Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 13:1 - ପବିତ୍ର ବାଇବଲ

1 ପୁନର୍ବାର ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେହିପରି କାର୍ଯ୍ୟମାନ ଇସ୍ରାଏଲର ଲୋକମାନେ କଲେ। ତେଣୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ହସ୍ତରେ ସେମାନଙ୍କୁ ଗ୍ଭଳିଶ୍ ବର୍ଷ ଯାଏ ସମର୍ପଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ତହିଁରେ ସଦାପ୍ରଭୁ ଚାଳିଶବର୍ଷ ଯାଏ ସେମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କଲେ।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ତହିଁରେ ସଦାପ୍ରଭୁ ଚାଳିଶବର୍ଷ ଯାଏ ସେମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ତହିଁରେ ସଦାପ୍ରଭୁ ଚାଳିଶ ବର୍ଷ ଯାଏ ସେମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କଲେ।

Gade chapit la Kopi




ବିଚାରକର୍ତ୍ତା 13:1
16 Referans Kwoze  

“କିନ୍ତୁ ତୁମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ପାଶୋରିବାରୁ ସଦାପ୍ରଭୁ ସେମାନଙ୍କୁ ସୀଷରାର କ୍ରୀତଦାସ କରାଇଲେ। ସୀଷରା ହା‌ତ୍‌ସୋର ସୈନ୍ୟବାହିନୀର ସେନାପତି ଥିଲେ। ସଦାପ୍ରଭୁ ସେମାନଙ୍କୁ ପଲେଷ୍ଟୀୟମାନଙ୍କର ଓ ମୋୟାବ ରାଜାର ଦାସ କଲେ। ସେମାନେ ସମସ୍ତେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣ ସହିତ ଯୁଦ୍ଧ କଲେ।


ପୁଣି ଥରେ ଇସ୍ରାଏଲୀୟମାନେ ତାହା କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି ବିବେଚନା କଲେ। ତେଣୁ ସଦାପ୍ରଭୁ ସାତ ବର୍ଷ ପାଇଁ ମିଦିୟନୀୟମାନଙ୍କୁ ଇସ୍ରାଏଲୀୟମାନଙ୍କ ଉପରେ ଶାସନ କରିବାକୁ ଦେଲେ।


ପରମେଶ୍ୱର ପ୍ରତ୍ୟେକ ଲୋକକୁ ନିଜ ନିଜର କର୍ମ ଅନୁସାରେ ପୁରସ୍କାର ବା ଦଣ୍ଡ ଦେବେ।


ସଦାପ୍ରଭୁଙ୍କ ଦୃଷ୍ଟିରେ ଇସ୍ରାଏଲୀୟ ଲୋକମାନେ ସବୁ ପ୍ରକାର କର୍ମରେ ରତ ଥିଲେ। ଯାହାସବୁ ସଦାପ୍ରଭୁଙ୍କ ଚକ୍ଷୁରେ ପାପ ଥିଲା। ଏବଂ ବା‌‌ଲ୍‌‌ଦେଶର ଦେବତାଗଣର ଆଶେରା ଦେବିଗଣର ପୂଜା କଲେ ଏବଂ ସଦାପ୍ରଭୁଙ୍କ ବିଷୟସବୁ ପାଶୋରି ଗଲେ।


ଏହା ପରେ ଇସ୍ରାଏଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେହିପରି କାର୍ଯ୍ୟ କଲେ। ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ବାଲ୍- ଦେବତାଙ୍କୁ ପୂଜା କଲେ।


ପୁନର୍ବାର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ସେହିପରି କାର୍ଯ୍ୟମାନ କଲେ। ସେମାନେ ‌ବା‌ଲ୍‌ଦେବତାଗଣ, ଅଷ୍ଟାରୋତ୍ ଦେବୀଗଣ, ଅରାମୀୟମାନଙ୍କର ଦେବଗଣ, ସୀଦୋନୀୟମାନଙ୍କର ଦେବଗଣ, ମୋୟାବୀୟମାନଙ୍କର ଦେବଗଣ, ଅମ୍ମୋନୀୟମାନଙ୍କର ଦେବଗଣ ଓ ପଲେଷ୍ଟୀୟମାନଙ୍କର ଦେବଗଣଙ୍କର ପୂଜା କଲେ। ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ପାସୋରି ପକାଇଲେ ଓ ତାଙ୍କର ସେବା କଲେ ନାହିଁ।


ଏହୂଦଙ୍କ ମୃତ୍ୟୁପରେ, ଇସ୍ରାଏଲର ଲୋକମାନେ ପରମେଶ୍ୱରଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟମାନ ପୁନର୍ବାର କଲେ।


ଜଣେ କୃଷ୍ଣକାୟ କ’ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ ଓ ଚିତାବାଘ କ’ଣ ନିଜର ଦେହର ଛାପ ବଦଳାଇ ପାରିବ? ତେଣୁ ହେ ଯିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବାରେ ଅଭ୍ୟସ୍ତ, ତୁମ୍ଭେ କେବେ ସୁକର୍ମ କରି ପାରିବ ନାହିଁ।


ମୁଁ ଅଧିକ ଆଉ କ’ଣ କହିବି, ଓ କି ଉଦାହରଣମାନ ପ୍ରସ୍ତୁତ କରିବି? ଗିଦିୟୋନ, ବାରାକ, ଶା‌ମ୍‌ଶୋନ୍, ଯିପ୍ତହ ଦାଉଦ, ଶାମୁୟେଲ, ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ବିଷୟରେ କହିବା ପାଇଁ ମୋ’ ପାଖରେ ଅଧିକ ସମୟ ନାହିଁ,


ଏହା ପରେ ସେ ମୃତ୍ୟୁବରଣ କରିବାରୁ ତାଙ୍କୁ ଅମାଲେକୀୟ ପର୍ବତମୟ ଦେଶ ଅନ୍ତର୍ଗତ ଇଫ୍ରୟିମ ଦେଶସ୍ଥ ଫେରିୟାଥୋନରେ କବର ଦିଆଗଲା।


ଏହା ପରେ ଯିହୁଦାର 3,000 ପରିବାରବର୍ଗ ଶା‌ମ୍‌ଶୋ‌ନଙ୍କ ଏଟ‌ମ୍‌ ଶୈଳର ଗୁମ୍ଫା ନିକଟକୁ ଗଲେ ଏବଂ ତାଙ୍କୁ କହିଲେ, “ତୁମ୍ଭେ କ’ଣ ଜାଣ ନାହିଁ ପଲେଷ୍ଟୀୟମାନେ ହେଉଛନ୍ତି ଆମ୍ଭର ପ୍ରଭୁ? ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?” ଶା‌ମ୍‌ଶୋନ୍ ସେମାନଙ୍କୁ ଉତ୍ତର ଦେଲେ, ଯେ “ସେମାନେ ମୋ’ ପାଇଁ ଯେପରି କଲେ, ମୁଁ ତାଙ୍କ ପାଇଁ ସେହିପରି କଲି।”


ତେଣୁ ଶା‌ମ୍‌ଶୋନ୍ ଇସ୍ରାଏଲର ଲୋକମାନଙ୍କ ଉପରେ ବିଗ୍ଭରକର୍ତ୍ତା ହୋଇ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ରହିଲେ। ଯାହାକି ପଲେଷ୍ଟୀୟମାନଙ୍କର ସମୟ କାଳ ଥିଲା।


ହେ ପଲେଷ୍ଟୀୟମାନେ, ତୁମ୍ଭେମାନେ ବଳବାନ ଓ ସାହସୀ ହୁଅ। ପୁରୁଷ ପଣରେ ଯୁଦ୍ଧ କର। ତହିଁରେ ଏବ୍ରୀୟମାନେ ଆମ୍ଭର ଦାସ ହୋଇଥିଲେ, ତେଣୁ ତୁମ୍ଭେମାନେ ନିଶ୍ଚୟ ସେମାନଙ୍କର ଦାସ ହୋଇ ପାରିବ ନାହିଁ। ତୁମ୍ଭେମାନେ ପୁରୁଷତ୍ୱ ପ୍ରକାଶ କର ଓ ଯୁଦ୍ଧ କର।”


ପଲେଷ୍ଟୀୟମାନେ ପରାସ୍ତ ହେଲେ। ସେମାନେ ପୁଣି ଇସ୍ରାଏଲରେ ପ୍ରବେଶ କଲେ ନାହିଁ। ସଦାପ୍ରଭୁ ଶାମୁୟେଲଙ୍କ ଅବଶିଷ୍ଟ ଜୀବନ କାଳରେ ପଲେଷ୍ଟୀୟଙ୍କ ବିରୁଦ୍ଧରେ ଗଲେ।


ତେଣୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କୋପଦୃଷ୍ଟି ହେଲେ। ତେଣୁ ସଦାପ୍ରଭୁ ଇସ୍ରାଏଲୀୟଗଣଙ୍କୁ ପଲେଷ୍ଟୀୟ ଓ ଅମ୍ମୋନୀୟମାନଙ୍କ ହସ୍ତରେ ପରାସ୍ତ କରାଇଲେ।


ଶା‌ମ୍‌ଶୋ‌ନଙ୍କର ପିତାମାତା ଜାଣି ପାରିଲେ ନାହିଁ ଯେ, ସଦାପ୍ରଭୁ ଏହିପରି ଯୋଜନା କରିଥିଲେ। ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ସୁଯୋଗ ଖୋଜୁଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଏକ କାରଣ ଖୋଜୁଥିଲେ। ସେହି ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ଉପରେ ରାଜତ୍ୱ କରୁଥିଲେ।


Swiv nou:

Piblisite


Piblisite