Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 16:3 - ପବିତ୍ର ବାଇବଲ

3 କିନ୍ତୁ ଶା‌ମ୍‌ଶୋନ୍ ସେ ବେଶ୍ୟା ପାଖରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିଲେ ଓ ମଧ୍ୟରାତ୍ରିରେ ନଗର ଫାଟକ ଭାଙ୍ଗି ବାହାରି ଆସିଲେ। ସେ ସେଗୁଡ଼ିକୁ କାନ୍ଥରୁ ଓ ଦୁଇ ବାଜୁବନ୍ଧରୁ ଉପାଡ଼ି ପକାଇଲେ। ସେ ଫାଟକର ଦୁଇଟି ଖମ୍ବକୁ ତା'ର ବାଜୁବନ୍ଧକୁ ହିବ୍ରୋଣ ପର୍ବତ ପାଖକୁ ନେଇଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ମାତ୍ର ଶାମ୍ଶୋନ୍ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶୟନ କରି ଅର୍ଦ୍ଧରାତ୍ରିରେ ଉଠି ନଗରଦ୍ଵାରର କବାଟ ଓ ଦୁଇ ବାଜୁବନ୍ଧ ଧରି ଅର୍ଗଳ ସମେତ ଉପାଡ଼ି ପକାଇଲା, ଆଉ ତାହା କାନ୍ଧରେ ଥୋଇ ହିବ୍ରୋଣ ସମ୍ମୁଖସ୍ଥ ପର୍ବତ-ଶୃଙ୍ଗକୁ ଘେନି ଗଲା।

Gade chapit la Kopi

ଓଡିଆ ବାଇବେଲ

3 ମାତ୍ର ଶାମ୍‍ଶୋନ୍‍ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶୟନ କରି ଅର୍ଦ୍ଧରାତ୍ରିରେ ଉଠି ନଗର ଦ୍ୱାରର କବାଟ ଓ ଦୁଇ ବାଜୁବନ୍ଧ ଧରି ଅର୍ଗଳ ସମେତ ଉପାଡ଼ି ପକାଇଲା, ଆଉ ତାହା କାନ୍ଧରେ ଥୋଇ ହିବ୍ରୋଣ ସମ୍ମୁଖସ୍ଥ ପର୍ବତ-ଶୃଙ୍ଗକୁ ଘେନି ଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ମାତ୍ର ଶାମ୍‍ଶୋନ୍‍ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶୟନ କରି ଅର୍ଦ୍ଧରାତ୍ରିରେ ଉଠି ନଗର ଦ୍ୱାରର କବାଟ ଓ ଦୁଇ ବାଜୁବନ୍ଧ ଧରି ଅର୍ଗଳ ସମେତ ଉପାଡ଼ି ପକାଇଲା, ଆଉ ତାହା କାନ୍ଧରେ ଥୋଇ ହିବ୍ରୋଣ ସମ୍ମୁଖସ୍ଥ ପର୍ବତ ଶୃଙ୍ଗକୁ ଘେନିଗଲା।

Gade chapit la Kopi




ବିଚାରକର୍ତ୍ତା 16:3
6 Referans Kwoze  

କିନ୍ତୁ ଈଶ୍ୱର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ୟୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ।


ତା'ପରେ “ଭଗ୍ନକାରୀଦଳ “ଲୋକମାନଙ୍କର ନେତୃତ୍ୱ ନେବେ। ସେମାନେ ପ୍ରବେଶ ପଥକୁ ଭାଙ୍ଗି ସେହି ନଗରୀକୁ ପରିତ୍ୟାଗ କରିଛନ୍ତି। ସେମାନଙ୍କର ରାଜା ସେମାନଙ୍କର ଅଗ୍ରଗାମୀ ଓ ତାଙ୍କ ଲୋକମାନଙ୍କର ସମ୍ମୁଖରେ ସଦାପ୍ରଭୁ ମଧ୍ୟ ଥିବେ।


ପରମେଶ୍ୱର ପିତ୍ତଳ ଫାଟକକୁ ଭାଙ୍ଗି ଦେଇ ପାରିବେ। ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରି ପାରିବେ।


କେହି ଜଣେ ଘସୀୟ ଲୋକମାନଙ୍କୁ କହିଲେ ଯେ, “ଶା‌ମ୍‌ଶୋନ୍ ସେହି ସ୍ଥାନକୁ ଯାଇଥିଲେ।” ସେମାନେ ଶା‌ମ୍‌ଶୋ‌ନଙ୍କୁ ହତ୍ୟା କରିବାକୁ ଗ୍ଭହିଁଲେ। ତେଣୁ ସେମାନେ ସେ ସହରକୁ ଘେରି ଗଲେ। ସେମାନେ ରାତ୍ରି ତମାମ ଚୁ‌ପ୍‌ଗ୍ଭପ୍ ନଗର ଫାଟକ ନିକଟରେ ଲୁଚି ରହିଲେ। ସେମାନେ ପରସ୍ପର କୁହାକୁହି ହେଲେ, “ସକାଳ ହେଲେ ଆମେ ଶା‌ମ୍‌ଶୋ‌ନଙ୍କୁ ହତ୍ୟା କରିବା।”


ଏହା ପରେ ଶା‌ମ୍‌ଶୋନ୍ ଦଲୀଲା ନାମକ ଏକ ସ୍ତ୍ରୀଲୋକର ପ୍ରେମରେ ପଡ଼ିଗଲେ। ଯେ କି ଥିଲା ସୋରେକ୍ ଉପତ୍ୟକାର ଜଣେ ସ୍ତ୍ରୀଲୋକ।


Swiv nou:

Piblisite


Piblisite