Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 19:1 - ପବିତ୍ର ବାଇବଲ

1 ସେହି ସମୟରେ ଇସ୍ରାଏଲୀୟମାନଙ୍କର କେହି ରାଜା ନ ଥିଲେ। ଇଫ୍ରୟିମ ପର୍ବତମୟ ଦେଶର ବହୁ ଦୂରରେ ଜଣେ ଲେବୀୟ ବ୍ୟକ୍ତି ବାସ କରୁଥିଲେ। ଯିହୁଦାର ବୈ‌ଥ୍‌ଲେହମର ତାଙ୍କର ଜଣେ ଦାସୀ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଇସ୍ରାଏଲ ମଧ୍ୟରେ ରାଜା ନ ଥିବା ସମୟରେ ଏପରି ଘଟିଲା ଯେ, ଇଫ୍ରୟିମ-ପର୍ବତମୟ ଦେଶର ଅନ୍ତଃପ୍ରଦେଶରେ ପ୍ରବାସୀ ଏକ ଲେବୀୟ ଲୋକ ବେଥ୍ଲିହିମ୍-ଯିହୁଦାରୁ ଏକ ଉପପନିୀ ଗ୍ରହଣ କଲା।

Gade chapit la Kopi

ଓଡିଆ ବାଇବେଲ

1 ଇସ୍ରାଏଲ ମଧ୍ୟରେ ରାଜା ନ ଥିବା ସମୟରେ ଏପରି ଘଟିଲା ଯେ, ଇଫ୍ରୟିମ-ପର୍ବତମୟ ଦେଶର ଅନ୍ତଃପ୍ରଦେଶରେ ପ୍ରବାସୀ ଏକ ଲେବୀୟ ଲୋକ ବେଥଲିହିମ ଯିହୁଦାରୁ ଏକ ଉପପତ୍ନୀ ଗ୍ରହଣ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଇସ୍ରାଏଲ ମଧ୍ୟରେ ରାଜା ନ ଥିବା ସମୟରେ ଏପରି ଘଟିଲା ଯେ, ଇଫ୍ରୟିମ-ପର୍ବତମୟ ଦେଶର ଅନ୍ତଃପ୍ରଦେଶରେ ପ୍ରବାସୀ ଏକ ଲେବୀୟ ଲୋକ ବେଥଲିହିମ-ଯିହୁଦାରୁ ଏକ ଉପପତ୍ନୀ ଗ୍ରହଣ କଲା।

Gade chapit la Kopi




ବିଚାରକର୍ତ୍ତା 19:1
29 Referans Kwoze  

ସେହି ସମୟରେ ଇସ୍ରାଏଲ ମଧ୍ୟରେ ରାଜା ନ ଥିଲେ। ସେହି ସମୟରେ ଦାନ୍ ପରିବାରବର୍ଗର ବସତି ନିମନ୍ତେ ଭୂଖଣ୍ତ ଖୋଜୁଥିଲେ। କାରଣ ସେ ପର୍ଯ୍ୟନ୍ତ ସେମାନେ ଇସ୍ରାଏଲର ପରିବାରବର୍ଗ ମଧ୍ୟରେ ଭୂମି ପାଇ ନ ଥିଲେ।


ସେ ଯେଉଁଠାରେ ସ୍ଥାନ ପାଇ ପାରେ, ସେଠାରେ ପ୍ରବାସ କରିବା ନିମନ୍ତେ ନଗରରୁ, ଅର୍ଥାତ୍ ବୈ‌ଥ୍‌ଲେହମ୍ ଯିହୁଦାରୁ ପ୍ରସ୍ଥାନ କଲା ଓ ସେ ଯାଉ ଯାଉ ଇଫ୍ରୟିମ ଦେଶସ୍ଥ ଏହି ମୀଖାର ଗୃହ ସରିକି ଆସିଲା।


‘ହେ ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ! ଯିହୂଦାର ଶାସକମାନଙ୍କ ଭିତରେ ତୁମ୍ଭେ ମହାନ। ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହେବ, ଏବଂ ସେହି ଶାସକ ମୋର ଲୋକମାନଙ୍କୁ ଇସ୍ରାଏଲକୁ କଢ଼ାଇନେବେ।’”


ପରମେଶ୍ୱର ଉଭୟ ସ୍ୱାମୀ ଓ ସ୍ତ୍ରୀ ସୃଷ୍ଟି କରିଛନ୍ତି, ସେମାନଙ୍କୁ ଶରୀର ଓ ଆତ୍ମାରେ ଏକ ହେବା ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି। ପରମେଶ୍ୱର ଧର୍ମପରାୟଣ ସନ୍ତାନସନ୍ତତି ଗ୍ଭହାନ୍ତି। ତେଣୁ ନିଜକୁ ଜଗ ଏବଂ ତୁମ୍ଭ ସ୍ତ୍ରୀ ପ୍ରତି ଅବିଶ୍ୱସ୍ତ ହୁଅ ନାହିଁ, ଯାହାକୁ ତୁମ୍ଭେ ଯୁବାବସ୍ଥାରେ ବିବାହ କରିଛ।


ସେ ସମୟରେ ଇସ୍ରାଏଲ ଲୋକମାନଙ୍କର କେହି ରାଜା ନ ଥିଲେ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଯାହା ସେମାନଙ୍କ ପାଇଁ ଠିକ୍ ମଣୁଥିଲେ ତାହା କରୁଥିଲେ।


ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲେ। ତେଣୁ ଯାହା ଦୃଷ୍ଟିରେ ଯାହା ଭଲ ଲାଗିଲା, ସେ ତାହା କଲା।


ହାରୋଣର ପୁତ୍ର, ଇଲିୟାସର ମଲେ, ଓ ଇଫ୍ରୟିମର ପାର୍ବତ୍ୟମୟ ଦେଶର ଗିବିୟାଠାରେ ତାଙ୍କୁ କବର ଦିଆଗଲା। ତାଙ୍କର ପୁତ୍ର ପୀନହ‌ସ୍‌କୁ ଗିବିୟୋନ ଦିଆଗଲା।


ଏହା ପରେ ଲୋକମାନେ ଗାଶ୍ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମର ପର୍ବତମୟ ଦେଶସ୍ଥ ତିମ୍ନାତ୍-ସେରହରେ ତାଙ୍କର ନିଜର ଜମି ମଧ୍ୟରେ ତାଙ୍କୁ କବର ଦେଲେ।


ତାଙ୍କର ଲୋକମାନେ ଯିରୁଶାଲମସ୍ଥ ମନ୍ଦିରରୁ ଅର୍ଥାତ୍ ପରମେଶ୍ୱରଙ୍କ ମନ୍ଦିରରୁ ଯେଉଁସବୁ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିଲା, ତାହା ଲୋକମାନେ ଆଣିଲେ। ପୁଣି ରାଜା ତାଙ୍କର ଅମାତ୍ୟଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ସେହି ପାତ୍ରରେ ପାନ କଲେ।


ରାଜାଙ୍କର ନପୁଂସକ ଶା‌‌‌‌ଶ୍‌‌ଗସର ତତ୍ତ୍ୱାବଧାନରେ ଜଣେ କନ୍ୟା ସନ୍ଧ୍ୟା ସମୟରେ ଦ୍ୱିତୀୟ ହରେମଙ୍କ ନିକଟକୁ ଯିବ ଓ ସକାଳରେ ଫେରି ଆସିବ। ଶା‌‌‌‌ଶ୍‌‌ଗସ ରାଜାଙ୍କର ତତ୍ତ୍ୱାବଧାରକ ଥିଲା।


ରିହବିୟାମ୍ ତାଙ୍କର ଅଠର ଜଣ ସ୍ତ୍ରୀ ଓ ଷାଠିଏ ଜଣ ଉପପତ୍ନୀମାନଙ୍କ ମଧ୍ୟରେ ମାଖାଙ୍କୁ ସବୁଠାରୁ ଅଧିକ ପ୍ରେମ କରୁଥିଲେ। ରିହବିୟାମ୍ ଅଠେଇଶ ଜଣ ପୁତ୍ର ଓ ଷାଠିଏ ଜଣ କନ୍ୟାଙ୍କର ପିତା ଥିଲେ।


ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ୟକ୍ଷମାନଙ୍କର କନ୍ୟା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ।


ଦାଉଦ ଯିରୁଶାଲମସ୍ଥ ଆପଣା ଗୃହକୁ ଆସିଲେ। ପୁଣି ରାଜା ଆପଣାର ଦଶ ଉପପତ୍ନୀଙ୍କୁ ଗୃହ ଜଗିବାକୁ ଛାଡ଼ି ଯାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହରେ ପ୍ରହରୀମାନଙ୍କ ଦ୍ୱାରା ଜଗାଇଲେ। ସେ ସେମାନଙ୍କୁ ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବୈଧବ୍ୟ ଦଶାରେ ରହିଲେ।


ଯୋୟାବ ରାଜ ଗୃହରେ ପ୍ରବେଶ କରି ରାଜାଙ୍କୁ କହିଲେ, “ଆପଣ ଆଜି ଆପଣଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲଜ୍ଜିତ କରିଛନ୍ତି। ଆପଣ ସେଇ ପଦସ୍ଥ କର୍ମଗ୍ଭରୀମାନଙ୍କୁ ଅପମାନିତ କରିଛନ୍ତି, ଯେଉଁମାନେ ଆଜି ଆପଣଙ୍କର ପୁତ୍ର, କନ୍ୟା, ସ୍ତ୍ରୀ ଓ ଆପଣଙ୍କର ଉପପତ୍ନୀମାନଙ୍କର ଜୀବନ ରକ୍ଷା କରିଛନ୍ତି।


ଏହା ପରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ଲଗାଇଲେ, ତା'ପରେ ଅବଶାଲୋମ ନିଜ ପିତାର ଉପପତ୍ନୀମାନଙ୍କ ସହିତ ସହବାସ କଲା। ସମସ୍ତ ଇସ୍ରାଏଲୀୟମାନେ ଏହା ଦେଖିଲେ।


ଦାଉଦ ହିବ୍ରୋଣରୁ ଯିରୁଶାଲମକୁ ଗଲେ। ସେଠାରେ ସେ ଅନେକ ସ୍ତ୍ରୀମାନଙ୍କୁ ଓ ଅନେକ ଉପପତ୍ନୀମାନଙ୍କୁ ବିବାହ କଲେ ଏବଂ ସେଠାରେ ତାଙ୍କଠାରୁ ଅନେକ ପିଲା ଜନ୍ମ ହେଲେ।


ଶାଉଲଙ୍କର ଜଣେ ଉପପତ୍ନୀ ଥିଲା, ଯାହାର ନାମ ରି‌ସ୍‌ପା, ସେ ଅୟାର କନ୍ୟା ଥିଲା। ଈ‌ଶ୍‌ବୋଶତ୍ ଅ‌‌ବ୍‌‌ନର‌କୁ କହିଲେ, “ତୁମ୍ଭେ କାହିଁକି ମୋର ପିତାଙ୍କର ଉପପତ୍ନୀଙ୍କ ସହିତ ଯୌନ ସମ୍ପର୍କ ରଖିଛ?”


ମୀଖା ନାମକ ଜଣେ ବ୍ୟକ୍ତି ଇଫ୍ରୟିମ ପର୍ବତମୟ ଦେଶରେ ବାସ କରୁଥିଲା।


ଇଫ୍ରାଥା ଯିବା ପରେ ତାହା ବୈ‌ଥ୍‌ଲେହମ ନିକଟରେ ରାହେଲକୁ କବର ଦିଆଗଲା।


ଅବ୍ରହାମ ମୃତ୍ୟୁ ପୂର୍ବରୁ ସେ ଦାସୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସେହି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। ସେ ସେମାନଙ୍କୁ ଇ‌ସ୍‌ହାକଠାରୁ ଦୂରକୁ ପଠାଇଲେ। ତା'ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇ‌ସ୍‌ହାକଙ୍କୁ ଦେଲେ।


ଏବଂ ନାହୋରର ରୂମା ନାମ୍ନୀ ଦାସୀଠାରୁ ଟେବହ, ଗହନ୍, ତହଶ୍ ଓ ମାଖା ଏମାନେ ଜନ୍ମ ନେଲେ।


ସେଠାରେ ଜଣେ ଲେବୀୟ ଯୁବକ ଯିହୁଦାର ବୈ‌ଥ୍‌ଲେହମର ଥିଲା। ସେ ଯିହୁଦାର ପରିବାରବର୍ଗରେ ବାସ କରି ଆସୁଥିଲା।


କିନ୍ତୁ ସେହି ସ୍ତ୍ରୀ ଜଣକ ତାଙ୍କ ସହିତ ତର୍କ କରି ତା'ର ପିତୃ ଗୃହକୁ ଗ୍ଭଲିଗଲା। ସେ ସେଠାରେ ଗ୍ଭରିମାସ ଧରି ରହିଲେ।


ସେତେବେଳେ ଦେଖନ୍ତି ତ ଜଣେ ବୃଦ୍ଧ ସନ୍ଧ୍ୟାକାଳେ ନିଜର କ୍ଷେତ୍ରରୁ ସ୍ୱକର୍ମସାରି ଫେରୁଥିଲା। ସେ ଇଫ୍ରୟିମ ପର୍ବତମୟ ଦେଶର ଲୋକ ଓ ଗିବିୟାରେ ପ୍ରବାସ କରୁଥିଲା। ମାତ୍ର ସେ ସ୍ଥାନର ଲୋକମାନେ ବିନ୍ୟାମୀନୀୟ ଥିଲେ।


ଏହୂଦ ଯେତେବେଳେ ସିୟୀରାରେ ପହଞ୍ଚିଲେ, ସେ ଇଫ୍ରୟିମ ପର୍ବତମୟ ଦେଶରେ ତୂରୀ ବଜାଇଲେ। ଇସ୍ରାଏଲ ସନ୍ତାନଗଣ ତୂରୀର ଶବ୍ଦ ଶୁଣି ପର୍ବତରୁ ଓହ୍ଲାଇ ଆସିଲେ। ଏହୂଦ ସେମାନଙ୍କର ନେତୃତ୍ୱ ନେଲେ।


ଯିପ୍ତହଙ୍କ ପରେ ଇସ୍ରାଏଲରେ ଅନ୍ୟ ଜଣେ ଲୋକ ବିଗ୍ଭରକ ହେଲେ ତାଙ୍କ ନାମ ଇ‌ବ୍‌ସନ୍। ସେ ଥିଲେ ବୈ‌ଥ୍‌ଲେହମ ସହରର ଲୋକ।


ସେହି ସ୍ଥାନଠାରୁ 600 ଲୋକ ଇଫ୍ରୟିମ ପର୍ବତମୟ ଦେଶକୁ ଯାତ୍ରା କଲେ। ତା'ପରେ ସେମାନେ ଆସି ମୀଖାର ଘରେ ପହଞ୍ଚିଲେ।


ଏଗୁଡ଼ିକ ହେଉଛି ବାର ଜଣ ଦେଶାଧ୍ୟକ୍ଷଙ୍କ ନାମ: ଇଫ୍ରୟିମର ପର୍ବତମୟ ଦେଶରେ ବିନ୍-ହୂର।


Swiv nou:

Piblisite


Piblisite