Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 16:2 - ପବିତ୍ର ବାଇବଲ

2 କେହି ଜଣେ ଘସୀୟ ଲୋକମାନଙ୍କୁ କହିଲେ ଯେ, “ଶା‌ମ୍‌ଶୋନ୍ ସେହି ସ୍ଥାନକୁ ଯାଇଥିଲେ।” ସେମାନେ ଶା‌ମ୍‌ଶୋ‌ନଙ୍କୁ ହତ୍ୟା କରିବାକୁ ଗ୍ଭହିଁଲେ। ତେଣୁ ସେମାନେ ସେ ସହରକୁ ଘେରି ଗଲେ। ସେମାନେ ରାତ୍ରି ତମାମ ଚୁ‌ପ୍‌ଗ୍ଭପ୍ ନଗର ଫାଟକ ନିକଟରେ ଲୁଚି ରହିଲେ। ସେମାନେ ପରସ୍ପର କୁହାକୁହି ହେଲେ, “ସକାଳ ହେଲେ ଆମେ ଶା‌ମ୍‌ଶୋ‌ନଙ୍କୁ ହତ୍ୟା କରିବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତହିଁରେ ଶାମ୍ଶୋନ୍ ଏହି ସ୍ଥାନକୁ ଆସିଅଛି, ଏହି କଥା ଘସାତୀୟ ଲୋକମାନଙ୍କୁ କୁହାଗଲା। ତହୁଁ ସେମାନେ ତାହାକୁ ଘେରି ସମସ୍ତ ରାତ୍ରି ତାହା ପାଇଁ ନଗରଦ୍ଵାରରେ ଛକି ବସିଲେ, ପୁଣି ରାତ୍ରିଯାକ ତୁନି ରହି କହିଲେ, ସକାଳେ ଆଲୁଅ ହେଲେ ଆମ୍ଭେମାନେ ତାହାକୁ ବଧ କରିବୁ।

Gade chapit la Kopi

ଓଡିଆ ବାଇବେଲ

2 ତହିଁରେ ଶାମ୍‍ଶୋନ୍‍ ଏହି ସ୍ଥାନକୁ ଆସିଅଛି, ଏହି କଥା ଘସାତୀୟ ଲୋକମାନଙ୍କୁ କୁହାଗଲା। ତହୁଁ ସେମାନେ ତାହାକୁ ଘେରି ସମସ୍ତ ରାତ୍ରି ତାହା ପାଇଁ ନଗର ଦ୍ୱାରରେ ଛକି ବସିଲେ, ପୁଣି ସାରାରାତ୍ରି ତୁନି ରହି କହିଲେ, ସକାଳେ ଆଲୁଅ ହେଲେ ଆମ୍ଭେମାନେ ତାହାକୁ ବଧ କରିବୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତହିଁରେ ଶାମ୍‍ଶୋନ୍‍ ଏହି ସ୍ଥାନକୁ ଆସିଅଛି, ଏହି କଥା ଘସାତୀୟ ଲୋକମାନଙ୍କୁ କୁହାଗଲା। ତହୁଁ ସେମାନେ ତାହାକୁ ଘେରି ସମସ୍ତ ରାତ୍ରି ତାହା ପାଇଁ ନଗର-ଦ୍ୱାରରେ ଛକି ବସିଲେ, ପୁଣି ସାରାରାତ୍ରି ତୁନି ରହି କହିଲେ, ସକାଳେ ଆଲୁଅ ହେଲେ ଆମ୍ଭେମାନେ ତାହାକୁ ବଧ କରିବୁ।

Gade chapit la Kopi




ବିଚାରକର୍ତ୍ତା 16:2
11 Referans Kwoze  

ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ ଓ ଦାଉଦ ତାଙ୍କର ଲୋକମାନେ ସେହି ପର୍ବତର ଅନ୍ୟ ଏକ ପାଖକୁ ଗଲେ। ତେଣୁ ଦାଉଦ ଶାଉଲଙ୍କ ଭୟରୁ ଶୀଘ୍ର ଦୌଡ଼ି ପଳାଇଲେ, କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଧରିବା ନିମନ୍ତେ ପର୍ବତର ଚତୁର୍ପାର୍ଶ୍ୱରେ ଘେରି ଯାଇଥିଲେ।


ଯିହୂଦୀମାନେ ତାହାଙ୍କୁ ମାରିବା ପାଇଁ ଦିନରାତି ନଗରର ଫାଟକ ଗୁଡ଼ିକ ପାଖରେ ଜଗି ବସିଲେ। କିନ୍ତୁ ଶାଉଲ ଏହା ଜାଣି ପାରିଲେ।


ତେଣୁ ତୁମ୍ଭେ ଆମ୍ଭ ପାଇଁ ଏହି କାମ କରିବ। ତୁମ୍ଭେ ନିଜ ତରଫରୁ ସେନାଧ୍ୟକ୍ଷ ଓ ସମସ୍ତ ଯିହୂଦୀୟ ନେତାମାନଙ୍କ ପାଖକୁ ସମ୍ବାଦ ଦେବ। ତୁମ୍ଭେ ସେନାଧ୍ୟକ୍ଷଙ୍କୁ କହିବ ଯେ ତୁମ୍ଭେ ପାଉଲଙ୍କୁ ବାହାରକୁ ଆଣିବା ପାଇଁ ଗ୍ଭହଁ, କାରଣ ତୁମ୍ଭର ତାହାଙ୍କୁ ଅନେକ ପ୍ରଶ୍ନ ପଗ୍ଭରିବାର ଅଛି। ଆମ୍ଭେ ତାହାଙ୍କୁ ଏଠାରେ ପହଞ୍ଚିବା ପୂର୍ବରୁ ବାଟରେ ହତ୍ୟା କରିବା ପାଇଁ ପ୍ରସ୍ତୁତ ଅଛୁ।”


ତା’ ପରଦିନ ଅତି ସକାଳୁ ସମସ୍ତ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବା ପାଇଁ ଯୋଜନା କଲେ।


“କୃଷକମାନେ ପୁଅକୁ ଦେଖି ନିଜ ନିଜ ଭିତରେ କୁହା କୁହି ହେଲେ, ‘ଏ ହେଉଛି ଜମିମାଲିକଙ୍କ ପୁଅ। ସେ ଏ ଜମିର ଉତ୍ତରାଧିକାରୀ। ଆମ୍ଭେ ଯଦି ତାକୁ ମାରିଦେବା, ଏହି ସମ୍ପତ୍ତି ଆମ୍ଭର ହୋଇଯିବ।’


ଶାଉଲ ଦାଉଦଙ୍କ ଘରକୁ ଲୋକ ପଠାଇଲେ। ଲୋକମାନେ ଦାଉଦଙ୍କ ଗୃହକୁ ଜଗି ରହିଲେ। ସେମାନେ ସେଠାରେ ରାତ୍ରି ତମାମ ଜଗି ରହିଲେ। ସେମାନେ ଦାଉଦଙ୍କୁ ପ୍ରଭାତରେ ମାରି ଦେବା ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଦାଉଦଙ୍କ ସ୍ତ୍ରୀ ମୀଖଲ ତାଙ୍କୁ ସତର୍କ କରାଇ ଦେଲା। ସେ କହିଲା, “ତୁମ୍ଭେ ରାତ୍ରିରେ ପଳାୟନ କରି ଜୀବନ ରକ୍ଷା କର। ଯଦି ତୁମ୍ଭେ ଏହା ନ କର ତେବେ ସେମାନେ ତୁମ୍ଭକୁ ଆସନ୍ତା କାଲି ମାରି ଦେବେ।”


ଶା‌ମ୍‌ଶୋନ୍ ବହୁତ ତୃଷାର୍ତ୍ତ ଥିଲେ। ତେଣୁ ସେ ସଦାପ୍ରଭୁଙ୍କୁ ନିବେଦନ କଲେ, “ମୁଁ ତୁମ୍ଭର ଦାସ, ତୁମ୍ଭେ ମୋତେ ମହତ ବିଜୟ ଦେଇଅଛ। ଏବେ ମୁଁ ଶୋଷରେ ମରୁଛି। ମୁଁ ଅସୁନ୍ନତ ଲୋକମାନଙ୍କ ହସ୍ତରେ ପଡ଼ିବାକୁ ଯାଉଛି, ତେଣୁ ମୋତେ ରକ୍ଷା କର।”


“ତୁମ୍ଭେମାନେ ଯିରୁଶାଲମର ଗ୍ଭରିପଟେ ସୈନ୍ୟବାହିନୀଙ୍କୁ ଘେରି ରହିଥିବାର ଦେଖିବ। ତେବେ ତୁମ୍ଭେମାନେ ଜାଣି ପାରିବ ଯେ ଯିରୁଶାଲମର ଧ୍ୱଂସ ହେବା ସମୟ ଆସି ପହଞ୍ଚି ଗଲାଣି।


କିନ୍ତୁ ଶା‌ମ୍‌ଶୋନ୍ ସେ ବେଶ୍ୟା ପାଖରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିଲେ ଓ ମଧ୍ୟରାତ୍ରିରେ ନଗର ଫାଟକ ଭାଙ୍ଗି ବାହାରି ଆସିଲେ। ସେ ସେଗୁଡ଼ିକୁ କାନ୍ଥରୁ ଓ ଦୁଇ ବାଜୁବନ୍ଧରୁ ଉପାଡ଼ି ପକାଇଲେ। ସେ ଫାଟକର ଦୁଇଟି ଖମ୍ବକୁ ତା'ର ବାଜୁବନ୍ଧକୁ ହିବ୍ରୋଣ ପର୍ବତ ପାଖକୁ ନେଇଗଲେ।


Swiv nou:

Piblisite


Piblisite