Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 12:4 - ପବିତ୍ର ବାଇବଲ

4 ଏହା ପରେ ଯିପ୍ତହ ଗିଲିୟଦର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରାଇଲେ। ଏବଂ ଇଫ୍ରୟିମ ପରିବାରବର୍ଗ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, କାରଣ ସେମାନେ ଗିଲିୟଦର ଲୋକମାନଙ୍କୁ ଅପମାନିତ କରିଥିଲେ। ସେମାନେ କହିଲେ, “ହେ ଗିଲିୟଦର ଲୋକମାନେ, ତୁମ୍ଭେମାନେ ଇଫ୍ରୟିମ ଓ ମନଃଶିର ମଧ୍ୟରେ ବାସ କରୁଥିବା ଇଫ୍ରୟିମର ଶରଣାସ୍ଥି।” ଗିଲିୟଦର ଲୋକମାନେ ଇଫ୍ରୟିମର ଲୋକମାନଙ୍କୁ ପରାସ୍ତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତେବେ ଯିପ୍ତହ ଗିଲୀୟଦର ସମସ୍ତ ଲୋକଙ୍କୁ ଏକତ୍ର କରି ଇଫ୍ରୟିମ ସହିତ ଯୁଦ୍ଧ କଲେ; ତହିଁରେ ଗିଲୀୟଦୀୟ ଲୋକମାନେ ଇଫ୍ରୟିମକୁ ପରାସ୍ତ କଲେ, କାରଣ ସେମାନେ କହିଥିଲେ, ହେ ଇଫ୍ରୟିମ ଓ ମନଃଶିର ମଧ୍ୟବର୍ତ୍ତୀ ଗିଲୀୟଦୀୟମାନେ, ତୁମ୍ଭେମାନେ ଇଫ୍ରୟିମର ପଳାତକ ଲୋକ।

Gade chapit la Kopi

ଓଡିଆ ବାଇବେଲ

4 ତେବେ ଯିପ୍ତହ ଗିଲୀୟଦର ସମସ୍ତ ଲୋକଙ୍କୁ ଏକତ୍ର କରି ଇଫ୍ରୟିମ ସହିତ ଯୁଦ୍ଧ କଲେ; ତହିଁରେ ଗିଲୀୟଦୀୟ ଲୋକମାନେ ଇଫ୍ରୟିମକୁ ପରାସ୍ତ କଲେ, କାରଣ ସେମାନେ କହିଥିଲେ, ହେ ଇଫ୍ରୟିମ ଓ ମନଃଶିର ମଧ୍ୟବର୍ତ୍ତୀ ଗିଲୀୟଦୀୟମାନେ, ତୁମ୍ଭେମାନେ ଇଫ୍ରୟିମର ପଳାତକ ଲୋକ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତେବେ ଯିପ୍ତହ ଗିଲୀୟଦର ସମସ୍ତ ଲୋକଙ୍କୁ ଏକତ୍ର କରି ଇଫ୍ରୟିମ ସହିତ ଯୁଦ୍ଧ କଲେ; ତହିଁରେ ଗିଲୀୟଦୀୟ ଲୋକମାନେ ଇଫ୍ରୟିମକୁ ପରାସ୍ତ କଲେ, କାରଣ ସେମାନେ କହିଥିଲେ, “ହେ ଇଫ୍ରୟିମ ଓ ମନଃଶିର ମଧ୍ୟବର୍ତ୍ତୀ ଗିଲୀୟଦୀୟମାନେ, ତୁମ୍ଭେମାନେ ଇଫ୍ରୟିମର ପଳାତକ ଲୋକ।”

Gade chapit la Kopi




ବିଚାରକର୍ତ୍ତା 12:4
11 Referans Kwoze  

ନାବଲ ଦାଉଦଙ୍କ ଲୋକମାନଙ୍କୁ ଉତ୍ତର ଦେଇ କହିଲା, “ଦାଉଦ କିଏ? ଯିଶୀର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମୁନିବଠାରୁ ପଳାଇଯାଇ ବୁଲୁଛନ୍ତି।


କୋମଳ ପୂର୍ଣ୍ଣ ଉତ୍ତର କ୍ରୋଧକୁ ଦମନ କରେ, ମାତ୍ର କଟୁବାକ୍ୟ କୋପ ଜନ୍ମାଏ।


ଦୁଷ୍ଟର ଓଷ୍ଠରେ ଅଧର୍ମର ଫଳ ଥାଏ। ମାତ୍ର ଧାର୍ମିକମାନେ ଦୁଃଖରୁ ଉଦ୍ଧାର ପାଇବେ।


ଇଫ୍ରୟିମର ଲୋକମାନେ ଅସ୍ତ୍ରଧାରଣ କରିଥିଲେ, ମାତ୍ର ସେମାନେ ଯୁଦ୍ଧ ହେବା ଦିନରେ ପଳାୟନ କଲେ।


ମୁଁ ପ୍ରାର୍ଥନା କଲି, “ହେ ଆମ୍ଭର ପରମେଶ୍ୱର, ଆମ୍ଭର ପ୍ରାର୍ଥନା ଗ୍ରହଣ କର, ସେହି ଲୋକମାନେ ଆମ୍ଭକୁ ଘୃଣା କରୁଛନ୍ତି। ସେମାନଙ୍କର ପରିହାସ ସେମାନଙ୍କ ପାଖକୁ ଫେରାଇ ଦିଅ। ସେମାନଙ୍କୁ ବିଦେଶରେ ବନ୍ଦୀକରି ସେମାନଙ୍କର ଧନ ଲୁଣ୍ଠିତ କରାଗଲା।


ଗିଲିୟଦର ପ୍ରାଚୀନ ନେତୃବର୍ଗ ଯିପ୍ତହକୁ କହିଲେ, “ଆମ୍ଭେ କହିଥିବା ସମସ୍ତ କଥା ସଦାପ୍ରଭୁ ଶୁଣିଛନ୍ତି। ଆମ୍ଭେମାନେ ଆପଣଙ୍କୁ କଥା ଦେଉଛୁ ଯେ, ତୁମ୍ଭେ ଯାହାସବୁ କହିବ, ଆମ୍ଭେମାନେ କରିବୁ।”


ତୁମ୍ଭେମାନେ ମୋତେ ସାହାଯ୍ୟ କଲ ନାହିଁ। ଏଥିଯୋଗୁଁ ମୁଁ ମୋର ଜୀବନକୁ ବାଜି ଲଗାଇଲି। ମୁଁ ନଦୀ ପାର ହୋଇ ଅମ୍ମୋନୀୟମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଗଲି। ସଦାପ୍ରଭୁ ତାଙ୍କୁ ପରାସ୍ତ କରିବା ପାଇଁ ମୋତେ ସହାୟ ହେଲେ। ବର୍ତ୍ତମାନ ତୁମ୍ଭେମାନେ ଆଜି କାହିଁକି ମୋ’ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ?”


ଗିଲିୟଦର ଲୋକମାନେ ଯର୍ଦ୍ଦନ ନଦୀ ନିକଟସ୍ଥ ସ୍ଥାନକୁ ନିଜ କବଳକୁ ନେଇଗଲେ, ଯେଉଁଠାରେ ଲୋକମାନେ ଯର୍ଦ୍ଦନ ପାର ହୁଅନ୍ତି। ଇଫ୍ରୟିମର କୌଣସି ପଳାତକ ଲୋକ ନଦୀ ପାର ହୋଇଯିବାକୁ କହିଲେ, “ମୋତେ ନଦୀ ପାର ହେବାକୁ ଦିଅ।” ଗିଲିୟଦର ଲୋକମାନେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଇଫ୍ରୟିମ ଲୋକ?” ଯଦି ସେ କହେ “ନାଁ,”


ଏଲିୟ ତି‌‌‌‌ଶ୍‌ବୀୟର ଭବିଷ୍ୟ‌ଦ୍‌ବକ୍ତା ଗିଲିୟଦରେ ରାଜା ଆହାବଙ୍କୁ କହିଲେ, ଗିଲିୟଦର ପ୍ରବାସୀ ତି‌‌‌‌ଶ୍‌ବୀୟ ଏଲିୟ ଭବିଷ୍ୟ‌ଦ୍‌ବକ୍ତା ରାଜା ଆହାବଙ୍କୁ କହିଲେ, “ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସେବା କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶରେ କାକର କି ବୃଷ୍ଟିପାତ ହେବ ନାହିଁ। ଯଦି ମୁଁ ଆଦେଶ ଦିଏ ତେବେ ବର୍ଷା ହେବ।”


Swiv nou:

Piblisite


Piblisite