ୍ଭମାନଙ୍କର ପୁତ୍ର ଓ ନାତିମାନେ ମଧ୍ୟ ବାସ କରିବେ। ତୁମ୍ଭେମାନେ ସେଠାରେ ବିଭିନ୍ନ ପ୍ରତିମା କରି ବା ଖୋଦିତ ମୂର୍ତ୍ତି କରି ତୁମ୍ଭମାନଙ୍କର ଜୀବନଧାରାକୁ କ୍ଷୁର୍ଣ୍ଣ କରିବ। ଯେତେବେଳେ ତୁମ୍ଭେମାନେ ଏପରି କରିବ, ପରମେଶ୍ୱର ତୁମ୍ଭମାନଙ୍କ ଉପରେ କ୍ରୋଧ କରିବେ।


“ସେତେବେଳେ ତୁମ୍ଭେମାନେ ନିଶ୍ଚିତ ସାବଧାନ ହେବା ଉଚିତ୍ ଯେ, ଯିଏ ତୁମ୍ଭମାନଙ୍କୁ ଦାସ୍ୟଗୃହରୂପ ମିଶରରୁ ମୁକ୍ତ କରି ଆଣିଛନ୍ତି। ତୁମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୂଲିଯାଅ ନାହିଁ।


ତୁମ୍ଭେ ସେମାନଙ୍କୁ ଉତ୍ତରରେ କହିବ, ସଦାପ୍ରଭୁ କହନ୍ତି, ‘ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି।’ ପୁଣି ‘ଅନ୍ୟ ଦେବତାମାନଙ୍କର ପଶ୍ଚା‌‌ଦ୍‌‌ଗମନ କରି ସେମାନଙ୍କର ସେବା କରିଅଛନ୍ତି ଓ ସେମାନଙ୍କର ପୂଜା କରିଅଛନ୍ତି। ଆଉ ଆମ୍ଭକୁ ପରିତ୍ୟାଗ କରି ଆମ୍ଭର ବ୍ୟବସ୍ଥା ପାଳନ କରି ନାହାନ୍ତି।


Swiv nou:

Piblisite


Piblisite